ETV Bharat / bharat

ପୁଣି ଆରମ୍ଭ ହେଲା ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ

ଅଯୋଧ୍ୟା ରାମ ମନ୍ଦିରର ଭିତ୍ତିପ୍ରସ୍ତର କାର୍ଯ୍ୟକୁ ପୁଣି ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ...

ଅଯୋଧ୍ୟା ରାମ ମନ୍ଦିରରେ ପୁଣି ଆରମ୍ଭ ହେଲା ଭିତ୍ତିପ୍ରସ୍ତର କାର୍ଯ୍ୟ

author img

By

Published : Apr 12, 2021, 10:46 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପ୍ରସିଦ୍ଧ ଅଯୋଧ୍ୟା ରାମ ମନ୍ଦିରର ପୁଣି ଭିତ୍ତିପ୍ରସ୍ତର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । 2 ଦିନ ଧରି ଚାଲିଥିବା ରାମ ମନ୍ଦିର ନିର୍ମାଣ ସମିତିରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହେବା ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମହାସଚିବ ଚମ୍ପତ ରାୟ ସୂଚନା ଦେଇଛନ୍ତି ।

ଅଯୋଧ୍ୟା ରାମ ମନ୍ଦିରରେ ପୁଣି ଆରମ୍ଭ ହେଲା ଭିତ୍ତିପ୍ରସ୍ତର କାର୍ଯ୍ୟ

ରାମ ମନ୍ଦିରର ଭିତ୍ତିପ୍ରସ୍ତର ନିର୍ମାଣ କାର୍ଯ୍ୟର ପ୍ରଥମ ପର୍ଯ୍ୟାୟରେ ପିଲର ପଡିସାରିଥିବା ବେଳେ ବର୍ତ୍ତମାନ ଏହା ମଧ୍ୟରେ ସିମେଣ୍ଟ ମିଶ୍ରଣକୁ ଭର୍ତ୍ତି କରାଯିବ । ମନ୍ଦିରକୁ ବହୁ ବର୍ଷ ପର୍ଯ୍ୟନ୍ତ ମଜବୁତ ରଖିବା ପାଇଁ ଏହାର ତଳଭାଗକୁ ଭଲ ଭାବେ ନିର୍ମାଣ କରାଯିବା ପାଇଁ ଟ୍ରଷ୍ଟ ଲକ୍ଷ୍ୟ ରଖିଛି । ମନ୍ଦିରର ତଳ ସ୍ତରରେ 300ମିମିର 44ଟି ଲେୟାର ବା ସ୍ତର ଦିଆଯିବ । ଏଥିଲାଗି 10 ଓ 12 ଟନର ରୋଲରକୁ ବ୍ୟବହାର କରାଯିବ । ଏହି ସ୍ତର ଉପରେ ରୋଲର ଚଲାଯାଇ ଏହାକୁ ଦବାଯିବ ବୋଲି ରାୟ କହିଛନ୍ତି ।

ମନ୍ଦିରର ତଳସ୍ତରରେ 1 ଫୁଟ ଉଚ୍ଚର ସ୍ତର ଦିଆଯିବା ପରେ ଏହାକୁ ଦବାଇବା ପାଇଁ 2 ପ୍ରକାରର ରୋଲର ମେସିନକୁ ବ୍ୟବହାର କରାଯିବ । ଗୋଠି ରୋଲିର ଏହାକୁ ଦବାଇବା ପାଇଁ ବ୍ୟବହାର କରାଯିବାକୁ ଥିବା ବେଳେ ଅନ୍ୟ ରୋଲରଟି ଦବାଇବା ସମୟରେ କମ୍ପନ ସୃଷ୍ଟି କରିବ । ଯାହାଦ୍ବାରା ମନ୍ଦିରର ଏହି ନିମ୍ନ ସ୍ତର ବହୁ ଦିନ ପର୍ଯ୍ୟନ୍ତ ମଜବୁତ ରହିପାରିବ । ଏହି କାର୍ଯ୍ୟ ସେପ୍ଟେମ୍ବର ମାସ ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ରାୟ କହିଛନ୍ତି । ମନ୍ଦିରର ମୁଖ୍ୟ ଲେଆଉଟରେ କୌଣସି ବଡ଼ ପରିବର୍ତ୍ତନ କରାଯିବା ନାହିଁ ବୋଲି । ଏହାସହିତ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ମନ୍ଦିର ବାହାର ଓ ଭିତରରେ ନିର୍ମାଣ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.