ETV Bharat / bharat

World Pneumonia Day, ସଚେତନ ହେଲେ ହାରିବ ନିମୋନିଆ - ବିଶ୍ବ ନିମୋନିଆ ଦିବସ

ଛୋଟ ବଡ ସବୁ ରୋଗ ପ୍ରତି ସଜାଗ ରହିବା ଆବଶ୍ୟକ । ନିମୋନିଆ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୧୨ ତାରିଖକୁ ବିଶ୍ବ ନିମୋନିଆ ଦିବସ ଭାବରେ ପାଳନ କରାଯାଏ । ଅଧିକ ପଢନ୍ତୁ...

World Pneumonia Day
World Pneumonia Day
author img

By

Published : Nov 12, 2021, 2:18 PM IST

ହାଇଦ୍ରାବାଦ: ଯେ କୌଣସି ରୋଗ ହେଉନା କାହିଁକି ଯଦି ସେ ନେଇ ସଚେତନ ହେବା ତେବେ ରୋଗ ହାରିବାଟା ନିଶ୍ଚୟ । ଛୋଟ ବଡ ସବୁ ରୋଗ ପ୍ରତି ସଜାଗ ରହିବା ଆବଶ୍ୟକ । ନିମୋନିଆ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୧୨ ତାରିଖକୁ ବିଶ୍ବ ନିମୋନିଆ ଦିବସ ଭାବରେ ପାଳନ କରାଯାଏ । ପିଲାଙ୍କ ଠୁ ନେଇ ବୟସ୍କ ସବୁ ବର୍ଗର ବ୍ୟକ୍ତିଙ୍କଠାରେ ଏହି ରୋଗ ବଢିବାରେ ଲାଗିଛି। ୫ ବର୍ଷରୁ କମ ଶିଶୁଙ୍କ ପାଇଁ ଏହା ଏକ ବିଶ୍ବସ୍ତରୀୟ ପ୍ରମୁଖ ରୋଗ ଭାବରେ ଉଭା ହୋଇଛି । ତେଣୁ ଏ ଦିଗରେ ସତର୍କ ରହି ଏହାର ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ପଡିବ ।

ବିଶ୍ବର ଅନେକ ସ୍ଥାନରେ ପ୍ରତି 39 ସେକେଣ୍ଡରେ ଜଣେ ନିମୋନିଆରେ ଜୀବନ ହାରୁଛନ୍ତି ବୋଲି ମିଳିତ ଜାତିସଙ୍ଘ ଶିଶୁ ଫଣ୍ଡ ପକ୍ଷରୁ ସୂଚନା ମିଳିଛି । ନିମୋନିଆ ବିରୋଧରେ ଏକଜୁଟ ହୋଇ ଲଢିବାକୁ ପଡିବ । ୨୦୦୯ ମସିହାରେ ଏହି ଦିବସର କଳ୍ପନା ହୋଇଥିଲା । ପ୍ରଥମ ନିମୋନିଆ ଦିବସ ଆରମ୍ଭ ହେବା ସମୟରେ ପ୍ରତି ବର୍ଷ ପ୍ରାୟ ୧୨ ଲକ୍ଷ ପିଲା ଏହି ରୋଗରେ ଜୀବନ ହରାଇଥିଲେ । ପରବର୍ତ୍ତୀ ସମୟରୁ ୨୦୧୦ରୁ ଏହି ଦିବସ ପାଳିତ ହୋଇ ଆସୁଛି । ୨୦୧୩ ମସିହାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ୟୁନିସେଫ୍‌ ନିମୋନିଆ ପ୍ରତିରୋଧ ଓ ନିୟନ୍ତ୍ରଣ ନିମନ୍ତେ ଇଣ୍ଟିଗ୍ରେଟେଡ୍‌ ଗ୍ଲୋବାଲ୍‌ ଆକ୍ସନ୍‌ ପ୍ଲାନ୍‌ ଜାରି କଲା । ୨୦୨୫ ବେଳରୁ ପ୍ରତ୍ୟେକ ଦେଶରେ ଜନ୍ମିତ ପ୍ରତି ୧୦୦୦ ଶିଶୁରେ ୩ ଜଣରୁ ଅଧିକ ନିମୋନିଆରେ ପ୍ରାଣ ହାରିବେ ନାହିଁ ବୋଲି ଲକ୍ଷ୍ୟ ସ୍ଥିର ହୋଇଥିଲା ।

ଏହି ମାରାତ୍ମକ ରୋଗ ହେମୋଫିଲସ ଇଲଫ୍ଲୁଏଞ୍ଜା ଟାଇପବି ଏବଂ ଷ୍ଟେପଟେକୋକୋସ ନିମୋନିଆ ଯୋଗୁଁ ହୋଇଥାଏ । ଏହାର ନିରାକରଣ ପାଇଁ ପ୍ରଭାବଶାଳୀ ଟିକା ଅଛି । ଏ ଦିଗରେ ସଚେତନ ହେଲେ ଏହାଠୁ ଦୂରେଇ ରହିବା ସମ୍ଭବ ହେବ । ଏହି ଦିନ ନିମୋନିଆର ଲକ୍ଷଣ ଦେଖାଗଲେ କି ପଦକ୍ଷେପ ନେବ ସେ ନେଇ ଲୋକଙ୍କୁ ପରାମର୍ଶ ଦିଆଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.