ETV Bharat / bharat

Cricket Controversy 2021: କ୍ରିକେଟରେ ଛାଇଗଲା ବିବାଦ, ପଦ ପାଇଁ ଫାଟ

author img

By

Published : Dec 23, 2021, 6:12 PM IST

Updated : Dec 23, 2021, 8:21 PM IST

ବର୍ଷ 2021ରେ କ୍ରୀଡା ଜଗତର ପିଛା ଛାଡିନଥିଲା ବିବାଦ । ବିଶ୍ବ କପ୍ ଟି-୨୦ (T-20 World Cup) ରେ ପାକିସ୍ତାନ ଠୁ ଭାରତୀୟ କ୍ରିକେଟ ଟିମର ପରାଜୟ ଏବଂ ବିଭାଜିତ ନେତୃତ୍ବ ଖବରର ଶିରୋନାମା ପାଲଟିଥିଲା । ପରାଜୟ ପାଇଁ ଫ୍ୟାନ୍ସ ନିରାଶ ହୋଇଥିଲେ ତ ପଦ ହରାଇ କ୍ୟାପ୍ଟେନ ହୋଇଥିଲେ ହତାଶ । ପୁୁଣି ଦଳରେ ନେତୃତ୍ବକୁ ନେଇ ବିବାଦର ମଞ୍ଜି ବର୍ଷ ଶେଷରେ ବିରାଟ ବୃକ୍ଷରେ ପରିଣତ ହୋଇଥିଲା । ତେବେ ତମାମ ବର୍ଷର Gentleman କ୍ରିକେଟରେ ବିବାଦ କଣ ଥିଲା, ଅଧିକ ପଢନ୍ତୁ

Cricket Controversy 2021: କ୍ରୀଡାରେ ଛାଇଗଲା ବିବାଦ, ପଦ ପାଇଁ ଫାଟ

ହାଇଦ୍ରାବାଦ: ବିବାଦ ଏକ ଏପରି ଶବ୍ଦ, ଯାହା ବର୍ଷ ବର୍ଷର ପଦ, ମର୍ଯ୍ୟାଦା ଏପରି ସମ୍ପର୍କକୁ ମଧ୍ୟ ନଷ୍ଟ କରିଦିଏ । ମାଟିରେ ମିଶାଇ ଦିଏ ଆଶା, ଆକାଂକ୍ଷା ଆଉ ଉଦ୍ଦିପନା । ଏ ବିବାଦ ନଷ୍ଟ କରେ ଭାଇ-ଭାଇ, ବନ୍ଧୁ-ବନ୍ଧୁ ଆଉ ସର୍ବୋପରି ଗୁରୁ-ଶିଷ୍ୟ ମଧ୍ୟରେ ଥିବା ଅନାବିଳ ପ୍ରେମକୁ । ବର୍ଷ 2021 ରେ ଦେଖିବାକୁ ମିଳିଛି ବିବାଦର ଏପରି ଏକ ସଦ୍ୟତମ ଉଦାହରଣ । ଯାହା କେବେ କ୍ରିକେଟ ଜଗତରେ ଘଟିନଥିଲା, ତାହା ଘଟିଛି ଏହି ବର୍ଷ 2021 ରେ ।

ବିବାଦ ପାଇଁ ଉଜୁଡିଯାଇଛି ସମ୍ପର୍କ ଆଉ ଭାଙ୍ଗିଯାଇଛି କୋଟି କୋଟି ଖେଳପ୍ରେମୀଙ୍କ ହୃଦୟ । କିଏ ନିଜର ପ୍ରିୟ ଖେଳାଳିକୁ ଅଧିନାୟକ ଆସନରୁ ଓହରିବାର ଦେଖି କାନ୍ଦିଛି ତ ଆଉ କିଏ ରାଗିଛି । ପୁଣି କିଏ ଯାହା ହୋଇଛି କ୍ରିକେଟ ଟିମ୍ ପାଇଁ ଭଲ ହୋଇଛି ଭାବି ଖୁସି ହୋଇଛି । ହେଲେ ବର୍ଷ ସରିବାକୁ ବସିବା ସମୟରେ କ୍ରିକେଟ ଜଗତରେ ଉଙ୍କିମାରିଛି ନୂଆ ନୂଆ ବିବାଦ । BCCI-କୋହଲି-ରୋହିତଙ୍କୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ମୁଣ୍ଡ ଟେକିଥିଲା ଭାରତୀୟ ସ୍ପିନର ରବିଚନ୍ଦ୍ର ଅଶ୍ବିନ, ପୂର୍ବତନ କୋଚ୍ ରବି ଶାସ୍ତ୍ରୀଙ୍କ ବିପକ୍ଷରେ ଦେଇଥିବା ବିସ୍ଫୋରକ ବୟାନ । ଏପରିକି ଘଣ୍ଟାକୁ ନେଇ ହଡରଘଣାରେ ପଡିଥିଲେ ହାର୍ଡ ହିଟର୍ ହାର୍ଦ୍ଦିକ ପାଣ୍ଡ୍ୟା ।

