ETV Bharat / bharat

ବରକାଗାଁ ଗ଼ୁଳିକାଣ୍ଡ ମାମଲା, ଝାଡଖଣ୍ଡର ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କୁ ୧୦ ବର୍ଷ ଜେଲ - ଝାଡଖଣ୍ଡର ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ସାୱ

ଝାଡଖଣ୍ଡର ହଜାରିବାଗ ଜିଲ୍ଲା ଅନ୍ତର୍ଗତ ବରକାଗାଁ ଗୁଳିକାଣ୍ଡ ମାମଲାରେ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ସାୱ ଏବଂ ପୂର୍ବତନ ବିଧାୟକ ନିର୍ମଳା ଦେବୀଙ୍କୁ ରାଞ୍ଚି କୋର୍ଟ ୧୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ ଉଭୟଙ୍କୁ ରାଞ୍ଚି ଆଚରଣ ବିଧି କୋର୍ଟର ଅତିରିକ୍ତ କମିଶନର ବିଶାଲ ଶ୍ରୀବାସ୍ତବଙ୍କ କୋର୍ଟରେ ଦଣ୍ଡିତ କରାଯାଇଛି । ଅଧିକ ପଢନ୍ତୁ

ବରକାଗାଁ ଗ଼ୁଳିକାଣ୍ଡ ମାମଲା, ଝାଡଖଣ୍ଡର ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କୁ ୧୦ ବର୍ଷ ଜେଲ ଦଣ୍ଡ

author img

By

Published : Mar 25, 2022, 7:28 AM IST

ରାଞ୍ଚି: ଝାଡଖଣ୍ଡର ହଜାରିବାଗ ଜିଲ୍ଲା ଅନ୍ତର୍ଗତ ବରକାଗାଁ ଗୁଳିକାଣ୍ଡ ମାମଲାରେ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ସ’ ଏବଂ ପୂର୍ବତନ ବିଧାୟକ ନିର୍ମଳା ଦେବୀଙ୍କୁ ରାଞ୍ଚି କୋର୍ଟ ୧୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ ଉଭୟଙ୍କୁ ରାଞ୍ଚି ଆଚରଣବିଧି କୋର୍ଟର ଅତିରିକ୍ତ କମିଶନର ବିଶାଲ ଶ୍ରୀବାସ୍ତବଙ୍କ କୋର୍ଟରେ ଦଣ୍ଡିତ କରାଯାଇଛି । ମାତ୍ର ଏହା ପୂର୍ବରୁ ମାର୍ଚ୍ଚ ୨୨ରେ କୋର୍ଟ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ସ’ ଏବଂ ପୂର୍ବତନ ବିଧାୟକ ନିର୍ମଳା ଦେବୀଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ।

ତେବେ ବରକାଗାଁରେ 2015ରେ ଏନଟିପିସି(NTPC) କାରଖାନା ସ୍ଥାପନ ବେଳେ ଏହି ଘଟଣା ହୋଇଥିଲା । କାରଖାନା ପ୍ରତିଷ୍ଠାକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହ କୌଣସି ମୂହୁର୍ତ୍ତରେ ଆମ ଜମିକୁ ଏନଟିପିସି(NTPC)କୁ ଦେବୁ ନାହିଁ ବୋଲି କହିଥିଲେ । ଏହି ଘଟଣାକୁ ନେଇ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ସ’ ଏବଂ ପୂର୍ବତନ ବିଧାୟକ ନିର୍ମଳା ଦେବୀ ସ୍ଥାନୀୟ ଗ୍ରାମବାସୀଙ୍କ ସହ ମିଶି ୨୦୧୫ ମସିହାରେ ଏନଟିସିପି ବିରୋଧରେ ହଜାରିବାଗ ଜିଲ୍ଲାର ବଡକାଗାଁରେ ଗଣ ସତ୍ୟାଗ୍ରହ କରିଥିଲେ ।

ଅପରପକ୍ଷରେ ଏହି ଆନ୍ଦୋଳନ ରୋକିବା ଲାଗି ପ୍ରଶାସନ ଓ ପୋଲିସ ସେତେବେଳେ ସବୁ ପ୍ରଚେଷ୍ଠା କରିଥିଲେ । ପ୍ରଶାସନର କଥାବାର୍ତାରେ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ପ୍ରଶାସନ ପୂର୍ବତନ ବିଧାୟକ ନିର୍ମାଳା ଦେବୀଙ୍କୁ ଗିରଫ କରିଥିଲ । ଏହାପରେ ଉତ୍ୟେକ୍ତ ଗାଁ ଲୋକେ ପୋଲିସ ଉପରକୁ ପଥର ଫିଙ୍ଗିବା ସହ ନିର୍ମଳା ଦେବୀଙ୍କୁ ପୋଲିସ ହେପାଜତରୁ ମୁକ୍ତ କରିଥିଲେ ।

ଅନ୍ୟପଟେ ପରିସ୍ଥିତି ଅଣାୟତ୍ତ ହେବା ପରେ ପ୍ରଥମେ ପୋଲିସ ଲାଠି ଚାର୍ଜ ଓ ପରେ ଗୁଳି ଚଳାଇଥିଲା । ତେବେ ଏହି ଗୁଳିମାଡରେ ବହୁ ସଂଖ୍ୟାରେ ସ୍ଥାନୀୟ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିଲା । ମାତ୍ର ଏହି ଘଟଣା ପରେ କଂଗ୍ରେସ ବିଧାୟକ ଅମ୍ବାଙ୍କ ପିତା ଯୋଗେନ୍ଦ୍ର ସଙ୍କ ବିରୋଧରେ 24 ରୁ ଅଧିକ ମାମଲା ରୁଜୁ ହୋଇଥିଲା । ପଞ୍ଜୀକୃତ ହୋଇଥିବା ୧୧ଟି ମାମଲାରେ ଯୋଗେନ୍ଦ୍ର ସ କୋର୍ଟଙ୍କ ଦ୍ବାରା ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ମଧ୍ୟ ଗୋଟିଏ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଆଜି ଏହି ମାମଲାରେ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.