ETV Bharat / bharat

IPL ମ୍ୟାଚ ଦେଖିପାରିଲେନି ଆନ୍ଦୋଳନରତ କୁସ୍ତିଯୋଦ୍ଧା, ଟିକେଟ ଫାଡ଼ିଲା ପୋଲିସ ! - ଟିକେଟ ଫାଡ଼ିଲା ପୋଲିସ

IPL ମ୍ୟାଚ ଦେଖିପାରିଲେନି ଜନ୍ତରମନ୍ତର ଠାରେ ଆନ୍ଦୋଳନରତ କୁସ୍ତିଯୋଦ୍ଧା । ଦିଲ୍ଲୀ ପୋଲିସ ସେମାନଙ୍କ ଟିକେଟ ଫାଡ଼ିଦେଇଥିବା ନେଇ ଆଣିଲେ ଅଭିଯୋଗ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 21, 2023, 7:33 AM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ଅରୁଣ ଜେଟଲି କ୍ରିକେଟ ଷ୍ଟାଡିୟମରେ ଶନିବାର ଆଇପିଏଲ ମ୍ୟାଚ ଦେଖିବାକୁ ପହଞ୍ଚିଥିଲେ ଜନ୍ତରମନ୍ତରଠାରେ ଧାରଣ ଦେଇଥିବା କୁସ୍ତିଯୋଦ୍ଧା । ହେଲେ ସେମାନଙ୍କୁ ଷ୍ଟାଡିୟମ ମଧ୍ୟକୁ ପ୍ରବେଶ ଅନୁମତି ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି । ଏପରିକି ପୋଲିସ ସେମାନଙ୍କ ଟିକେଟ ଫାଡ଼ି ଦେଇଥିବା ଏମାନେ ଅଭିଯୋଗ ଆଣିଛନ୍ତି । କୁସ୍ତିଯୋଦ୍ଧାମାନେ ଦିଲ୍ଲୀ ପୋଲିସ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେପଟେ ଦିଲ୍ଲୀ ପୋଲିସ ଟ୍ବିଟ କରି ଏହି ଅଭିଯୋଗକୁ ଖଣ୍ଡନ କରିଛି ।

ଏଭଳି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ଦିଲ୍ଲୀ ପୋଲିସ । ଯେଉଁ ଦର୍ଶକଙ୍କ ନିକଟରେ ବୈଧ ଟିକେଟ ରହିଥିଲା ସେମାନଙ୍କୁ ମ୍ୟାଚ ଦେଖିବା ଲାଗି ରୋକାଯାଇନାହିଁ । କୁସ୍ତିଯୋଦ୍ଧାଙ୍କୁ ଷ୍ଟାଡିୟମ ମଧ୍ୟକୁ ପ୍ରବେଶ କରାଯାଇନଥିବା ଅଭିଯୋଗ ହେଉଛି । ତେବେ ଏହା ମିଥ୍ୟା ଖବର ବୋଲି ଦିଲ୍ଲୀ ପୋଲିସ କହିଛି । ଅନ୍ୟପଟେ ଷ୍ଟାଡିୟମରୁ ଫେରିବା ପରେ କୁସ୍ତିଯୋଦ୍ଧାମାନେ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ ପୋଲିସ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ।

ଏହା ବି ପଢନ୍ତୁ- Borewell Tragedy: ୭୦ ଫୁଟ ତଳେ ଫସିଛି ୯ବର୍ଷର ଜୀବନ, ୧୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଛି ରେସ୍କ୍ୟୁ ଅପରେସନ୍

କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଅନୁସାରେ ସେମାନେ ମ୍ୟାଚ ଦେଖିବା ଲାଗି ଅରୁଣ ଜେଟଲୀ ଷ୍ଟାଡିୟମ ନିକଟରେ ପହଞ୍ଚିଥିଲେ । ମାତ୍ର ଦିଲ୍ଲୀ ପୋଲିସର କିଛି ଯବାନ ତାଙ୍କୁ ପ୍ରବେଶ ଲାଗି ଅନୁମତି ଦେଇନଥିଲେ । ତାଙ୍କ ଟିକେଟ ଚିରି ଦେବା ସହିତ ଖରାପ ବ୍ୟବହାର କରିଥିବା ସେମାନେ ଅଭିଯୋଗ କରିଛନ୍ତି । କୁସ୍ତିଯୋଦ୍ଧା ସାକ୍ଷୀ କହିଛନ୍ତି ଯେ ଆମ ସମସ୍ତଙ୍କ ନିକଟରେ ଟିକେଟ ଥିଲା । ହେଲେ ଦିଲ୍ଲୀ ପୋଲିସ ସମସ୍ତଙ୍କ ଟିକେଟ ନେବା ପରେ ସେମାନଙ୍କୁ ଅନ୍ୟ ଏକ ସ୍ଥାନକୁ ନେଇଥିଲେ । ଏହାପରେ ସେମାନଙ୍କ ଟିକେଟ ଫାଡ଼ି ଦେଇଥିଲେ ।

ସେପଟ ବଜରଙ୍ଗ ପୁନିଆ କହିଛନ୍ତି ଯେ ସେମାନେ ମହେନ୍ଦ୍ର ସିଂ ଧୋନିଙ୍କ ଖେଳ ଦେଖିବା ଲାଗି ସେଠାକୁ ଯାଇଥିଲେ । ହେଲେ ପୋଲିସ ସେମାନଙ୍କୁ ଭିତରକୁ ଯିବାକୁ ଅନୁମତି ଦେଇନଥିଲା । ସେମାନଙ୍କ ଟିକେଟ ନେବା ପରେ ଗୋଟିଏ ପରେ ଗୋଟିଏ ସ୍ଥାନକୁ ନେବା ପରେ ଶେଷରେ ଟିକେଟ ଫାଡ଼ି ଦେଇଥିଲେ । ତେବେ ସେମାନେ ସେଲିବ୍ରିଟି ବୋଲି ସେମାନଙ୍କୁ ଭିତରକୁ ଅନୁମତି ମିଳିନଥିବା ପୋଲିସ କହିଥିଲା ବୋଲି କହିଛନ୍ତି ପୁନିଆ । ଯଦି ସେମାନେ ସେଲିବ୍ରିଟି ତେବେ ସେମାନେ କଣ ପାଇଁ ଜନ୍ତରମନ୍ତରରେ ଧାରଣାରେ ବସିଛନ୍ତି ? କାହିଁକି ସେମାନଙ୍କୁ ନ୍ୟାୟ ପ୍ରଦାନ କରାଯାଉ ନାହିଁ ବୋଲି ପୁନିଆ ପ୍ରଶ୍ନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.