ETV Bharat / bharat

'ମହାମାରୀକୁ ଦୂର କରିବା ପାଇଁ ପ୍ରତିବଦ୍ଧତାକୁ ଦୁଇ ଗୁଣ କରିବାକୁ ହେବ'

author img

By

Published : Jan 27, 2021, 9:11 AM IST

ବିଶ୍ବ କୋରୋନା ମହାମାରୀ ସମୟରେ ଲଢୁଥିବାବେଳେ ରାଷ୍ଟ୍ରର ସମସ୍ତ ସଦସ୍ୟ ଶ୍ରେଷ୍ଠ ମାନବିକତା ପ୍ରଦର୍ଶନ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ । ଅଧିକ ପଢନ୍ତୁ...

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: କୋରୋନା ମହାମାରୀକୁ ହରାଇବ ବିଶ୍ବ । ମହାମାରୀକୁ ମୁକାବିଲା କରିବା ପାଇଁ ବିଶ୍ବ ସକ୍ରିୟ, ପ୍ରାଧାନ୍ୟ ଓ ସହଯୋଗୀ ରଣନୀତି ଆପଣେଇ କୋରାେନାକୁ ମୂଳପୋଛ କରିବ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର 148ତମ କାର୍ଯ୍ୟନିର୍ବାହୀ ବୋର୍ଡ ଅଧିବେଶନରେ ଭର୍ଚୁଆଲ ଜରିଆରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ମୁଁ ରାଷ୍ଟ୍ରର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଉଛି, ଯେଉଁମାନେ ମହାମାରୀକୁ ହରେଇବା ପାଇଁ ଭିନ୍ନ ଭିନ୍ନ ପ୍ରାଥମିକତା, ସକ୍ରିୟ ଓ ସହଯୋଗୀ ରଣନୀତି ଆପଣେଇ ମହାମାରୀକୁ ପରାସ୍ତ କରିବାକୁ ଯାଉଛନ୍ତି ।

2020 ହେଉଛି ମହାମାରୀରେ କ୍ଷତିଗ୍ରସ୍ତ ହୋଇଥିବା ବର୍ଷ । ଗତ ବର୍ଷ ଥିଲା ବିଜ୍ଞାନର ବର୍ଷ ଯେତେବେଳେ ମହାମାରୀ ପାଇଁ ହୋଇଥିବା ଅନ୍ଧକାରରେ ମଧ୍ୟ ମାନବିକତାର ଶ୍ରେଷ୍ଠ ପ୍ରଦର୍ଶନ କରାଯାଇଥିଲା ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ । ବିଶ୍ବ ସ୍ତରରେ କୋରୋନା ମହାମାରୀ ବିରୁଦ୍ଧରେ ଲଢେଇ ଆରମ୍ଭ ଉପରେ ହର୍ଷ ବର୍ଦ୍ଧନ କହିଛନ୍ତି, ରାଷ୍ଟ୍ରର ସମସ୍ତ ସଦସ୍ୟ ମହାମାରୀକୁ ହରେଇବାରେ ସବୁ ଚ୍ୟାଲେଞ୍ଜକୁ ଆହ୍ବାନ ଭାବରେ ଗ୍ରହଣ କରିଛନ୍ତି । ସ୍ବାସ୍ଥ୍ୟ ସେବାଗୁଡିକର ସୁଗମତା, ସୁଲଭତା ଏବଂ ଗୁଣବତ୍ତାକୁ ସୁଦୃଢ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଛନ୍ତି । ମାତ୍ର ଏହିଠାରେ କାର୍ଯ୍ୟ ଶେଷ ହୋଇନାହିଁ। ତେଣୁ ମହାମାରୀକୁ ଦୂର କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୁଇଗୁଣ କରିବାକୁ ହେବ ।

ସେ ଆହୁରି କହିଛନ୍ତି, ବର୍ତ୍ତମାନ ପିରିସ୍ଥିତିରେ ସବୁ ସ୍ଥାନ ସୁରକ୍ଷିତ ନ ହେବା ପର୍ଯ୍ୟନ୍ତ କୌଣସି ସ୍ଥାନ ସୁରକ୍ଷିତ ନୁହେଁ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନରେ କୋଭିଡ-19 ଚିକିତ୍ସା ଓ ଟୀକାକରଣ ପାଇଁ କେବଳ ସ୍ବଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶଗୁଡିକ ଟିକା ପାଇପାରିବେ । ବିଶ୍ବରେ କେରୋନା ମହାମାରୀ ପର ସମୟରେ ମଧ୍ୟ ସମସ୍ତଙ୍କୁ ଏକଜୁଟ ହୋଇ କାମ କରିବାକୁ ପଡିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଦେଶକୁ ସଶକ୍ତ ସମୃଦ୍ଧ କରିବାକୁ ସମସ୍ତଙ୍କ ମିଳିତ ଉଦ୍ୟମ ରହିବା ଆବଶ୍ୟକ । ଜୋହନସ ହୋପକିନ୍ସ ବିଶ୍ବ ବିଦ୍ୟାଳୟର ସୂଚନା ଅନୁସାରେ ବୁଧବାର ସୁଦ୍ଧା ବିଶ୍ବରେ କୋଭିଡ-19 ମାମଲା 100ମିଲିୟନ ଅତିକ୍ରମ କରିସାରିଛି ବୋଲି ବିବୃତ୍ତିରେ ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.