ତେବେ ଆସନ୍ତୁ ଜାଣିବା 2021 କ୍ରୀଡା ଜଗତରେ ସୃଷ୍ଟି କରିଛି କି କି ବିବାଦ-

ବିଶ୍ବ କପ୍ ମ୍ୟାଚ ପାଇଁ ଅକ୍ଟୋବରରେ UAE ଗସ୍ତ କରେ ଟିମ୍ ଇଣ୍ଡିଆ । କିଛିଦିନ ପୂର୍ବରୁ ସରିଥାଏ ଫଟାଫଟ୍ କ୍ରିକେଟ IPL । ଏଥିରେ ଭାରତୀୟ ଖେଳାଳିଙ୍କ ଦମଦାର୍ ପ୍ରଦର୍ଶନ ଦେଖି ଏଥର ୱାର୍ଲ୍ଡକପ୍ ଥୟ ବୋଲି ଭାବି ନେଇଥିଲେ ଫ୍ୟାନ୍ସ । ଅବସ୍ୟ IPL ବିଜୟୀ ହୋଇଥିବା ଚେନ୍ନାଇ ସୁପର କିଙ୍ଗସର କ୍ୟାପ୍ଟେନଙ୍କ ସମେତ ଅଧିକାଂଶ ଖେଳାଳି ବିଶ୍ବ କପ୍ ମ୍ୟାଚ ପାଇଁ ମନୋନୀତ ହୋଇଥିଲେ, ତଥାପି ଅନ୍ୟ ଖେଳାଳିଙ୍କ ଉପରେ ଦୃଢ ବିଶ୍ୟାସ ରଖିଥିଲେ ଖେଳପ୍ରେମୀ । ଅଭ୍ୟାସ ମ୍ୟାଚରେ ମଧ୍ୟ ଅଷ୍ଟ୍ରେଲିଆ, ଇଂଲଣ୍ଡ ବିପକ୍ଷରେ ଭାରତର ଦମଦାର ବିଜୟ ଆଶାକୁ ଦ୍ବିଗୁଣିତ କରିଦେଇଥିଲା । ହେଲେ ଫ୍ୟାନ୍ସ ନିରାଶ ହୋଇଥିଲେ ପାକିସ୍ତାନ ବିପକ୍ଷ ମ୍ୟାଚରେ ।

Cricket Controversy 2021: କ୍ରିକେଟରେ ଛାଇଗଲା ବିବାଦ, ପଦ ପାଇଁ ଫାଟ
Cricket Controversy 2021: କ୍ରିକେଟରେ ଛାଇଗଲା ବିବାଦ, ପଦ ପାଇଁ ଫାଟ

ଏଇଠୁ ଭାରତୀୟ କ୍ରିକେଟ ଜଗତରେ ମଞ୍ଜି ପୋତିଥିଲା ବିବାଦ । ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତର ନୈରାଶ୍ୟଜନକ ପରାଜୟ ଟିମ୍ ଇଣ୍ଡିଆ ସମେତ ପୁରା ଦେଶରେ ବିବାଦ ସୃଷ୍ଟି କରିଥିଲା । ବିଶ୍ବକପ ମ୍ୟାଚରେ ପ୍ରଥମ କରି ପାକିସ୍ତାନଠୁ ଭାରତୀୟ କ୍ରିକେଟ ଟିମ୍ ପରାଜିତ ହେବାପରେ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଥିଲା, ଇତିହାସ ବଦଳିଥିଲା । ଏହା ପରେ ପ୍ରତି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ବିଫଳ ହୋଇଥିଲେ ଭାରତୀୟ କ୍ରିକେଟ ପ୍ଲେୟର । ଏଥିପାଇଁ କେତେକ ଅଧିନାୟକ ବିରାଟ କୋହଲିଙ୍କୁ ଦାୟୀ କରିଥିଲେ ତ, ଅନ୍ୟ କେହି ଟିମ୍ ମେମ୍ବରଙ୍କ ମଧ୍ୟରେ ତାଳ-ମେଳ ନଥିବା ଦର୍ଶାଇଥିଲେ ।

