ETV Bharat / bharat

ସରିଲା ପାଇଲଟଙ୍କ ଦିନିକିଆ ଅନଶନ: ଆଳ ଦୁର୍ନୀତି, ଟାର୍ଗେଟରେ ଗେହେଲଟ !

ଦଳୀୟ ତାଗିଦ୍‌ ସତ୍ତ୍ବେ ସରିଲା ସଚିନ ପାଇଲଟଙ୍କ ଦିନିକିଆ ଅନଶନ । କହିଲେ ଦୁର୍ନୀତି ବିରୋଧରେ ଚିଠି ଲେଖିବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ । ଅଧିକ ପଢନ୍ତୁ

author img

By

Published : Apr 11, 2023, 7:34 PM IST

ଦଳୀୟ ତାଗିଦ୍‌ ସତ୍ତ୍ବେ ସରିଲା ପାଇଲଟଙ୍କ ଦିନିକିଆ ଅନଶନ

ଜୟପୁର: ରାଜସ୍ଥାନ ରାଜନୀତିରେ ଜାରି ରହିଥିବା ରାଜନୈତିକ ଘଟଣାକ୍ରମ ଉପରେ ଆଜି ସାରା ନଜର ରହିଥିଲା । ଦଳୀୟ ତାଗିଦ୍‌ ସତ୍ତ୍ବେ ଦଳର ଯୁବନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ନିଜର ଚର୍ଚ୍ଚିତ ଦିନିକିଆ ଅନଶନ ଶେଷ କରିଛନ୍ତି । କାର୍ଯ୍ୟକ୍ରମ ସ୍ଥଳରେ କଂଗ୍ରେସ ପତାକା କିମ୍ବା ଦଳର ଅନ୍ୟ କୌଣସି ଚିହ୍ନ ନଥିଲା ବେଳେ କେବଳ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବ୍ୟାନର ତଳେ ଦିନିକିଆ ଅନଶନ ଶେଷ କରିଛନ୍ତି ପାଇଲଟ । ଏଥିରେ ପାଇଲଟଙ୍କର କିଛି ସହଯୋଗୀ ଓ ସମର୍ଥକ ମଧ୍ୟ ସାମିଲ ହୋଇଥିଲେ ।

ସଂଧ୍ୟା ପ୍ରାୟ ସାଢେ 4ଟାରେ ସଚିନଙ୍କ ଅନଶନ ଶେଷ କରି ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି । ପାଇଲଟ କହିଛନ୍ତି, ଏହି ଦୁର୍ନୀତି ଅଭିଯୋଗ କିଛି ନୂଆ କଥା ନୁହେଁ ବରଂ ଏହା ସମ୍ପର୍କରେ ରାଜ୍ୟବାସୀ ଅବଗତ । ହେଲେ ବାରମ୍ବାର ଦାବି ପରେ ମଧ୍ୟ ଏହା ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇ ନାହିଁ । ସେ ସେହି ସମାନ ଉଦ୍ଦେଶ୍ୟ ଦୋହରାଇବା ସହ ପୁଣି ଗେହେଲଟ ସରକାରର ନିସ୍କ୍ରିୟତାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି । କହିଛନ୍ତି, ବସୁନ୍ଧରା ରାଜେ ସିନ୍ଧିଆଙ୍କ ନେତୃତ୍ବାଧୀନ ଭାରତୀୟ ଜନତା ପାର୍ଟି ସରକାରେ ହୋଇଥିବା ବ୍ୟାପକ ଦୁର୍ନୀତିର ତଦନ୍ତ ନେଇ ସେ ଦୁଇ ଥର ଚିଠି ମଧ୍ୟ ଲେଖିଥିଲେ । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।

