ETV Bharat / bharat

ମନ୍ତ୍ରୀ ନଓ୍ବାବଙ୍କ ବିରୋଧରେ ଏତଲା ଦେଲେ ଓ୍ବାଙ୍ଖଡେଙ୍କ ଭଉଣୀ

author img

By

Published : Oct 30, 2021, 6:54 PM IST

ମନ୍ତ୍ରୀ ନଓ୍ବାବ ମଲିକଙ୍କ ବିରୋଧରେ ଥାନାରେ ଏତଲା ଦେଲେ NCB ଅଧିକାରୀ ସମୀର ଓ୍ବାଙ୍ଖଡେଙ୍କ ଭଉଣୀ ଯସ୍ମିନ ଓ୍ବାଙ୍ଖଡେ । ପୋଲିସ କାର୍ଯ୍ୟାନୁଷ୍ଠାନ ନନେଲେ କୋର୍ଟରେ ଦ୍ବାରସ୍ଥ ହେବେ ବୋଲି ଦେଲେ ଚେତାବନୀ । ଅଧିକ ପଢନ୍ତୁ...

ନଓ୍ବାବ ମଲିକଙ୍କ ବିରୋଧରେ ଏତଲା ଦେଲେ ସମୀର ଓ୍ବାଙ୍ଖଡେଙ୍କ ଭଉଣୀ

ମୁମ୍ବାଇ: NCB ଅଧିକାରୀ ତଥା କ୍ରୁଜ ଡ୍ରଗ୍ସ ମାମଲାର ତଦନ୍ତକାରୀ ଅଧିକାରୀ ସମୀର ଓ୍ବାଙ୍ଖଡେଙ୍କ ବିରୋଧରେ ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନଓ୍ବାବ ମଲିକଙ୍କ ବ୍ୟକ୍ତିଗତ ଆକ୍ଷେପ ପରେ ଥାନାରେ ଅଭିଯୋଗ ହୋଇଛି । ସମୀରଙ୍କ ଭଉଣୀ ଯସ୍ମିନ୍ ୱାଙ୍ଖଡେ ଏନେଇ ମନ୍ତ୍ରୀ ନଓ୍ବାବଙ୍କ ବିରୋଧରେ ଆଜି ଅମ୍ବୋଲି ଥାନାରେ ଲିିଖିତ ଅଭିଯୋଗ କରିଛନ୍ତି । ତେବେ ମନ୍ତ୍ରୀ ନଓ୍ବାବ ତାଙ୍କ ଭାଇ ଓ ପରିବାର ସମ୍ପର୍କରେ ବ୍ୟକ୍ତିଗତ ତଥା ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଏତଲା ଦେଇଛନ୍ତି ଯସ୍ମିନ ।

ଅଭିଯୋଗକୁ ଆଧାର କରି ଆମ୍ବୋଲି ପୋଲିସ ଯସ୍ମିନ ୱାଙ୍ଖଡେଙ୍କ ବିବୃତ୍ତି ରେକର୍ଡ କରିଛି । ତେବେ ଏତଲା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଯସ୍ମିନ କହିଛନ୍ତି ଯଦି ମନ୍ତ୍ରୀ ନଓ୍ବାବଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ସେ କୋର୍ଟର ଦ୍ବାରସ୍ଥ ହୋଇ ମାମଲା ଦାୟର କରିବେ ।

ଗତକିଛି ଦିନ ହେବ ଡ୍ରଗ୍ସ କ୍ରୁଜ ମାମଲାର ତଦନ୍ତ କରୁଥିବା ଯୁବ ଏନସିବି ଅଧିକାରୀ ସମୀର ଓ୍ବାଙ୍ଖଡେ ବିବାଦ ଓ ଚର୍ଚ୍ଚାର କେନ୍ଦ୍ରରେ ରହିଛନ୍ତି । ପ୍ରଥମେ ଡ୍ରଗ୍ସ କାରବାର ମାମଲାରେ କାର୍ଯ୍ୟାନୁଷ୍ଠାନ ବଦଳରେ ବୁଝାମଣା ପାଇଁ ସମୀର ଟଙ୍କା ମାଗିଥିବା ଅଭିଯୋଗ ହୋଇଥିଲା, ଯାହାର ତଦନ୍ତ ଜାରି ରହିଛି । ପରେ ମହାରାଷ୍ଟ୍ରର ମନ୍ତ୍ରୀ ନଓ୍ବାବ ମଲିକ ସମୀରଙ୍କ ଧର୍ମୀୟ ପରିଚୟ ଓ ପରିବାରକୁ ନେଇ ଅନେକ ଆକ୍ଷେପମୂଳକ ମନ୍ତବ୍ୟ ଦେଇଥିଲେ । ରାଜ୍ୟର ଜଣେ ମନ୍ତ୍ରୀ ତାଙ୍କ ପରିବାର ବିରୋଧରେ ବ୍ୟକ୍ତିଗତ ଆକ୍ଷେପ ଓ ପରିବାର ସଦସ୍ୟଙ୍କୁ ମାନସିକ ଯନ୍ତ୍ରଣା ଦେଇଥିବା ଅଭିଯୋଗ ଆଣି କୋର୍ଟର ଦ୍ବାରସ୍ଥ ହେବା ନେଇ ଚେତାବନୀ ଦେଇଥିଲେ ସମୀରଙ୍କ ବାପା । ତେବେ ଆଜି ତାଙ୍କ ଭଉଣୀ ଯସ୍ମିନ୍ ୱାଙ୍ଖଡେ ମନ୍ତ୍ରୀ ନଓ୍ବାବଙ୍କ ବିରୋଧରେ ଆମ୍ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.