ପୁଣି କେତେକ ହତାଶ ହୋଇଥିବା ଫ୍ୟାନ୍ସ ଘୃଣ୍ୟ ଏବଂ ଅସାମାଜିକ ବ୍ୟକ୍ତିଙ୍କ ପରି ମନ୍ତବ୍ୟ ଦେଇଥିଲେ । ଖରାପ ପ୍ରଦର୍ଶନ ପାଇଁ ବିରାଟ କୋହଲିଙ୍କ ଛୋଟ ଝିଅକୁ ଦୁଷ୍କର୍ମ ଧମକ ଭଳି ନିନ୍ଦନୀୟ ଖବର ଶୁଣିବାକୁ ମିଳିଥିଲା ୨୦୨୧ ରେ । ପୋଲିସ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ସେହିପରି ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ହାରିବାକୁ ନେଇ ଜାତିଆଣ ମନ୍ତବ୍ୟ ଦେଇଥିଲେ କେତେକ ଫ୍ୟାନ୍ସ । ଏହାକୁ ନେଇ ଟ୍ବିଟର ୱାର ଚାଲିଥିଲା ବର୍ଷ ୨୦୨୧ ରେ ।

ସବୁ ପରେ T-20 ରେ ବିରାଟ ଅଧିନାୟକ ପଦରୁ ଓହରିବା ପାଇଁ ଘୋଷଣା ପରେ ଚର୍ଚ୍ଚା ଜୋର ଧରିଥିଲା । ବିରାଟ ଅଧିନାୟକ ପଦରେ ରହିବେ ବୋଲି BCCI ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଫଳ କିନ୍ତୁ କିଛି ଅଲଗା ଆସିଥିଲା । ଉଭୟ T-20 ଏବଂ ଦିନିକିଆ ଫର୍ମାଟରୁ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା । ତାଙ୍କ ପରିବର୍ତ୍ତେ ରୋହିତ ଶର୍ମାଙ୍କୁ ଅଧିନାୟକ କରାଯାଇଥିଲା । ଯାହା କେବେ କ୍ରିକେଟ ଇତିହାସରେ ହୋଇନଥିଲା, ପ୍ରଥମ କରି ତାହା ଘଟିଥିଲା କ୍ରିକେଟ ଇତିହାସରେ । ଏକ ବିଭାଜିତ ନେତୃତ୍ବ ଦେଖିବାକୁ ମିଳିଥିଲା ଟିମ୍ ଇଣ୍ଡିଆରେ ।

Cricket Controversy 2021: କ୍ରିକେଟରେ ଛାଇଗଲା ବିବାଦ, ପଦ ପାଇଁ ଫାଟCricket Controversy 2021: କ୍ରିକେଟରେ ଛାଇଗଲା ବିବାଦ, ପଦ ପାଇଁ ଫାଟCricket Controversy 2021: କ୍ରିକେଟରେ ଛାଇଗଲା ବିବାଦ, ପଦ ପାଇଁ ଫାଟ
ସେପଟେ କୋହଲିଙ୍କ କ୍ୟାପ୍ଟେନ୍ସି ପରେ 1988 ମସିହା ପରଠୁ ଗାବା ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ ଜିତିନଥିବା ଭାରତୀୟ ଟିମ୍ ବିଜୟର ସ୍ବାଦ ଚାଖିଥିଲା । ଲଗାତାର ଭାବେ ଅଷ୍ଟ୍ରେଲିଆକୁ ତା ଘରୋଇ ମାଟିରେ ହରାଇ ସଫଳତାର ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ ବିରାଟ କୋହଲି । ମାତ୍ର ଏହାପରେ ତାଙ୍କ ପାଖରୁ ଚାଲି ଯାଇଥିଲା ଟି-20 ଏବଂ ଦିନିକିଆ ଅଧିନାୟକ ଦାୟିତ୍ବ । ବିରାଟ କେବଳ ଟେଷ୍ଟରେ ଅଧିନାୟକ ଥିବାବେଳେ ରୋହିତଙ୍କୁ ଅନ୍ୟ ଦୁଇଟିରେ ଦାୟିତ୍ବ ଦିଆଗଲା । ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ରୋହିତ ଟେଷ୍ଟରେ ଅସୁସ୍ଥତା ଦର୍ଶାଇ ଓହରିଯିବା ଏବଂ ପରେ ବିରାଟ ଦିନିକିଆରେ ଯୋଗଦେବେ ନାହିଁ ବୋଲି ଗଣମାଧ୍ୟମ ରିପୋର୍ଟ ଘୋଷଣା ବିବାଦର ସନ୍ଦେହକୁ ସ୍ପଷ୍ଟି କରିଥିଲା । ବିରାଟ ଏବଂ ରୋହିତଙ୍କ ସମ୍ପର୍କରେ ତିକ୍ତତା ଥିବା ନେଇ ପୂର୍ବରୁ ଚାଲିଥିବା ଆଲୋଚନାକୁ ଖୋରାଗ ଯୋଗାଇଥିଲା ଏହି ଖବର ।