ଏହା ମଧ୍ୟ ପଢନ୍ତୁ:-Rajasthan politics: ଗେହଲଟଙ୍କ ବିରୋଧରେ ଅନଶନ କଲେ ସଚିନ ପାଇଲଟ

‘ବସୁନ୍ଧରା ସରକାରର ଦୁର୍ନୀତି ବିରୋଧରେ ଆନ୍ଦୋଳନ’ ଶୀର୍ଷକ ବ୍ଯାନର ତଳେ ଦିନିକିଆ ଅନଶନରେ ଏକାଠି ହୋଇଥିଲେ ସିନ୍ଧିଆ ଗୋଷ୍ଠୀ । ବ୍ୟାନରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଏକ ବିଶାଳ ଫଟୋ ଚିତ୍ର ଥିବା ବେଳେ ଇଂରାଜୀରେ 'Protest against Corruption in Vasundhara Government' ଲେଖାଯାଇଥିଲା । ହେଲେ ବ୍ୟାନର ସମେତ ସମ୍ପୂର୍ଣ୍ଣ ଧାରଣା ସ୍ଥଳରେ କଂଗ୍ରେସର ଚିହ୍ନବର୍ଣ୍ଣ ମଧ୍ୟ ନଥିଲା । ଯାହା କେବଳ ସିନ୍ଧିଆ ସରକାର ଦୁର୍ନୀତି ଆଳରେ ଦଳୀୟ ଅନ୍ତକନ୍ଦଳ ବୋଲି ଚର୍ଚ୍ଚା ହେଉଛି । ଦୁର୍ନୀତି ଓ ନିଜ ଦଳର ସରକାରୀ ନିଷ୍କ୍ରିୟତା ଆଳରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ବିରୋଧୀ କୁହାଯାଉଥିବା ପାଇଲଟ ଗେହେଲଟଙ୍କୁ ଟାର୍ଗେଟ କରିଛନ୍ତି ବୋଲି ମଧ୍ୟ ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି ।

9 ତାରିଖରେ ସେ ଏକ ପ୍ରେସମିଟ ଜରିଆରେ ଏହି ଦିନକିଆ ଅନଶନ ସମ୍ପର୍କରେ ଘୋଷଣା କରିଥିଲେ । କଂଗ୍ରେସ ପୂର୍ବରୁ ଶାସନରେ ଥିବା ବସୁନ୍ଧରା ରାଜେ ସିନ୍ଧିଆଙ୍କ ନେତୃତ୍ବୀଧୀନ ଭାରତୀୟ ଜନତା ପାର୍ଟି ସରକାରରେ ବ୍ୟାପକ ଦୁର୍ନୀତି ହୋଇଥିଲା । ହେଲେ ଏହାର ତଦନ୍ତ କରାନଯିବାରୁ ସତ୍ୟତା ସାମ୍ନାକୁ ଆସିପାରୁନାହିଁ ବୋଲି ସଚିନ ଅଭିଯୋଗ କରିଥିଲେ । ବିଜେପି ସରକାରର ଏହି ବ୍ୟାପକ ଦୁର୍ନୀତି ବିରୋଧରେ ବର୍ତ୍ତମାନର ଗେହଲଟ ସରକାର ତଦନ୍ତ ନିର୍ଦ୍ଦେଶ ଦେବା ଦାବିରେ ବିଶିଷ୍ଟ ସମାଜ ସଂସ୍କାରକ ଜ୍ୟୋତିବା ଫୁଲେଙ୍କର ଜୟନ୍ତୀ ଅବସରରେ (11 ତାରିଖ) ଏକଦିବସୀୟ ଅନଶନରେ ବସିବା ନେଇ ଘୋଷଣା କରିଥିଲେ ରାଜସ୍ଥାନ କଂଗ୍ରେସର ଏହି ଚର୍ଚ୍ଚିତ ଯୁବନେତା । ଆଜି ଦଳୀୟ ତାଗିଦ ସତ୍ତ୍ବେ ମଧ୍ୟ ସେ ଦିନିକିଆ ଅନଶନ ଶେଷ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.