ETV Bharat / bharat

ଆଫଗାନିସ୍ତାନ ସଙ୍କଟ, ବିଶ୍ବ ନେତା କହିଲେ ଏମିତି କିଛି...

ଆଫଗାନିସ୍ତାନ କାବୁ କରିବାକୁ ତାଲିବାନ ପ୍ରସ୍ତୁତ ହେଉଥିବାବେଳେ କିଛି ଦିନ ହେବ ଏହି ଘଟଣାକୁ ନେଇ ଦେଶର ସୁରକ୍ଷା ପରିସ୍ଥିତି ଉପରେ ଅନେକ ନେତା ଆଶ୍ଚର୍ଯ୍ୟକର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଅଧିକ ପଢନ୍ତୁ...

author img

By

Published : Aug 16, 2021, 2:47 PM IST

ଆଫଗାନିସ୍ତାନ ସଙ୍କଟକୁ ନେଇ ବିଶ୍ବ ନେତାଙ୍କ ମନ୍ତବ୍ୟ

ହାଇଦ୍ରାବାଦ: ଆଫଗାନିସ୍ତାନକୁ କାବୁ କରିବାକୁ ତାଲିବାନ ପ୍ରସ୍ତୁତ ହେଉଥିବାବେଳେ କିଛି ଦିନ ହେବ ଏହି ଘଟଣାକୁ ନେଇ ଦେଶର ସୁରକ୍ଷା ପରିସ୍ଥିତି ଉପରେ ଅନେକ ନେତା ଆଶ୍ଚର୍ଯ୍ୟକର ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଥିଲେ ଆମେରିକାର ନିଷ୍ପତ୍ତି ତ୍ବରାନ୍ବିତ ହୋଇଛି ବୋଲି କହିବା ଠିକ୍, ଏହା ଭବିଷ୍ୟବାଣୀ କରାଯାଇଥିବା ଏକ ଘଟଣାର ଇତିହାସ ଅଟେ । ଆଫଗାନିସ୍ତାନକୁ ସୁରକ୍ଷା ଦେବାକୁ ଆମେ ପାଶ୍ଚାତ୍ୟ ନେତାମାନଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲୁ । ନୂତନ ସରକାରକୁ ଆସିବା ଉଚିତ । ସେ ତାଲିବାନ ହେଉ କି ଅନ୍ୟ କେହି ବୋଲି ମନ୍ତବ୍ୟ ଦେଇଥିଲେ ଜନସନ ।

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ ଆଫଗାନିସ୍ତାନରେ ସଂଙ୍କଟ ଭୟାନକ ଏବଂ ହୃହୟ ବିଦାରକ । ଦ୍ରୁତ ଗତିରେ ବଦଳୁଥିବା ପରିସ୍ଥିତି ଉପରେ ଆମେ ନଜର ରଖିଛୁ । ଆଫଗାନିସ୍ତାନ ଲୋକେ ଆଜି ଯେଉଁ ପରିସ୍ଥିତିରେ ଅଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି ଜଷ୍ଟିନ ଟ୍ରୁଡୋ ।

ଋଷ ବୈଦେଶିକ ମୁଖ୍ୟ ଲିଓନିଡ ସ୍ଲୁଟସ୍କି କହିଛନ୍ତି ଆଫଗାନିସ୍ତାନ ପରିସ୍ଥିତିରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ତୁରନ୍ତ ହସ୍ତକ୍ଷେପ ଆବଶ୍ୟକ । ମାନବିକ ବିପର୍ଯ୍ୟୟକୁ ରୋକିବାକୁ ପଦକ୍ଷେପ ନିଆଯିବା ନିହାତି ଆବଶ୍ୟକ ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ କହିଛନ୍ତି ଯେ ତାଙ୍କ ସରକାର ଆଫଗାନିସ୍ତାନରେ ଲୋକଙ୍କୁ ଥଇଥାନ କରିବା ପାଇଁ ପ୍ରୟାସକୁ ଦ୍ବିଗୁଣିତ କରିବା ଦରକାର । 400 ଲୋକଙ୍କୁ ଅଷ୍ଟ୍ରେଲିଆକୁ ଅଣାଯାଇଥିବା ସୁନିଶ୍ଚିତ କରିଛନ୍ତି ମୋରିସନ ।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବାକୁ ତାଙ୍କ ଦେଶର ନିଷ୍ପତ୍ତିକୁ ଯଥାର୍ଥତା ଦେଇଛନ୍ତି । ତାଲିବାନ ବିରୋଧରେ ଆଫଗାନିସ୍ତାନ ନିଜେ ଲଢିବା ଦରକାର ବୋଲି କହିଥିଲେ ବାଇଡେନ । ତାଲିବାନ ତୁଳନାରେ ଆଫଗାନିସ୍ତାନ ପାଖରେ ଅଧିକ ସୈନିକ ଅଛନ୍ତି । ତେଣୁ ସେମାନେ ଲଢିପାରିବେ । ଦେଶ ପାଇଁ ସେମାନଙ୍କୁ ଲଢିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.