ଏହାପରେ ମୁହଁ ଖୋଲିଥିଲେ କ୍ୟାପ୍ଚେନ ବିରାଟ କୋହିଲି । ସେ ଦକ୍ଷିଣ ଆଫ୍ରିକା ଗସ୍ତର ସବୁ ଫର୍ମାଟରେ ରହିବେ ବୋଲି ଘୋଷଣା କରିବା ସହ କ୍ୟାପଟେନ୍ସି ଉପାଖ୍ୟାନର ବିସ୍ତୃତ ବିବରଣୀ ଦେଇଥିଲେ । ବିସିସିଆଇ ତାଙ୍କ ସହ କୌଣସି ଆଲୋଚନା ନ କରି କେବଳ ଫୋନ କଲରେ ଅଧିନାୟକ ପଦରୁ ହଟାଯିବା ନେଇ କହିଥିବା ଖୁଲାସା କରିଥିଲେ କୋହଲି । ସେପଟେ ଆଉ ଗୋଟେ କଥା କହିଥିଲେ BCCI ବସ । ବିରାଟଙ୍କ ସହ ଆଲୋଚନା କରିବାକୁ ଚାହୁଁଥିଲେ ମଧ୍ୟ ବିରାଟ ସୁଯୋଗ ଦେଇନଥିବା BCCI ସଫେଇ ଦେଇଥିଲା ।

ଏହାପରେ ଉଙ୍କି ମାରିଥିଲା ଆଉ ଏକ ବିବାଦ । ଅବସର ନେଇଥିବା ରବି ଶାସ୍ତ୍ରୀଙ୍କ ବିପକ୍ଷରେ ବିସ୍ଫୋରକ ବୟାନ ଦେଇଥିଲେ ସ୍ପିନର ରବିଚନ୍ଦ୍ର ଅଶ୍ବିନ । ଶାସ୍ତ୍ରୀଙ୍କ ପାଇଁ ସେ ବହୁବାର ଅବସର ନେବାକୁ ମନସ୍ଥ କରିଥିବା ଏକ ସାକ୍ଷାତକାରରେ କହିଥିଲେ । ବିଦେଶ ମାଟିରେ ଶାସ୍ତ୍ରୀ କୁଲଦୀପ ଯାଦବଙ୍କୁ ଶ୍ରେଷ୍ଠ ସ୍ପିନର ଭାବେ ଘୋଷଣା କରିବା ଏବଂ ତାଙ୍କୁ ଅଣଦେଖା କରିବା ବସ୍ ଚକା ତଳକୁ ଠେଲିଦେବା ପରି ଲାଗିଥିଲା ବୋଲି କହିଥିଲେ ଅଶ୍ବିନ । ଅବସର ଘୋଷଣା ପରେ ବର୍ଷ ଶେଷରେ ଶାସ୍ତ୍ରୀଙ୍କୁ ବିବାଦର ସମ୍ମୁଖୀନ କରିବାକୁ ପଡିଥିଲା । ସେପଟେ ଅଶ୍ବିନଙ୍କ ଏହି ବୟାନ କ୍ରିକେଟ ଜଗତରେ ଅଣଦେଖା ଚାଲିଥିବା ଚର୍ଚ୍ଚାକୁ ମଜଭୂତ କରିଥିଲା ।

ଅନ୍ୟପଟେ 2021 ରେ ଅଲ ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିଛା ଛାଡିନଥିଲା ବିବାଦ । ଜଣେ ମହିଳା ପାଣ୍ଡ୍ୟାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ଅଡୁଆରେ ପକାଇଥିଲା ତାଙ୍କ ଘଣ୍ଚା । UAE ରୁ ବିଶ୍ବକପ୍ ପରେ ଫେରିବା ସମୟରେ ବିମାନ ବନ୍ଦରରେ ହାର୍ଦ୍ଦିକଙ୍କ ଠାରୁ 2 ଟି ଘଣ୍ଟା ଜବତ କରିଥିଲା କଷ୍ଟମ ବିଭାଗ । 5 କୋଟିର ଏହି ଘଣ୍ଟା ବାବଦରେ ହାର୍ଦ୍ଦିକ ସଠିକ୍ ତଥ୍ୟ ଦେଇନପାରିବା ତାଙ୍କ ପାଇଁ ଅଧିକ ଅଡୁଆ ସୃଷ୍ଚି କରିଥିଲା । ଅବଶ୍ୟ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଟ୍ବିଟ କରି ଘଣ୍ଟାର ମୂଲ୍ୟ 5 କୋଟି ନୁହେଁ ଦେଢ କୋଟି କହିଥିଲେ ଏବଂ UAE ରୁ ସେ କିଣିଥିବା ସମସ୍ତ ଜିନିଷ ଆଇନଗତ ବୋଲି ସ୍ପଷ୍ଟ କରିଥିଲେ ।

