ETV Bharat / bharat

World science day: ବିଜ୍ଞାନ ସମାଜ ପାଇଁ ଓ ସମାଜ ସହିତ - ବିଜ୍ଞାନ ଦିବସ

ଆଜି ବିଶ୍ବ ବିଜ୍ଞାନ ଦିବସ । ସମାଜରେ ବିଜ୍ଞାନର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ସଚେତନା କରିବା ଦିବସ ପାଳନର ଉଦ୍ଦେଶ୍ୟ । ୨୦୦୨ ମସିହାରେ ପ୍ରଥମ ଥର ପାଳିତ ହୋଇଥିବା ବିଶ୍ବ ବିଜ୍ଞାନ ଦିବସ । ଅଧିକ ପଢନ୍ତୁ...

World science day: ବିଜ୍ଞାନ ସମାଜ ପାଇଁ ଓ ସମାଜ ସହିତ

author img

By

Published : Nov 10, 2021, 9:01 AM IST

ହାଇଦ୍ରାବାଦ: ମଣିଷର ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ସାଜିଛି ବିଜ୍ଞାନ । ସ୍ବାସ୍ଥ୍ୟଠୁ ଆରମ୍ଭ କରି ଗବେଷଣା ଯାଏଁ ପ୍ରତିଟି କ୍ଷେତ୍ରରେ ବିଜ୍ଞାନର ବ୍ୟବହାର ଅପରିହାର୍ଯ୍ୟ । ଏଣୁ ସମାଜରେ ବିଜ୍ଞାନର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ସଚେତନା କରିବା ଉଦ୍ଦେଶ୍ୟରେ ବିଜ୍ଞାନ ଦିବସର ପରିକଳ୍ପନା କରାଯାଇଥିଲା । ଆଜି ସେହି ବିଶ୍ବ ବିଜ୍ଞାନ ଦିବସ । ୨୦୦୧ ମସିହାରୁ ସାରା ଦୁନିଆରେ ଏହି ଦିବସ ପାଳନ କରାଯାଉଛି । ଚଳିତ ବର୍ଷ ବିଶ୍ବ ବିଜ୍ଞାନ ଦିବସର ପ୍ରସଙ୍ଗ ରହିଛି ବିଜ୍ଞାନ ସମାଜ ପାଇଁ ଏବଂ ସମାଜ ସହିତ । ଅର୍ଥାତ୍ ବିଜ୍ଞାନର ଯାବତୀୟ ଉଦ୍ଭାବନ ଓ ଉପଯୋଗ ସମାଜ ପାଇଁ ଉଦ୍ଦିଷ୍ଟ ଏବଂ ତାହା ସମାଜ ଦ୍ବାରା ସମ୍ଭବପର ।

୧୯୯୯ ମସିହା ଆଜିର ଦିନରେ ହଙ୍ଗେରୀ ରାଜଧାନୀ ବୁଦାପେଷ୍ଟ ଠାରେ ଆନ୍ତର୍ଜାତିକ ବିଜ୍ଞାନ ସମ୍ମିଳନୀ ଆୟୋଜିତ ହୋଇଥିଲା । ସମ୍ମିଳନୀରେ ଶାନ୍ତିପୂର୍ଣ୍ଣ ସମାଜ ପାଇଁ ବିଜ୍ଞାନର ଉପଯୋଗ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିସହ ବୈଜ୍ଞାନିକ ଜ୍ଞାନର ବ୍ୟବହାର ପୂର୍ବକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ପାଇଁ ଘୋଷଣା କରାଯାଇଥିଲା । ତେଣୁ ଉକ୍ତ ଦିନକୁ ମନେ ରଖିବା ପାଇଁ ୟୁନେସ୍କୋ ପକ୍ଷରୁ ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ବିଜ୍ଞାନ ଦିବସ ଭାବେ ପାଳିବା ପାଇଁ ୨୦୦୧ ମସିହାରେ ଘୋଷଣା କରାଯାଇଥିଲା ।

୨୦୦୧ରେ ୟୁନେସ୍କୋ ଦ୍ବାରା ଶାନ୍ତି ଏବଂ ବିକାଶ ପାଇଁ ଘୋଷଣା ହୋଇଥିବା ବିଶ୍ବ ବିଜ୍ଞାନ ଦିବସର ଉଦ୍ଦେଶ୍ୟ:

1. ଶାନ୍ତିପୂର୍ଣ୍ଣ ଓ ସ୍ଥାୟୀ ସମାଜ ପାଇଁ ବିଜ୍ଞାନର ଭୂମିକା ସମ୍ପର୍କରେ ଜାଗ୍ରତା ସୁଦୃଢ କରିବା ।

୨. ରାଷ୍ଟ୍ରସମୂହ ମଧ୍ୟରେ ବିଜ୍ଞାନର ଆଦାନପ୍ରଦାନ ପାଇଁ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ଏକତାକୁ ପ୍ରୋତ୍ସାହନ ଦେବା ।

୩. ସମାଜର ହିତ ଉଦ୍ଦେଶ୍ୟରେ ବିଜ୍ଞାନର ଉପଯୋଗ ପାଇଁ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ପ୍ରତିବଦ୍ଧତା ମଜବୁତ କରିବା ।

୪. ବିଜ୍ଞାନ ସାମ୍ନାରେ ଆସୁଥିବା ଚ୍ୟାଲେଞ୍ଜଗୁଡିକ ଉପରେ ଧ୍ୟାନକେନ୍ଦ୍ରିତ କରିବା ।

କହିରଖୁଛୁ କି, ୨୦୦୧ ମସିହାରେ ବିଶ୍ବ ବିଜ୍ଞାନ ଦିବସ ଘୋଷଣା ହେବା ପରେ ୨୦୦୨ରେ ପ୍ରଥମ ଥର ଏହା ପାଳିତ ହୋଇଥିଲା । ବିଜ୍ଞାନ ଦିବସ ପାଳନ ଉଦ୍ଦେଶ୍ୟ ସମାଜ ସହ ବିଜ୍ଞାନକୁ ଯୋଡି ସମସ୍ତଙ୍କୁ ବିଜ୍ଞାନର ଅଗ୍ରଗତି ସମ୍ପର୍କରେ ଜଣାଇବା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.