ETV Bharat / bharat

ପଦ୍ମ ପୋଖରୀରେ ରେସଲର ଗ୍ରେଟ୍ ଖଲି

author img

By

Published : Feb 10, 2022, 2:23 PM IST

ବିଜେପିରେ ସାମିଲ ହେଲେ WWE ଷ୍ଟାର ଦ ଗ୍ରେଟ୍ ଖଲି । ଆଜି ଖଲି ବିଜେପିରେ ବିଧବଦ୍ଧ ଭାବେ ମିଶିଛନ୍ତି । ଅଧିକ ପଢନ୍ତୁ

ବିଜେପିରେ ମିଶିଲେ ରେସଲର ଗ୍ରେଟ୍ ଖଲି
ବିଜେପିରେ ମିଶିଲେ ରେସଲର ଗ୍ରେଟ୍ ଖଲି

ନୂଆଦିଲ୍ଲୀ: ବିଜେପିରେ ସାମିଲ ହେଲେ ରେସଲର ଖଲି । ଆଗକୁ ପଞ୍ଜାବ ବିଧାନସଭା ନିର୍ବାଚନ ଥିବାବେଳେ WWE( World Wrestling Entertainment) ଷ୍ଟାର ଦ ଗ୍ରେଟ୍ ଖଲି ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଖଲି ବିଜେପିରେ ମିଶିଛନ୍ତି ।

ଆଜି ଖଲି ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଆୟୋଜିତ ବିଜେପିର ମିଶ୍ରଣ ପର୍ବରେ ତାଙ୍କୁ ଦଳ ପକ୍ଷରୁ ସ୍ବାଗତ କରାଯାଇଥିଲା । ଦ ଗ୍ରେଟ୍ ଖଲି ଆମ ସହ ସାମିଲ ହୋଇଛନ୍ତି । ଏହା ଯୁବପିଢିଙ୍କ ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜିତେନ୍ଦ୍ର ସିଂ ।

କହିରଖୁଛୁ କି, କୃଷି ଆଇନକୁ ବିରୋଧ କରି ୨୦୨୦ ଦିଲ୍ଲୀ ବର୍ଡର ଠାରେ ଚାଲୁଥିବା କୃଷକ ଆନ୍ଦୋଳନକୁ ଖଲି ସମର୍ଥନ କରିଥିଲେ । ଏପରିକି ଆନ୍ଦୋଳନକାରୀ କୃଷକଙ୍କ ସମର୍ଥନ କରିବାକୁ ଦେଶବାସୀଙ୍କୁ ଅପିଲ୍ କରିଥିଲେ । ହେଲେ ଏବେ ସେ ବିଜେପିରେ ଯୋଗ ଦେଇଛନ୍ତି । ଆଗକୁ ପଞ୍ଜାବ ନିର୍ବାଚନ ଆସୁଥିବାବେଳେ ଖଲି ପଦ୍ମ ଧରିବା ଦଳ ପାଇଁ ଲାଭଦାୟକ ହେବ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.