ସେହିପରି କ୍ରୀଡାର ଚିର ସାଥୀ ଥିବା ଜୁଆଖେଳ ମଧ୍ୟ ଚଳିତ IPL ସମେତ ବିଶ୍ବ କପ୍ ମ୍ୟାଚରେ ମଧ୍ୟ ଦେଖିବାକୁ ମିଳିଥିଲା । କ୍ରିକେଟ ଏକ ସମ୍ମାନଜନକ ଖେଳ, ଯେଉଁଠି ବିବାଦ, ହିଂସା ପରସ୍ପର ଶତ୍ରୁଭାବାପୂର୍ଣ୍ଣର ସ୍ଥାନ ନଥାଏ । କିନ୍ତୁ ଆଜିର କ୍ରିକେଟରଙ୍କ ବାଣିଜ୍ୟିକ ମନୋଭାବ ତାର ପ୍ରକୃତ ଉଦ୍ଦେଶ୍ୟ ଠାରୁ ବହୁଦୂରକୁ ନେଇଯାଇଛି । ଏଥିପାଇଁ କ୍ରୀଡା ପ୍ରେମୀମାନେ ମଧ୍ୟ ଏକ ପ୍ରକାର ଦାୟୀ ବୋଲି କହିଲେ କିଛି ଭୁଲ ହେବନାହିଁ । କାରଣ ଖେଳରେ ହାର-ଜିତକୁ ବ୍ୟବସାୟ କରିସାରିଲେଣି କେତେକ ଦର୍ଶକ । ମ୍ୟାଚ ପୂର୍ବରୁ ହାରିବା ଜିତିବାକୁ ନେଇ ସଟ୍ଟା ଖେଳ କ୍ରୀଡାରେ କଳାଦାଗ ଟାଣିଲାଣି ।

ବର୍ତ୍ତମାନ ସମୟରେ ଗେମ୍ବଲିଂ ବା ଜୁଆ ପରି ହୀନମନ୍ୟତା ଦେଖାଦେଉଛି । ଇଂଲଣ୍ଡର ପୂର୍ବତନ ଶିକ୍ଷା ମନ୍ତ୍ରୀ ଲର୍ଡ ୟୁଷ୍ଟେସ ପର୍ସି (Lord Eustace Percy) କହିଥିଲେ, Gambling Is A Mean game । ଅର୍ଥାତ୍ ଜୁଆଖେଳ ଏକ ନିଚ୍ଚ ଖେଳ । ଯାହା ନିମ୍ନ ମନୋଭାବର ପରିଚୟ ସୃଷ୍ଟି କରେ । ଏହା କ୍ରୀଡାର ପ୍ରକୃତ ଉଦ୍ଦେଶ୍ୟର ପରିପନ୍ଥୀ । ଭାରତ ଭଳି ଏକ ବୈଦିକ ରାଷ୍ଟ୍ରରେ କ୍ରୀଡା ପ୍ରେମୀଙ୍କ ଏପରି ଆଚରଣ ବିକୃତ ମାନସିକତାର ପରିଚୟ ନିଶ୍ଚୟ । ତେଣୁ ମନୋରଞ୍ଜନଧର୍ମୀ ଏବଂ ଶାରୀରିକ ସୁସ୍ଥତା ପାଇଁ ଆରମ୍ଭ ହୋଇଥିବା କ୍ରୀଡାକୁ ବିବାଦରୁ ଦୂରେଇ ରଖିବା ଖେଳାଳିଙ୍କ ସମେତ କ୍ରୀଡାପ୍ରେମୀଙ୍କ ଦାୟିତ୍ବ ଏକାନ୍ତ ଆବଶ୍ୟକ । ତେବେ ଯାଇ କ୍ରୀଡା ଜଗତରୁ ଆମେ ବିବାଦ ଭଳି କଳା ଶବ୍ଦକୁ ଲିଭାଇ ପାରିବା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 23, 2021, 8:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.