ମୁମ୍ବାଇ: କୋରୋନା ପରେ ବିଶ୍ବ କିପରି ହେବ କାହାକୁ ବି ଜଣା ନଥିଲା । ମାତ୍ର ଏବେ ଦୁନିଆରେ ଏକ ନୂଆ ବିଶ୍ବ ଅର୍ଡର ଆକାର ନେଇଛି । ଏହି ପରବର୍ତ୍ତିତ ବିଶ୍ବ ଅର୍ଡର ପୂରା ବିଶ୍ବ ଭାରତକୁ ନେଇ ନୂଆ ଆକାଂକ୍ଷା ଦେଖିଛି । ଆର୍ଥିକ ସଂଙ୍କଟ ଘେରା ଦୁନିଆରେ ଭାରତର ଅର୍ଥ ବ୍ୟବସ୍ଥା ଲାଗାତାର ମଜଭୁତ ହୋଇଛି । ସେଦିନ ଆଉ ବେଶି ଦିନ ନୁହେଁ ଯେବେ ଭାରତ ଦୁନିଆର ତୃତୀୟ ଅର୍ଥନୀତି ଦେଶ ହେବ । ସମସ୍ତ ଜାଣିଛନ୍ତି ଦୁନିଆରେ ସର୍ବାଧିକ ବ୍ୟବସାୟ ସାମୁଦ୍ରିକ ସ୍ତରରେ ହୋଇଥାଏ । ଏହି ସମ୍ମିଳନୀ ଅଧିକ ଗୁରୁତ୍ବପୂର୍ଣ୍ଣ । ତୃତୀୟ ଗ୍ଲୋବାଲ ମାରିଟାଇମ ଭାରତ ସମ୍ମିଳନୀକୁ ଭିସି ଜରିଆରେ ସମ୍ଭୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
-
#WATCH | Prime Minister Narendra Modi inaugurates the third edition of the Global Maritime India Summit (GMIS) 2023, via video conferencing pic.twitter.com/5JnU2hiAvV
— ANI (@ANI) October 17, 2023 " class="align-text-top noRightClick twitterSection" data="
">#WATCH | Prime Minister Narendra Modi inaugurates the third edition of the Global Maritime India Summit (GMIS) 2023, via video conferencing pic.twitter.com/5JnU2hiAvV
— ANI (@ANI) October 17, 2023#WATCH | Prime Minister Narendra Modi inaugurates the third edition of the Global Maritime India Summit (GMIS) 2023, via video conferencing pic.twitter.com/5JnU2hiAvV
— ANI (@ANI) October 17, 2023
ସମ୍ମିଳନୀକୁ ସମ୍ଭୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ଆଗାମି ଦିନରେ ଭାରତ ଦୁନିଆରେ ଟପ୍ 5 ସିପ ବିଲ୍ଡିଂ ନେସନ ମଧ୍ୟରେ ଗୋଟିଏ ହେବାକୁ ଯାଉଛି । ଆମର ମନ୍ତ୍ର ହେଉଛି ମେକ ଇନ୍ ଇଣ୍ଡିଆ, ମେକ ଫର ୱାର୍ଲ୍ଡ । ମାରିଟାଇମ କ୍ଲଷ୍ଟର ବିକାଶ ଜରିଆରେ ଆମେ ଆମେ ସିପ ବିଲ୍ଡିଂ ଷ୍ଟେକହୋଲ୍ଡରଙ୍କୁ ଏକାଠି କରିବାକୁ କାମ କରୁଛୁ । ଆଗାମୀ 25 ବର୍ଷ ମଧ୍ୟରେ ବିକଶିତ ଭାରତ ଗଠନ ନେଇ କାର୍ଯ୍ୟ ଜାରି ରହିଛି । ସବୁ ସେକ୍ଟରରେ ବୈପ୍ଳବିକ ପରିବର୍ତ୍ତନ ଆଣୁଛୁ । ଇତିହାସ ସାକ୍ଷୀ ଅଛି ଯେବେ ଭାରତର ମାରିଟାଇମ ଦକ୍ଷତା ମଜଭୁତ ହୋଇଛି ଦେଶ ଓ ଦୁନିଆକୁ ଲାଭ ମିଳିଛି । ଏହି ଚିନ୍ତାଧାରାକୁ ନେଇ ଗତ 9ରୁ 10 ବର୍ଷରେ ଏହି ସେକ୍ଟରକୁ ଅଧିକ ସଶକ୍ତ କରିବାକୁ ଯୋଜନାବଦ୍ଧ କାର୍ଯ୍ୟ କରୁଛୁ । ନିକଟରେ ଜି20 ସମ୍ମିଳନୀରେ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ନିର୍ମାଣକୁ ନେଇ ଏକ ଐତିହାସିକ ସହମତି ହୋଇଛି ।"
ଏହା ବି ପଢନ୍ତୁ...20 ରେ ଦିଲ୍ଲୀ-ମିରଟ ରାପିଡ ରେଲ ସିଷ୍ଟମର ପ୍ରଥମ ପର୍ଯ୍ୟାୟକୁ ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ
-
#WATCH | Prime Minister Narendra Modi inaugurates the third edition of the Global Maritime India Summit (GMIS) 2023, via video conferencing pic.twitter.com/5JnU2hiAvV
— ANI (@ANI) October 17, 2023 " class="align-text-top noRightClick twitterSection" data="
">#WATCH | Prime Minister Narendra Modi inaugurates the third edition of the Global Maritime India Summit (GMIS) 2023, via video conferencing pic.twitter.com/5JnU2hiAvV
— ANI (@ANI) October 17, 2023#WATCH | Prime Minister Narendra Modi inaugurates the third edition of the Global Maritime India Summit (GMIS) 2023, via video conferencing pic.twitter.com/5JnU2hiAvV
— ANI (@ANI) October 17, 2023
ତୃତୀୟ ଗ୍ଲୋବାଲ ମାରିଟାଇମ୍ ଭାରତ ସମ୍ମିଳନୀ ମୁମ୍ବାଇରେ ଆଜିଠାରୁ ଆରମ୍ଭ ହୋଇଛି । ମୁମ୍ବାଇର ବିକେସିର ଏମଏମଆରଡିଏ ଗ୍ରାଉଣ୍ଡ୍ରେ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ 250ରୁ ଅଧିକ ଆନ୍ତର୍ଜାତିକ ଓ ଜାତୀୟ ବକ୍ତା, 11ଟି ରାଜ୍ୟର ମନ୍ତ୍ରୀ, 31 ଅଗ୍ରଣୀ ଗ୍ଲୋବାଲ ସିଇଓ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଉପସ୍ଥିତ ଅଛନ୍ତି । ଭିସି ଜରିଆରେ ମାରିଟାଇମ ଅମୃତକାଳ ଭିଜନ 2047ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 18, 800 କୋଟି ଟଙ୍କାର 21ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।