ଭୋପାଳ: ପ୍ରତ୍ୟେକଙ୍କ ପସନ୍ଦ ଆମ୍ବ । ଫଳର ରାଜା ବୋଲାଉଥିବା ଆମ୍ବ କାହାକୁ ବା ପସନ୍ଦ ନୁହେଁ । କିନ୍ତୁ ଆଶ୍ଚର୍ଯ୍ୟକର ବିଷୟ ହେଉଛି ଜବଲପୁରର ବାସିନ୍ଦା ସଙ୍କଳ୍ପ ସିଂ ପାରିହାରଙ୍କର ଏକ ଆମ୍ବ ବଗିଚା ଅଛି, ଯେଉଁଠି ଆମ୍ବଚୋରିକୁ ରୋକିବା ପାଇଁ କୁକୁର ସାଜିଛି ଜଗୁଆଳୀ । ଦେଶରେ ଆମ୍ବର ଅନେକ ପ୍ରଜାତି ରହିଛି । କିନ୍ତୁ ବିଶ୍ବର ସବୁଠୁ ଦାମୀ ଆମ୍ବ ଏହି ରାଜ୍ୟରେ ଚାଷ କରାଯାଏ, ଯାହାର ପ୍ରକୃତ ଉତ୍ପତ୍ତି ସ୍ଥଳ ହେଉଛି ଜାପାନ । ଏହି ଫଳର ମଜା ନେବା ପାଇଁ ଜାପାନ ଯିବାକୁ ପଡିନଥାଏ, ବରଂ ମଧ୍ୟପ୍ରଦେଶ ଜବଲପୁର ବଗିଚାରେ ଏହି ଫଳର ଚାଷ କରାଯାଏ ।
ସଙ୍କଳ୍ପଙ୍କ ପରିବାରରେ ପ୍ରାୟ 24 ପ୍ରଜାତିର ଆମ୍ବ ରହିଛି । ତେବେ ଏହି ୨୪ ପ୍ରକାର ପ୍ରଜାତି ମଧ୍ୟରୁ ସବୁଠାରୁ ଖାସ ହେଉଛି 'ମିୟାଜାକି ଆମ୍ବ', ଯାହାର ମୂଲ୍ୟ ଶହ କି ହଜାରେ ନୁହେଁ ବରଂ ଲକ୍ଷ ଲକ୍ଷ ଟଙ୍କା ଅଟେ । ଗତ ବର୍ଷ ଏହି 'ମିୟାଜାକି ଆମ୍ବ' କେବଳ ମଧ୍ୟପ୍ରଦେଶରେ ନୁହେଁ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । କାରଣ ଏହାର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ଦେଢ ଲକ୍ଷ ଟଙ୍କା ଥିଲା। ଚଳିତ ବର୍ଷ ମଧ୍ୟ ସାଙ୍କଳ୍ପ ସିଂ ଏହି ପ୍ରଜାତିର ଆମ୍ବ ଗଛ ଲଗାଇଛନ୍ତି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଗଛରେ ଫଳ ମଧ୍ୟ ଯଥେଷ୍ଟ ରହିଛି । (Miyazaki Mango in MP)
ସଙ୍କଳ୍ପ ସିଂ ଏକ ଜାତୀୟ ଗଣମାଧ୍ୟକୁ ବିବୃତିରେ କହିଛନ୍ତି ଯେ ଆନ୍ତର୍ଜାତୀୟ ବଜାରରେ ଏହି ଆମ୍ବ ମୂଲ୍ୟ ଲକ୍ଷେ ଟଙ୍କାରୁ ଆରମ୍ଭ କରି 2.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଗତ ବର୍ଷ, 'ମିୟାଜାକି ଆମ୍ବ'ର ପ୍ରାୟ 10 ରୁ 12 ଫଳ ହୋଇଥିବା ବେଳେ ଏହି ବର୍ଷ ସଂଖ୍ୟାରେ ବୃଦ୍ଧି ଘଟିଛି । ସଙ୍କଳ୍ପ ସିଂଙ୍କ ବଗିଚାରେ 'ମିୟାଜାକି ଆମ୍ବ'ର ତିନୋଟି ବୃକ୍ଷ ଅଛି । ଏହି ବର୍ଷ 'ମିୟାଜାକି ଆମ୍ବକୁ ସୁରକ୍ଷା ଦେବା ପାଇଁ 9ରୁ 12 ଟି ବିଦେଶୀ କୁକୁର ସହ ୨ଟି ଶ୍ରମିକ ୨୪ ଘଣ୍ଟିଆ ସୁରକ୍ଷା ଦାୟିତ୍ବରେ ରହିଛନ୍ତି । କେବଳ ଏତିକି ନୁହେଁ, ସିସିଟିଭି କ୍ୟାମେରା ମାଧ୍ୟମରେ ମନିଟରିଂ ମଧ୍ୟ କରାଯାଉଛି ।
ସଙ୍କଳ୍ପ ସିଂ କହିଛନ୍ତି ଯେ, ଏହି ଆମ୍ବ ଫଳଗୁଡ଼ିକ ତାଙ୍କ ପାଇଁ ନିଜ ଛୁଆଙ୍କ ସହ ସମାନ । ମିୟାଜାକି ଆମ୍ବକୁ ଦେଖିବା ପାଇଁ ଉଦ୍ୟାନକୁ ଆସୁଛନ୍ତିି ।ସେ କହିଛନ୍ତି ଯେ ଏହି ଆମ୍ବ ଅତ୍ୟନ୍ତ ନରମ ଏବଂ ସାମାନ୍ୟ ଧକ୍କାରେ ଏହା ଭାଙ୍ଗିଯାଏ । ତେଣୁ ଲୋକଙ୍କୁ ଏହା ସ୍ପର୍ଶ ନକରିବାକୁ ଅନୁରୋଧ କରିଛନ୍ତି ।
'ମିୟାଜାକି ଆମ୍ବ' ପାଚିଲେ ହାଲୁକା ଲାଲ ଏବଂ ହଳଦିଆ ଦେଖାଯାଏ ଏବଂ ଏହାର ଓଜନ 900 ଗ୍ରାମ ପର୍ଯ୍ୟନ୍ତ ହୋଇଥାଏ । ଏହାର ବିଶେଷ କଥା ହେଉଛି ଏଥିରେ ଫାଇବର ମିଳୁନାହିଁ ଏବଂ ଏହା ଖାଇବା ଅତ୍ୟନ୍ତ ମିଠା ଅଟେ । ଜାପାନରେ ଏହି ଆମ୍ବ ଏକ ସଂରକ୍ଷିତ ପରିବେଶରେ ଚାଷ କରାଯାଇଥାଏ । ଜାପାନ ଗଣମାଧ୍ୟମ ଅନୁଯାୟୀ 'ମିଆନଜାକି ଆମ୍ବ' ଦୁନିଆର ସବୁଠାରୁ ମହଙ୍ଗା ପ୍ରଜାତି ଭାବରେ ପରିଗଣିତ ହୁଏ (World most expensive Miyazaki Mango) । ଗତ ବର୍ଷ ମିଆଜାକିର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ 2.5 ଲକ୍ଷ ଟଙ୍କାରେ ପହଞ୍ଚିଥିଲା ।