ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ଼ ରମେଶ ପୋଖରିୟାଲ ନିଶାଙ୍କ ବିଶ୍ବ ପୁସ୍ତକା ମେଳା 2021କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଚଳିତ ବର୍ଷ ଆୟୋଜିତ ପୁସ୍ତକ ମେଳା ରାଷ୍ଟ୍ରୀୟ ଶିକ୍ଷା ନୀତି 2020 ବିଷୟବସ୍ତୁ ଆଧାରରେ ଆୟୋଜନ କରାଯାଇଛି । ତେବେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହାକୁ ଅନଲାଇନ ଜରିଆରେ ହିଁ କରାଯାଇଛି ।
ସେହିପରି ଏହି ପୁସ୍ତକ ମେଳା ପାଇଁ କେନ୍ଦ୍ରମନ୍ତ୍ରୀ ଜାତୀୟ ପୁସ୍ତକ ଟ୍ରଷ୍ଟକୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ସେ 17ଟି ଭିନ୍ନ ଭାଷାରେ ରାଷ୍ଟ୍ରୀୟ ଶିକ୍ଷା ନୀତି 2020 ପ୍ରକାଶିତ ପୁସ୍ତକ ଲଞ୍ଚ କରିଛନ୍ତି । ସୂଚନାଥାଉକି, ଏହି ମେଳା ମାର୍ଚ୍ଚ 6 ତାରିଖରୁ ଆରମ୍ଭ ହୋଇ 9 ତାରିଖ ପର୍ଯ୍ୟନ୍ତ ଚାଲିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