ETV Bharat / bharat

କୁସ୍ତିଯୋଦ୍ଧାଙ୍କୁ ଘରକୁ ପଠାଇବାକୁ ପ୍ରସ୍ତୁତି, ଧାରଣାସ୍ଥଳରେ ପାଣି-ବିଦ୍ୟୁତ୍‌ କାଟିଲା ପୋଲିସ - ଜନ୍ତରମନ୍ତରରେ ଧାରଣ ଜାରି ରଖିଛନ୍ତି କୁସ୍ତିଯୋଦ୍ଧା

ଦିଲ୍ଲୀର ଜନ୍ତରମନ୍ତରରେ ଧାରଣା ଜାରି ରଖିଛନ୍ତି କୁସ୍ତି ଯୋଦ୍ଧା । ଧାରଣାସ୍ଥଳରେ ବିଦ୍ୟୁତ ସଂଯୋଗକୁ ବିଚ୍ଛିନ୍ନ କଲା ପୋଲିସ । ମୋବାଇଲ ଟର୍ଚ୍ଚରେ ଖାଦ୍ୟ ଖାଇଲେ କୁସ୍ତି ଯୋଦ୍ଧା । ଅଧିକ ପଢନ୍ତୁ

Wrestlers complain disconnection of electricity

author img

By

Published : Apr 29, 2023, 10:15 AM IST

Updated : Apr 29, 2023, 11:44 AM IST

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ମାମଲା ରୁଜୁ ପରେ ମଧ୍ୟ ଦିଲ୍ଲୀର ଜନ୍ତରମନ୍ତରରେ ଧାରଣା ଜାରି ରଖିଛନ୍ତି କୁସ୍ତିଯୋଦ୍ଧା । ଧାରଣାର ସପ୍ତମ ଦିନରେ ଜନ୍ତରମନ୍ତରରେ ବିଦ୍ୟୁତ ଓ ଜଳ ଯୋଗାଣକୁ ବନ୍ଦ କରିଛି ପୋଲିସ । ଫଳରେ ରାତିର ଅନ୍ଧାରରେ ମୋବାଇଲ ଟର୍ଚ୍ଚ ଲାଇଟରେ କୁସ୍ତିଯୋଦ୍ଧା ମାନେ ଖାଦ୍ୟ ଖାଉଥିବାର ଦେଖିବାକୁ ମିଳିଛି । ଆମକୁ ଜଳ ଓ ଖାଦ୍ୟ ଆଣିବାକୁ ପୋଲିସ ଅନୁମତି ଦେଉଥିବା ଅଭିଯୋଗ କରିଛନ୍ତି ଧାରଣାରତ କୁସ୍ତିଯୋଦ୍ଧା । ଅନ୍ୟପଟେ ଯେପର୍ଯ୍ୟନ୍ତ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ଗିରଫ କରାନଯାଇଛି ସେପର୍ଯ୍ୟନ୍ତ ଆମେ ଧାରଣାସ୍ଥଳରୁ ହଠିବୁ ନାହିଁ ବୋଲି କହିଛନ୍ତି ବଜରଙ୍ଗ ପୁନିଆ ।

