ETV Bharat / bharat

ବିଶ୍ବ ଶୌଚାଳୟ ଦିବସ, କେତେ ଫଳପ୍ରଦ ସ୍ବଚ୍ଛ ଭାରତ ମିଶନ ?

author img

By

Published : Nov 19, 2020, 7:50 AM IST

ଆଜି ହେଉଛି ବିଶ୍ବ ଶୌଚାଳୟ ଦିବସ । 2012ରେ ମିଳିତ ଜାତିସଂଘ ଔପଚାରିକ ଭାବେ ଏହିଦିନକୁ ବିଶ୍ବ ଶୌଚାଳୟ ଦିବସ ପାଳିବାକୁ ଘୋଷଣା କରାଯାଇଥିଲା ।

ବିଶ୍ବ ଶୌଚାଳୟ ଦିବସ, କେତେ ଫଳପ୍ରଦ ସ୍ବଚ୍ଛ ଭାରତ ମିଶନ ?
ବିଶ୍ବ ଶୌଚାଳୟ ଦିବସ, କେତେ ଫଳପ୍ରଦ ସ୍ବଚ୍ଛ ଭାରତ ମିଶନ ?

ହାଇଦ୍ରାବାଦ: ଆଜି ହେଉଛି ବିଶ୍ବ ଶୌଚାଳୟ ଦିବସ । ଖାଦ୍ୟ ବସ୍ତ୍ର ବାସଗୃହ ପରି ଘରେ ଘରେ ଶୌଚାଳୟଟିଏ ରହିବା ପ୍ରତ୍ୟେକ ମଣିଷର ମୌଳିକ ଆବଶ୍ୟକତା ହୋଇପଡିଛି । ଖୋଲାରେ ଶୌଚ କରିବା ଦ୍ବାରା ପରିବେଶ ପ୍ରଦୂଷିତ ହେବା ସହ ମହିଳାଙ୍କ ପ୍ରତି ବିପଦ ରହିଛି । ଏହାକୁ ଦେଖି 2001 ମସିହାରେ ବିଶ୍ବ ଶୌଚାଳୟ ସଙ୍ଗଠନ ନଭେମ୍ବର 19କୁ ବିଶ୍ବ ଶୌଚାଳୟ ଦିବସ ପାଳିବାକୁ ନିଷ୍ପତ୍ତି ନେଇଥିଲେ । ପରେ 2012ରେ ମିଳିତ ଜାତିସଂଘ ଔପଚାରିକ ଭାବେ ଏହିଦିନକୁ ବିଶ୍ବ ଶୌଚାଳୟ ଦିବସ ପାଳିବାକୁ ଘୋଷଣା କରାଯାଇଥିଲା ।

ଏହା ପରେ କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାର ସରକାରୀ ସ୍ତରରେ ଏହି ଦିବସକୁ ପାଳନ କରି ଆସୁଛନ୍ତି । ଚଳିତ ବର୍ଷ ମଧ୍ୟ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି ଅବସରରେ ଜିଲ୍ଲା କିମ୍ବା ରାଜ୍ୟକୁ ‘ସ୍ବଚ୍ଛତା ପୁରସ୍କାର’ରେ ସମ୍ମାନିତ କରିବେ ।

ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପାଳିତ ହେଉଛି ବିଶ୍ବ ଶୌଚାଳୟ ଦିବସ । ଖୋଲାରେ ଶୌଚରେ ନ କରିବା ପାଇଁ ସଚେତନ କରିବା ଉଦ୍ଦେଶ୍ୟ ନେଇ କେନ୍ଦ୍ର ସରକାର ଏବେ ପ୍ରତି ଗାଁ ଘରେ ଘରେ ଶୌଚାଳୟ ନିର୍ମାଣ କରୁଛନ୍ତି । କାର୍ଯ୍ୟକାରୀ ହେଉଛି ସ୍ବଚ୍ଛ ଭାରତ ମିଶନ । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଉଛି । ହେଲେ ଏଠି ପ୍ରଶ୍ନ ଉଠେ କେତେ ଫଳପ୍ରଦ ସରକାରଙ୍କ ଏହି ସ୍ବଚ୍ଛ ଭାରତ ମିଶନ ? ଆମ ଦେଶରେ କେତେ ଲୋକଙ୍କ ଘରେ ପାଇଖାନା ଅଛି ? ସତରେ କଣ ଲୋକେ ଖୋଲାରେ ଶୌଚ କରିବା ବନ୍ଦ କରିଦେଇଛନ୍ତି ?

ଏବେବି ଅଧିକାଂଶ ଲୋକେ ଶୌଚାଳୟ ବ୍ୟବହାର କରିବାରୁ ବଞ୍ଚିତ । ଗାଁ ଗହଳିରେ ଏମିତି ବି ଘଟଣା ଦେଖିବାକୁ ମିଳେ ଯାହା ଆଶ୍ଚର୍ଯ୍ୟକର । ଏମିତି ଅନେକ ଲୋକେ ଅଛନ୍ତି ସରକାରଙ୍କ ତରଫରୁ ଶୌଚାଳୟ ଯୋଗାଇ ଦିଆଯାଇଛି ହେଲେ ସେମାନେ ଶୌଚାଳୟ ବ୍ୟବହାର କରିବା ପରିବର୍ତ୍ତେ ଖୋଲାରେ ଶୌଚ କରିବା ଶ୍ରେୟସ୍କର ଭାବନ୍ତି । ଯାହା ବେଶ ଚିନ୍ତାର ବିଷୟ । ସରକାର ଏଦିଗରେ ପଦକ୍ଷେପ ନେବା ଆବଶ୍ୟକ । ଗାଁ ଗାଁରେ ଲୋକଙ୍କୁ ସଚେତନ କରିବା ଆବଶ୍ୟକ ରହିଛି । ଏପରିକି ଅନେକ ସ୍ଥାନରେ ଖୋଲାରେ ଶୌଚ କରୁଥିବା ଲୋକଙ୍କ ପ୍ରତି ଦଣ୍ଡ ବିଧାନ ରହିଛି । ସେହି ନିୟମକୁ କଡାକଡି ଭାବେ ପାଳନ କରିବା ଆବଶ୍ୟକତା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.