ETV Bharat / bharat

ମନେ ରହିବ ‘ମଣିପୁର’, ସ୍ତବ୍ଦ ହୋଇଯାଇଥିଲା ସମଗ୍ର ଦେଶ - ଉତ୍ତର ପୂର୍ବରେ ହିଂସା

Year Ender 2023: ଦେଶକୁ ସ୍ତବ୍ଦ କରିଦେଇଥିଲା ମଣିପୁର ହିଂସା । ସଡକରୁ ସଂସଦ ଓ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ତାତି । ଜଳିଥିଲା ଉତ୍ତର-ପୂର୍ବ । ପ୍ରାଣ ହରାଇଥିଲେ 150ରୁ ଅଧିକ । ଅଧିକ ପଢନ୍ତୁ

ବର୍ଷ-2023: ମନେ ରହିବ ‘ମଣିପୁର’, ସ୍ତବ୍ଦ ହୋଇଯାଇଥିଲା ସମଗ୍ର ଦେଶ

author img

By ETV Bharat Odisha Team

Published : Dec 20, 2023, 7:14 PM IST

ହାଇଦ୍ରାବାଦ: ଘଟଣାବହୁଳ ବିଦାୟୀ ବର୍ଷ-2023ର ସର୍ବାଧିକ ଚର୍ଚ୍ଚିତ ଓ ଉଦବେଗପୂର୍ଣ୍ଣ ଘଟଣା ଥିଲା ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ସଂଗଠିତ ହୋଇଥିବା ସାମ୍ପ୍ରଦାୟିକ ହିଂସା । ଯାହା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା । ଚଳିତ ମାସ ମେ’ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଥିବା ଏହି ହିଂସା ପ୍ରାୟ ବର୍ଷ ଶେଷ ସୁଦ୍ଧା ମଧ୍ୟ ସମ୍ପୂର୍ଣ୍ଣ ପ୍ରଶମିତ ହୋଇନି । ଜାତିଗତ ସଂରକ୍ଷଣ ବିବାଦକୁ ନେଇ ମଣିପୁର ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ସ୍ଥାନୀୟ ଆଦିବାସୀ ‘କୁକି’ ଓ ଉପତ୍ୟାକା ସମୂଦାୟ ‘ମୈତେଇ’ ସମ୍ପ୍ରଦାୟ ମଧ୍ୟରେ ହୋଇଥିଲା ଏହି ଭୀଷଣ ସଂଘର୍ଷ, ଯାହା ଉତ୍ତର-ପୂର୍ବରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଥିଲା ।

ଏଥିରେ ସରକାରୀ ଭାବେ ପ୍ରାୟ 150ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ବେସରକାରୀ ଭାବେ ମୃତାହତଙ୍କ ସଂଖ୍ୟା ବହୁମାତ୍ରାରେ ଅଧିକ ବୋଲି କୁହାଯାଉଛି । ଏହି ହିଂସା ଘଟଣାରେ ମହିଳାଙ୍କୁ ନିର୍ଯାତନାର ଭିଡିଓ ଭାଇରାଲ ହେବା ପରେ ସାରା ଦେଶ ସ୍ତବ୍ଦ ହୋଇଯାଇଥିଲା । ସଡକରୁ ସଂସଦ ପର୍ଯ୍ୟନ୍ତ ଏହି ଘଟଣାର ତାତି ଅନୁଭୂତ ହୋଇଥିଲା । ସୁପ୍ରିମକୋର୍ଟ ମଧ୍ୟ ଏହି ଘଟଣାରେ କ୍ଷୋଭ ପ୍ରକାଶ କରିବା ସହ ପୋଲିସ ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ହସ୍ତକ୍ଷେପ କରିବାକୁ ଚେତାବନୀ ଦେଇଥିଲେ ।

ହିଂସାର ସୂତ୍ରପାତ:

ରାଜ୍ୟ ଅଧାରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ‘ମୈତେଇ’ ସମ୍ପ୍ରଦାୟ ନିଜକୁ ଅନୁସୂଚୀତ ଜନଜାତି ବର୍ଗ ଭାବେ ସଂରକ୍ଷିତ ମାନ୍ୟତା ଦେବାକୁ ଦାବି କରିଆସୁଛି । ଏହାକୁ ଆଦିବାସୀ ‘କୁକି’ ସମ୍ପ୍ରଦାୟ ବିରୋଧ କରିଆସୁଛି । ଏହାରି ମଧ୍ୟରେ ରାଜ୍ୟ ହାଇକୋର୍ଟ ଏହି ମାମଲାରେ ‘ମୈତେଇ’ ସମ୍ପର୍ଦାୟକୁ ଜନଜାତି ମାନ୍ୟତା ଦେବା ନେଇ କେନ୍ଦ୍ର ସରକାରଙ୍କୁ ସର୍ଭେ କରିବାକୁ ନିର୍ଦ୍ଦେଶ ଦେବା ପରେ ହିଂସାର ସୂତ୍ରପାତ ହୋଇଥିଲା । ମେ’ 3 ତାରିଖରେ ସ୍ଥାନୀୟ ହାଇକୋର୍ଟ ଏହି ରାୟ ଦେବା ପରେ ଆଦିବାସୀ ବହୁଳ ଚୁରାଚାନ୍ଦପୁର ଜିଲ୍ଲାରେ ଏହାକୁ ବିରୋଧ କରି ଆଦିବାସୀ ‘କୁକି’ ସମ୍ପ୍ରଦାୟ ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହିଠାରୁ ହିଁ ପ୍ରଥମେ ଉଭୟ ସମ୍ପ୍ରଦାୟ ମଧ୍ୟରେ ହିଂସକ ସଂଘର୍ଷ ହୋଇଥିବା କୁହାଯାଏ । ଖବର ପ୍ରସାରିତ ହେବା ସହ ହିଂସା ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବ୍ୟାପି ଯାଇଥିଲା ।

ଏଥିରେ ପ୍ରାୟ 150ରୁ ଅଧିକ ଲୋକେ ପ୍ରାଣ ହରାଇଥିଲେ । ହଜାର ହଜାର ଘର ଜଳିଥିଲା । ଲକ୍ଷାଧିକ ସଂଖ୍ୟାରେ ଲୋକେ ବାସଚ୍ଯୁତ ହୋଇଥିଲେ । ବିସ୍ତାପିତମାନେ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଥିଲେ । ପୁରା ରାଜ୍ୟରେ ସେନା, କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ଓ ରାପିଡ ଆକ୍ସନ ଫୋର୍ସ ମୁତୟନ ହୋଇଥିଲେ । ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବା ପାଇଁ ପୋଲିସ ଓ ସେନାକୁ ନିର୍ଦ୍ଦେଶ ମିଳିଥିଲା । ଏକାଧିକ ରାଜନେତାଙ୍କ ଘରେ ମଧ୍ୟ ଆକ୍ରମଣ ଓ ଜଳାପୋଡା ହୋଇଥିଲା ହୋଇଥିଲା । କିଛି ମାସ ପର୍ଯ୍ୟନ୍ତ ହିଂସାର ଲୋମହର୍ଷଣକାରୀ ଭିଡିଓ ଘଟଣା ସାମ୍ନାକୁ ଆସିବାରେ ଲାଗିଥିଲା । ରାଜ୍ୟରେ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଥିବା କାରଣରୁ ପ୍ରକୃତ ସ୍ଥିତି ସମ୍ପର୍କରେ ବିଳମ୍ବରେ ଜଣାପଡିଥିଲା । ଯାହା ଦେଶରେ ଉଦବେଗ ସୃଷ୍ଟି କରିଥିଲା । ବାସ୍ତବ ସ୍ଥିତିକୁ ସରକାର ଇଣ୍ଟରନେଟ ଓ ଗଣମାଧ୍ୟମ ଠାରୁ ଲୁଚାଇବାକୁ ପ୍ରୟାସ କରୁଛି ବୋଲି ବିରୋଧୀ କହିଥିଲେ ।

ଦେଶକୁ ସ୍ତବ୍ଦ କରିଦେଇଥିଲା ନାରୀ ନିର୍ଯାତନାର ଭାଇରାଲ ଭିଡିଓ:

ମଣିପୁର ହିଂସା ମଧ୍ୟରେ ଦୁଇ ଯୁବତୀଙ୍କୁ ସଂଘବଦ୍ଧ ଯୌନ ନିର୍ଯାତନାର ଭିଡିଓ ଭାଇରାଲ ହେବା ପରେ ସାରା ଦେଶ ସ୍ତବ୍ଦ ହୋଇଯାଇଥିଲା । ମଣିପୁରରେ ସ୍ଥିତି ଯେ କେତେ ଅଣାୟତ ତାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ସଂସଦରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏହି ମାମଲାରେ ଉଦବେଗ ପ୍ରକାଶ ପାଇଥିଲା । ଏପରିକି ଏହି ଘଟଣାର ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଥିଲା । ସୁପ୍ରିମକୋର୍ଟ ଏହାକୁ ସମ୍ପୂର୍ଣ୍ଣ ସାମ୍ବିଧାନିକ କଳର ବିଫଳତା ବୋଲି କହିଥିଲେ । ସରକାର ଓ ପ୍ରଶାସନକୁ କଡା ତାଗିଦ୍‌ କରିବା ସହ ସେମାନେ ବିଫଳ ହେଲେ ନ୍ୟାୟପାଳିକା ବାଧ୍ୟ ହୋଇ ହସ୍ତକ୍ଷେପ କରିବ ବୋଲି ସର୍ବୋଚ୍ଚ କୋର୍ଟ ଚେତାବନୀ ଦେଇଥିଲେ । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ବଦଳି କରାଯାଇଥିଲା । କେନ୍ଦ୍ର ସରକାର ସିବିଆଇକୁ ଏହି ମାମଲା ହସ୍ତାନ୍ତର କରିବା ସହ ଏକାଧିକ ଏସଆଇଟି ଗଠନ ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟ ଜନସଂଖ୍ୟାର ସାମ୍ପ୍ରଦାୟିକ ଅନୁପାତ :

ଉତ୍ତର-ପୂର୍ବର କ୍ଷୁଦ୍ର ରାଜ୍ୟ ମଣିପୁରରେ ମୁଖ୍ୟତଃ ଦୁଇ ସମ୍ପ୍ରଦାୟର ପ୍ରାଧାନ୍ୟ ରହିଛି । ଉପତ୍ୟାକା ଅଞ୍ଚଳରେ ରହୁଥିବା ସଂଖ୍ୟାଗରିଷ୍ଠ ସମୁଦାୟ ହେଉଛନ୍ତି ‘ମୈତେଇ’ । ଅନ୍ୟଟି ହେଉଛି ପାହାଡି କ୍ଷେତ୍ରରେ ଥିବା ଆଦିବାସୀ ସମ୍ପ୍ରଦାୟ ‘କୁକି’ । ରାଜ୍ୟ ମୋଟ ଲୋକସଂଖ୍ୟାରେ ମୈତେଇ ସମ୍ପ୍ରଦାୟର ସଂଖ୍ୟା ପ୍ରାୟ 53 ପ୍ରତିଶତ ହୋଇଥିବା ବେଳେ ଏମାନେ ରାଜଧାନୀ ଇମ୍ଫାଲ ଭ୍ୟାଲି ଓ ଏହାର ଆଖପାଖ ଅଞ୍ଚଳରେ ବସବାସ କରନ୍ତି । ରାଜ୍ୟର ପାହାଡି କ୍ଷେତ୍ରରେ ‘କୁକି’ ଓ ‘ନାଗା’ ପରି ସମ୍ପ୍ରଦାୟକୁ ମିଶାଇ 40 ପ୍ରତିଶତ ଲୋକ ବସବାସ କରନ୍ତି । ଉଭୟ ସମ୍ପ୍ରଦାୟ ମଧ୍ୟରେ ସଂରକ୍ଷଣକୁ ନେଇ ବିବାଦ ଦୀର୍ଘ ବର୍ଷ ହେବ ରହିଆସିଛି । ସଂଖ୍ୟାବହୁଳ ‘ମୈତେଇ’ ସମ୍ପ୍ରଦାୟର ଜନଜାତି ସଂରକ୍ଷଣ ଦାବିକୁ ‘କୁକି’ ସମ୍ପ୍ରଦାୟ ବିରୋଧ କରିଆସିଛି ।

ପୂର୍ବରୁ ମଧ୍ୟ ହୋଇଥିଲା ହିଂସା:

ଚଳିତ ବର୍ଷ ହିଂସା ମଣିପୁରରେ ଜାତିଗତ ହିଂସାର ପ୍ରଥମ ଘଟଣା ନୁହେଁ । ବରଂ ଏହା ପୂର୍ବରୁ ମଧ୍ୟ ଏକାଧିକ ସମ୍ପ୍ରଦାୟ ଏକାଧିକ ଥର ହିଂସା ଘଟାଇଛନ୍ତି । 1992 ମସିହାରେ ‘ନାଗା’ ଓ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସା ଘଟିଥିଲା । 1997 ରେ ମଧ୍ୟ ପୁଣି ଥରେ ରାଜ୍ୟରେ ହିଂସା ଦେଖିବାକୁ ମିଳିଥିଲା । ସଂରକ୍ଷଣ ଓ ଅସ୍ଥିତ୍ବ ପାଇଁ ‘କୁକି’ ଓ ’ପାଇତେ’ ସମୁଦାୟ ମଧ୍ୟରେ ସଂଘର୍ଷ ହୋଇଥିଲା । ପୂର୍ବରୁ ଘଟିଥିବା ହିଂସା ଘଟଣାରେ ମୃତାହତ ଓ କ୍ଷୟକ୍ଷତି ସମ୍ପର୍କରେ କୌଣସି ସଠିକ ଆକଳନ ମଧ୍ୟ ନାହିଁ ।

ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ବିରୋଧୀଙ୍କ ସମାଲୋଚନା:

ମଣିପୁରରେ ହିଂସା ଚରମ ସ୍ତରରେ ପହଞ୍ଚିଥିବା ସତ୍ତ୍ବେ ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରସଙ୍ଗରେ ଦୀର୍ଘଦିନ ନିରବତା ଧାରଣ କରିଥିଲେ । ଦେଶର ବିଭିନ୍ନ ରାଜ୍ୟ ଗସ୍ତ କରୁଥିବା ପ୍ରଧାନମନ୍ତ୍ରୀ କାହିଁକି ମଣିପୁର ଗସ୍ତ କରୁନାହାନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଥିଲା । ଏପରିକି ଗୃହରେ ପ୍ରଧାନମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି ବିରୋଧୀ ଦାବି କରିଥିଲେ । ସେହି ସମୟରେ କର୍ଣ୍ଣାଟକ ସମେତ 5 ରାଜ୍ୟର ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ସକ୍ରିୟ ନିର୍ବାଚନୀ ପ୍ରଚାରକୁ ନେଇ ବିରୋଧୀ ବର୍ଷିଥିଲେ । ପ୍ରଧାନମନ୍ତ୍ରୀ ସେହି ସମୟରେ ଆମେରିକାକୁ ଷ୍ଟେଟ-ହନର ଗସ୍ତ ସହ ଆରବ ଓ ଇଜିପ୍ଟ ମଧ୍ୟ ଗସ୍ତ କରିଥିଲେ । କେନ୍ଦ୍ର ସରକାର ଦେଶରେ ଜି-20 ସମ୍ମିଳନୀ ମଧ୍ୟ ଆୟୋଜିତ କରି ବିଶ୍ବନେତାଙ୍କୁ ଆତିଥ୍ୟ ଦେଇଥିଲେ । ହେଲେ ଦେଶର ଏକ ରାଜ୍ୟ ମଣିପୁରକୁ ଜଳିବାକୁ ଛାଡି ଦିଆଗଲା ବୋଲି ବିରୋଧୀ ଶାଣିତ ଆଲୋଚନା କରିଥିଲେ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଣିପୁର ପ୍ରସଙ୍ଗ ନିୟମିତ ତଦାରଖ କରିବା ଗୃହରେ ତଥ୍ୟ ରଖିଥିଲେ ସୁଦ୍ଧା ତାହା ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନଥିଲା । ବିରୋଧୀ ମଣିପୁରରେ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ବରଖାସ୍ତ ସହ ରାଷ୍ଟ୍ରପତି ଶାସନ ଲାଗୁ କରିବା ଦାବି କରିଥିଲେ । ବିଜେପି ସରକାର ବଞ୍ଚାଇବା ପାଇଁ ମଣିପୁରରେ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କୁ ବରଖାସ୍ତ କରୁନାହିଁ ବୋଲି ବିରୋଧୀ ଅଭିଯୋଗ କରିଥିଲେ । ଭାଇରାଲ ହେଉଥିବା ଭିଡିଓକୁ ସେୟାର କରି ତମାମ ବିରୋଧୀ ନେତା ଉତ୍ତର ପୂର୍ବରୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣିଥିଲେ ।

78 ଦିନ ପରେ ମୁହିଁ ଖୋଲିଥିଲେ ପ୍ରଧାନମନ୍ତ୍ରୀ:

ମଣିପୁର ହିଂସାର ପ୍ରାୟ ଅଢେଇ ମାସ (78 ଦିନ ) ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଥମ ବୟାନ ସାମ୍ନାକୁ ଆସିଥିଲା । ସେତେବେଳେ ସଂସଦ ମୌସୁମୀ ଅଧିବେଶନ ଜାରି ରହିଥିଲେ ସୁଦ୍ଧା ପ୍ରଧାନମନ୍ତ୍ରୀ ସଦନ ପରିବର୍ତ୍ତେ ଭିଡିଓ ବାର୍ତ୍ତାରେ ଏହି ଘଟଣା ତାଙ୍କୁ ଯନ୍ତ୍ରଣା ଦେଇଛି ବୋଲି କହିଥିଲେ । ମହିଳାଙ୍କ ପ୍ରତି ହୋଇଥିବା ବର୍ବରତା ସମଗ୍ର ଦେଶକୁ ଲଜ୍ଜିତ ଓ ବିଚଳିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହାକୁ ମଧ୍ୟ ବିରୋଧୀ ସାମାଲୋଚନା କରିଥିଲେ ।

ରାସ୍ତାରେ ରାହୁଲଙ୍କୁ ରୋକିଲା ପୋଲିସ:

ମଣିପୁରର ଏକାଧିକ ରାଜନୈତିକ ସଂଗଠନର ନେତାଙ୍କ ଏକ ଦଳ ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲେ । ମାତ୍ର ପ୍ରଧାନମନ୍ତ୍ରୀ ଏହି ଟିମକୁ ସମୟ ନଦେଇ ଆମେରିକା ପଳାଇଥିବା ଅଭିଯୋଗ ହୋଇଥିଲା । ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ରିଲିଫ କ୍ୟାମ୍ପରେ ପ୍ରଭାବିତଙ୍କୁ ଭେଟିବା ପାଇଁ ମଣିପୁର ଗସ୍ତ କରିଥିଲେ । ତାଙ୍କୁ ସୁରକ୍ଷା ଦୃଷ୍ଟିରୁ ପୋଲିସ ରାସ୍ତାରେ ରୋକିବା ସହ ଇମ୍ଫାଲ ଫେରାଇ ଦେଇଥିଲା । ଫଳରେ ରାହୁଲ ଦିଲ୍ଲୀ ଫେରିବାକୁ ବାଧ୍ୟ ହୋଇଥିଲେ ।

ଗୃହରେ ଆସିଥିଲା ଅନାସ୍ଥା:

ଏହି ପ୍ରସଙ୍ଗରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ମଧ୍ୟ ଆଗତ ହୋଇଥିଲା । ମୁଖ୍ୟ ବିରୋଧୀ କଂଗ୍ରେସ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା । ଉତ୍ତର-ପୂର୍ବରୁ ଦଳର ଯୁବ ସାଂସଦ ଗୌରବ ଗୋଗୋଇ ଏହି ପ୍ରସ୍ତାବ ଆଗତ କରିଥିଲେ । ଏହି ପ୍ରସ୍ତାବ କାଟ ଖାଇଥିବା ବେଳେ ଏହା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବାକୁ ବାଧ୍ୟ ହୋଇଥିଲେ ସରକାର । ଗୃହରେ ପ୍ରଧାନମନ୍ତ୍ରୀ ବିସ୍ତୃତ ବିବୃତ୍ତି ରଖିବା ସହ ପାଲଟା କଂଗ୍ରେସ ଉପରେ ବର୍ଷିଥିଲେ ।

ଏବେ ବି ସମ୍ପୂର୍ଣ୍ଣ ଶାନ୍ତ ହୋଇନି ମଣିପୁର:

ପ୍ରାୟ ବର୍ଷେବ୍ୟାପୀ ହିଂସା ଦେଖିଥିବା ମଣିପୁର ଏବେ ମଧ୍ୟ ସମ୍ପୂର୍ଣ୍ଣ ଶାନ୍ତ ହୋଇନି । ସୁରକ୍ଷାବଳର କଡା ବଳୟ ମଧ୍ୟରେ ଏବେବି ରହିଛି ଇମ୍ଫାଲ ଓ ଅନ୍ୟ ସମ୍ବେଦନଶୀଳ ସ୍ଥାନ । ରାଜ୍ୟରେ 2027 ମସିହାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ସ୍ଥିତି କ୍ରମଶଃ ସୁଧୁରିବାରେ ଲାଗିଛି ଓ ନିକଟ ଅତୀତରେ ରାଜ୍ୟରେ କୌଣସି ନୂଆ ହିଂସା ହୋଇନଥିବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କହୁଛନ୍ତି । ତଥାପି ରାଜ୍ୟରୁ ମଝି ମଝିରେ ଛୋଟ ଛୋଟ ହିଂସା ଘଟଣା ସାମ୍ନାକୁ ଆସୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.