କୁସ୍ତିଯୋଦ୍ଧା ମାନେ କହିଛନ୍ତି ଯେ, ''ପୋଲିସ ଆମ ସହ ଖରାପ ବ୍ୟବହାର କରୁଛି । ଯଦି ଧାରଣା ଦେବାରେ ଅଛି ତେବେ ରାସ୍ତାରେ ଶୋଇଯାଅ ବୋଲି ପୋଲିସ କହୁଛି । ପୂର୍ବରୁ ପୋଲିସକୁ କୌଣସି ସମସ୍ୟା ନଥିଲା ଏବେ ସେମାନଙ୍କ ଉପରେ କି ପ୍ରକାର ଚାପ ପଡିଛି ଯେଉଁଥି ପାଇଁ ସେମାନେ ଆମ ସହ ଏପରି ବ୍ୟବହାର କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କୁସ୍ତିଯୋଦ୍ଧା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଯୋଗୁଁ ଆମେ ସଫଳତା ହାସଲ କରିଛୁ । ପୋଲିସ ଯେତେ ଯାହା କହିଲେ ମଧ୍ୟ ଆମେ ଧାରଣାସ୍ଥଳ ଛାଡିବୁ ନାହିଁ । ଶୁକ୍ରବାର ବିଳମ୍ବିତ ରାତିରେ ବିଦ୍ୟୁତ୍‌ କାଟ କରିବାରୁ ଆମେ ଖାଦ୍ୟ ଖାଇ ପାରିଲୁ ନାହିଁ । ପାଣି ଆଣିବାକୁ ପୋଲିସ ଆମକୁ ଅନୁମତି ଦେଉନଥିଲା । କିନ୍ତୁ ଆମେ ଯେତେ ବେଳେ ଖାଦ୍ୟ ଏବଂ ଜଳର ବ୍ୟବସ୍ଥା କରିଦେଲୁ ପୋଲିସ ସେତେ ବେଳେ ବିଦ୍ୟୁତ ସଂଯୋଗ କାଟି ଦେଇଥିଲା ।

ବଜରଙ୍ଗ ପୁନିଆ କହିଛନ୍ତି ଯେ, ''ଏଠାରେ ଯେଉଁ ମାନେ ବିରୋଧ କରୁଛନ୍ତି ସେମାନେ ଭାରତର ପୁଅ ଓ ଝିଅ । ଭାରତର ଝିଅମାନଙ୍କୁ ଏହିପରି ବ୍ୟବହାର କରାଯିବା ଉଚିତ୍ ନୁହେଁ । ଏବେ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଦୁଇଟି ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ । ଯେ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାନଯାଇଛି ସେପର୍ଯ୍ୟନ୍ତ ଆମେ ଧାରଣାସ୍ଥଳରୁ ହଟିବୁ ନାହିଁ ବୋଲି କହିଛନ୍ତି କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ।''

  • #WATCH | Congress leader Priyanka Gandhi Vadra meets the wrestlers protesting against WFI chief & BJP MP Brij Bhushan Sharan Singh at Jantar Mantar, Delhi pic.twitter.com/KzKkk4uuU4

    — ANI (@ANI) April 29, 2023 " class="align-text-top noRightClick twitterSection" data=" ">
  • पहले 6 दिन तक FIR ना करो, उसके बाद आंदोलनकारियों की बिजली, दाना-पानी रोक दो। ऐसा तो शायद ज़ालिम से ज़ालिम बादशाह भी अपने विरोधी के साथ नहीं करते थे, ये तो फिर भी लोकतंत्र है, ये तो फिर भी Olympics Champion हैं। pic.twitter.com/Z7yt3x2Q17

    — Swati Maliwal (@SwatiJaiHind) April 29, 2023 " class="align-text-top noRightClick twitterSection" data=" ">

ଅନ୍ୟପକ୍ଷରେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲ ଏହି ଘଟଣାରେ ଟୁଇଟ୍ କରି କହିଛନ୍ତି ଯେ, '' ଆଜି ପର୍ଯ୍ୟନ୍ତ କୌଣସି ସରକାର ନିଜ ଲୋକଙ୍କ ଉପରେ ଏପରି ଅତ୍ୟାଚାର କରିନାହାଁନ୍ତି । ପ୍ରଥମ 6 ଦିନ କୁସ୍ତି ଯୋଦ୍ଧାଙ୍କ ମାମଲା ରୁଜୁ ନକରିବା ତା’ପରେ ଖାଦ୍ୟ ଏବଂ ଜଳ ଯୋଗାଣ ବନ୍ଦ କରି ବିଦ୍ୟୁତ୍ କାଟ କରିବା ଏହା କଣ ଗଣତନ୍ତ୍ର ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସ୍ବାତୀ । ''ଅନ୍ୟପଟେ ଆଜି ସକାଳ ସମୟରେ ଧାରଣାସ୍ଥଳରେ ପହଞ୍ଚି କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ।

Last Updated : Apr 29, 2023, 11:44 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.