ETV Bharat / bharat

WFI Controversy: ଅଯୋଧ୍ୟାରେ ହେବାକୁ ଥିବା ବୈଠକ 4 ସପ୍ତାହ ପାଇଁ ସ୍ଥଗିତ - କୁସ୍ତି ମହାସଂଘ ଏଜିଏମ ବୈଠକ ସ୍ଥଗିତ

କୁସ୍ତି ମହାସଂଘ ବିବାଦ ନେଇ ଆଜି ଅଯୋଧ୍ୟାରେ ହେବାକୁ ଥିବା ଏଜିଏମ ବୈଠକ ବାତିଲ ହୋଇଛି । ଅଧିକ ପଢନ୍ତୁ

WFI Controversy
ଅଯୋଧ୍ୟାରେ ହେବାକୁ ଥିବା ବୈଠକ 4 ସପ୍ତାହ ପାଇଁ ସ୍ଥଗିତ
author img

By

Published : Jan 22, 2023, 11:29 AM IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାରେ କୁସ୍ତି ମହାସଂଘ ବିବାଦକୁ ନେଇ ହେବାକୁ ଥିବା ଭାରତୀୟ କୁସ୍ତି ମହାସଂଘର ବୈଠକକୁ ସ୍ଥଗିତ କରାଯାଇଛି । ଭାଜପା ସାଂସଦ ତଥା କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ମଧ୍ୟରେ ଆଜି କାର୍ଯ୍ୟକାରିଣୀ ବୈଠକ ଡକାଯାଇଥିଲା । ମାତ୍ର ଅଚାନକ ଏହି ବୈଠକକୁ ରଦ୍ଦ କରାଯାଇଛି । କ୍ରୀଡା ମନ୍ତ୍ରଣୀଳୟ ନିର୍ଦ୍ଦେଶ ଅନୁସାରେ ନିଷ୍ପତ୍ତି ହୋଇଛି । 4 ସପ୍ତାହ ଯାଏଁ ଏହି ବୈଠକ ବସି ପାରିବ ନାହିଁ । ବୈଠକ ରଦ୍ଦ କରିବା ବ୍ରିଜ ଭୂଷଣଙ୍କ ନିଷ୍ପତ୍ତି ହୋଇଥିବା ଚର୍ଚ୍ଚା ହେଉଛି । ବୈଠକ ପରେ ବ୍ରିଜ ଭୂଷଣ ଇସ୍ତଫା ଦେଇପାରନ୍ତି ।

  • WFI (Wrestling Federation of India) AGM, which was supposed to start at 10 am today in Ayodhya, has been called off

    — ANI (@ANI) January 22, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...Wrestlers Protest End: ରେସଲରଙ୍କ ଧାରଣା ପ୍ରତ୍ୟାହୃତ, ତଦନ୍ତ କରିବ କମିଟି

ଗତକାଲି (ଶନିବାର) କ୍ରୀଡା ମନ୍ତ୍ରଣାଳୟ କୁସ୍ତି ମହାସଂଘ ସହାୟକ ସଚିବ ବିନୋଦ ତୋମାରଙ୍କୁ ନିଲମ୍ବିତ କରିଥିଲେ । ଏହା ପରେ ଯୌନ ନିର୍ଯାତନା ପ୍ରସଙ୍ଗକୁ ଭିତ୍ତିହୀନ ବୋଲି କହିଥିଲେ କୁସ୍ତି ମହାସଂଘ ସଚିବ । ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ହେବା ଯାଏ WFI ଗତିବିଧି ଉପରେ ରୋକ ଲଗାଯାଇଛି । ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ।

ଏହା ପରେ ଗତ 5 ଦିନରୁ ଅଧିକ ଦିନ ହେବ ବ୍ରିଜ ଭୂଷଣଙ୍କ ଇସ୍ତଫା ଦାବିରେ ଯନ୍ତରମନ୍ତରରେ ଧାରଣାରେ ବସିଥିଲେ କୁସ୍ତିଯୋଦ୍ଧା । କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁରଙ୍କ ବାସଭବନରେ ଦ୍ବିତୀୟ ଥର ଅଲୋଚନା ପରେ ଗତକାଲି ଧାରଣା ପ୍ରତ୍ୟାହୃତ କରିଥିଲେ ରେସଲର । ବ୍ରିଜ ଭୂଷଣଙ୍କ ନାମରେ ହୋଇଥିବା ଅଭିଯୋଗ ନେଇ ଏକ ଟିମ ତଦନ୍ତ କରିବା ବୋଲି କହିଥିଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ ।

ଏହା ବି ପଢନ୍ତୁ...ଭାରତୀୟ କୁସ୍ତି ମହାସଙ୍ଘରୁ ନିଜକୁ ଦୂରେଇଲେ ବୃଜଭୂଷଣ, ସହାୟକ ସଚିବ ବିନୋଦ ତୋମାର ନିଲମ୍ବିତ

ଆଜି ଯାଞ୍ଚ କମିଟି ଗଠନ କରିବ କ୍ରୀଡା ମନ୍ତ୍ରଣାଳୟ । କମିଟିରେ କେତେ ଜଣ ଓ କେଉଁମାନେ ରହିବେ ଘୋଷଣା ହେବ । କ୍ରୀଡ଼ା ମନ୍ତ୍ରୀ, ସଚିବ ଓ ସାଇ ନିର୍ଦ୍ଦେଶକଙ୍କୁ ନେଇ ବୈଠକରେ ନିଷ୍ପତ୍ତି । ଭିନେଶ ଫୋଗାଟଙ୍କ ସମେତ ଅନ୍ୟ କିଛି ମହିଳା କୁସ୍ତି ଯୋଦ୍ଧାଙ୍କୁ ଭାରତୀୟ କୁସ୍ତି ମହାସଂଘ ଅଧକ୍ଷ୍ୟ ତଥା ସାଂସଦ ବ୍ରିଜ ଭୂଷଣ ସିଂ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଏହା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି କୁସ୍ତି ଯୋଦ୍ଧା ଧାରଣାରେ ବସିଥିଲେ । ସେପଟେ କୌଣସି ଅନିୟମିତତା ହୋଇନାହିଁ ବୋଲି କୁସ୍ତି ମହାସଂଘ କହିଥିଲା ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.