ETV Bharat / bharat

ପରିବାର ପଦବାଚ୍ୟ ନୁହେଁ ସ୍ବଂୟସେବକ ସଂଘ: ରାହୁଲ ଗାନ୍ଧି

author img

By

Published : Mar 25, 2021, 5:17 PM IST

ରାଷ୍ଟ୍ରୀୟ ସଂୟସେବକ ସଂଘକୁ ପରିବାର ସମ୍ବୋଧିତ କରିବା ଉଚିତ ନୁହେଁ ବୋଲି କହିଲେ ରାହୁଲ । ଅଧିକ ପଢନ୍ତୁ....

rahul
ପରିବାର ପଦବାଚ୍ୟ ନୁହେଁ ସ୍ବଂୟ ସେବକ ସଂଘ : ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସଂୟସେବକ ସଂଘ ଓ କଂଗ୍ରେସ ମଧ୍ୟରେ ଥିବା ବିରୋଧ କିଛି ନୂଆ କଥା ନୁହେଁ । କିନ୍ତୁ ଆଜି ଭିନ୍ନ ଢଙ୍ଗରେ ସଂଘକୁ ଶାଣିତ ଆକ୍ରମଣ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି ସଂଘକୁ ପରିବାର ବୋଲି ସମ୍ବୋଧନ କରିବା ଆଦୌ ଉଚିତ ନୁହେଁ । ସଂଘ କେବେ ହେଲେ ପରିବାର ପଦବାଚ୍ୟ ହୋଇପାରିବ ନାହିଁ । ସାଧାରଣତଃ ପରିବାରରେ ମହିଳାମାନେ ଥାନ୍ତି । ବୟସ୍କମାନଙ୍କୁ ମଧ୍ୟ ଉଚିତ ସମ୍ମାନ ମିଳିଥାଏ । ଯେଉଁଠି ସ୍ନେହ ଓ ସୌହାର୍ଦ୍ଧ୍ୟର ଏକ ଅନୁଭବ ଥାଏ, ତାହାକୁ ପରିବାର କୁହାଯାଏ । ତେବେ ସ୍ବଂୟ ସେବକ ସଂଘରେ ଏହି ପରମ୍ପରା ଆଦୌ ନାହିଁ ।

ତେବେ ପରିବାରର ମୌଳିକତା ନଥିବା ସଂଘ କିପରି ପରିବାର ପଦବାଚ୍ୟ ହୋଇପାରିବ ବୋଲି ରାହୁଲ ପ୍ରଶ୍ନ କରିଥିବା ଦେଖାଯାଇଛି । ତେଣୁ କୌଣସି ପରିସ୍ଥିତିରେ ସେ ସଂଘକୁ ପରିବାର ବୋଲି ବିଚାର କରିପାରିବେ ନାହିଁ ଏବଂ ସେହିପରି ଆଜି ଠାରୁ ସେ ସଂଘକୁ ପରିବାର ବୋଲି ସମ୍ବୋଧନ କରିବେ ନାହିଁ ବୋଲି ମଧ୍ୟ ଟ୍ବିଟ କରିଥିବା ଦେଖିବାକୁ ମିଳିଛି । ରାହୁଲ ତାଙ୍କର ଏହି ଟ୍ବିଟ ହିନ୍ଦୀରେ କରିଥିବା ଦେଖିବାକୁ ମିଳିଛି ।

ଉତ୍ତରପ୍ରଦେଶରେ ନନଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ଆରଏସଏସର ସମ୍ପୃକ୍ତି ଥିବା ଅଭିଯୋଗରେ ବର୍ଷିଛନ୍ତି ରାହୁଲ । ଏହି ଘଟଣା ସଂଘର ଅନ୍ୟ ଧର୍ମ ଓ ସଂଖ୍ୟାଲଘୁଙ୍କ ପ୍ରତି ବୈମାତୃକ ବିଚାରଧାରାର ପ୍ରତିଫଳନ ବୋଲି ରାହୁଲ କହଛନ୍ତି । ତେବେ ଏହାକୁ ବିରୋଧ କରିବାର ସମୟ ଆସିଛି ବୋଲି ମଧ୍ୟ ରାହୁଲ କହିଛନ୍ତି । ସେହିପରି ଉକ୍ତ ଘଟଣାକୁ ନେଇ ଉତ୍ତରପ୍ରଦେଶ ସରକାରକୁ ସମାଲୋଚନା କରିଛନ୍ତି ରାହୁଲ । ରାଜ୍ୟରେ ଏହା ବୋଧେ ସୁଶାସନର ପ୍ରତିଫଳନ ବୋଲି ମଧ୍ୟ ସେ କଟାକ୍ଷ କରିଛନ୍ତି । ଉତ୍ତରପ୍ରଦେଶରେ ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବା ସେ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.