ଶିମଲା: ହିମାଚଳ ପ୍ରଦେଶରେ ରହିଛି ବିଶ୍ବର ସର୍ବୋଚ୍ଚ ଡାକଘର । ହିକ୍କିମ ଗାଁରେ ଅବସ୍ଥିତ ଏହି ଡାକଘର (World's highest post office) ୧୪ ହଜାର ୫୬୭ ଫୁଟ ଉଚ୍ଚରେ ରହିଛି । ଏହି ଡାକଘରଟି ଏକ କଚ୍ଚା ଘରେ ଚାଲିଥିଲା କିନ୍ତୁ ବର୍ତ୍ତମାନ ଏହି ଡାକଘର ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟାଳୟ ତିଆରି କରାଯାଇଛି । ଏହି ଅଫିସକୁ ଚିଠି ବାକ୍ସ ଆକୃତିରେ ନିର୍ମାଣ କରାଯାଇଛି । ଏହି ସ୍ବତନ୍ତ୍ର ଡାକଘର ଏବେ ଦୁନିଆର ସବୁଠୁ ଉଚ୍ଚତମ ପୋଷ୍ଟ ଅଫିସ (highest post office in the world)ର ମାନ୍ୟତା ପାଇଛି ।
ଏବେ ଏହି ଚିଠି ବକ୍ସ ଆକୃତିର କାର୍ଯ୍ୟାଳୟ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି । ଏହି ନୂତନ କାର୍ଯ୍ୟାଳୟରେ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ, କିନ୍ତୁ ବର୍ତ୍ତମାନ ଏହି ବଡ଼ ଆକାରର ଚିଠି ବାକ୍ସ ନିକଟରେ ଲୋକେ ଫଟୋ ଉଠାଉଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟ ଅଫିସ ହିକ୍କିମ ଗାଁର ୧୪ ହଜାର ୫୬୭ ଫୁଟ ଉଚ୍ଚରେ ଅବସ୍ଥିତ । ଏହି ହିକ୍କିମ୍ ପୋଷ୍ଟ ଅଫିସ୍ ସ୍ପିଟି ଭ୍ୟାଲିରେ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଛି ।
ଏଠାରେ ଏକ (Hikkim Post Office) ଛୋଟ ଡାକଘର ମଧ୍ୟ ରହିଛି । ଯେଉଁଠାରେ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଆସନ୍ତି । ଅଫିସ ବାହାରେ କିଛି ସେଲ୍ଫି ପଏଣ୍ଟ ମଧ୍ୟ ନିର୍ମାଣ କରାଯାଇଛି । ଯେଉଁଠାରେ ପର୍ଯ୍ୟଟକମାନେ ଫଟୋ ଉଠାଇଥାନ୍ତି । ସ୍ପିଟି ଭ୍ୟାଲିର ମୁଖ୍ୟାଳୟ କାଜାର ହିକ୍କିମ ଗାଁର ଆକର୍ଷଣକୁ ବୃ୍ଦ୍ଧି କରିବା ପାଇଁ ପୋଷ୍ଟ ବିଭାଗ ଏହି ପଦକ୍ଷେପ ନେଇଛି । ପର୍ଯ୍ୟଟକମାନେ ଶୀଘ୍ର ଏହି ନୂତନ କାର୍ଯ୍ୟାଳୟ ମାଧ୍ୟମରେ ପୋଷ୍ଟକାର୍ଡ କିଣିବା ଏବଂ ପୋଷ୍ଟ କରିବାର ସୁଯୋଗ ପାଇବେ ।