ETV Bharat / bharat

ଏହି ରାଜ୍ୟରେ ଚାକିରିରେ ମହିଳାଙ୍କୁ ମିଳିବ 35% ସଂରକ୍ଷଣ !

author img

By ETV Bharat Odisha Team

Published : Oct 5, 2023, 1:53 PM IST

Updated : Oct 5, 2023, 3:03 PM IST

ସରକାରୀ ଚାକିରି ତଲାସରେ ଥିବା ମହିଳାଙ୍କ ପାଇଁ ଖୁସି ଖବର । ଏହି ରାଜ୍ୟରେ ସରକାରୀ ଚାକିିରିରେ ମହିଳାଙ୍କୁ ମିଳିବ 35 ପ୍ରତିଶତ ସଂରକ୍ଷଣ । ଅଧିକ ପଢନ୍ତୁ

ଚାକିରିରେ ମହିଳାଙ୍କୁ ମିଳିବ 35% ସଂରକ୍ଷଣ
women will get reservation in government jobs

ଭୋପାଳ: ମହିଳା ସଂରକ୍ଷଣ କ୍ଷେତ୍ରରେ ଏକ ବଡ ନିଷ୍ପତ୍ତି ହୋଇଛି । ସରକାରୀ ଚାକିରି ଆଶାୟୀ ମହିଳାଙ୍କ ପାଇଁ ଏକ ଖୁସି ଖବର ଆସିଛି । ମଧ୍ୟପ୍ରଦେଶରେ ଚାକିରିରେ ମହିଳାଙ୍କ ଲାଗି 35% ସଂରକ୍ଷଣ ମିଳିବ । ଏନେଇ ମଧ୍ୟପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହା ଘୋଷଣା କରିଛନ୍ତି । ସେପଟେ ରାଜ୍ୟରେ ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ସରକାର ମହିଳାଙ୍କ ପାଇଁ ଏହି ବ୍ୟବସ୍ଥା ଆଣିଥିବା ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ...ପାରିତ ହେଲେ ସୁଦ୍ଧା 2029 ପୂର୍ବରୁ ଲାଗୁ ହେବନି ମହିଳା ସଂରକ୍ଷଣ ବିଲ୍‌ ! ଜାଣନ୍ତୁ କାହିଁକି

ନିଷ୍ପତ୍ତି ଅନୁସାରେ ମଧ୍ୟପ୍ରଦେଶରେ ସରକାରୀ ଚାକିରିରେ ମହିଳାଙ୍କ ପାଇଁ 35% ସଂରକ୍ଷଣ ରହିବ । କେବଳ ବନ ବିଭାଗକୁ ଛାଡ଼ି ରାଜ୍ୟରେ ଅନ୍ୟ ସବୁ ବିଭାଗର ସରକାରୀ ନିଯୁ୍କ୍ତିରେ ମହିଳାଙ୍କ ଲାଗି ଏହି ସଂରଣକ୍ଷ ବ୍ୟବସ୍ଥା ରହିବ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଘୋଷଣା ପରେ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଷ୍ପତ୍ତି ପରେ ସରକାରୀ ଚାକିରିରେ ମହିଳାଙ୍କୁ 35 ପ୍ରତିଶତ ସଂରକ୍ଷଣ ମିଳିବ । ମଧ୍ୟପ୍ରଦେଶ ସିଭିଲ ସେବା (ମହିଳା ନିଯୁକ୍ତ ବିଶେଷ ଉପବନ୍ଧ ନିୟମ) 1997 ସଂଶୋଧନ କରାଯାଇଛି । ମହିଳାଙ୍କୁ ସଶକ୍ତ ଏବଂ ଆତ୍ମନିର୍ଭର କରିବାକୁ ଦେଶରେ ଏହି ସରକାରଙ୍କର ଏହା ଏକ ବଡ ନିଷ୍ପତ୍ତି ବୋଲି କୁହାଯାଉଛି । ସେପଟେ ରାଜ୍ୟରେ ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଯୋଜନା ଜରିଆରେ ନିର୍ବାଚନୀ ବୈତରଣୀ ପାର ହେବାକୁ ପ୍ଲାନ କରୁଥିବା ଚର୍ଚ୍ଚା ହେଉଛି । ତେବେ ଏହାକୁ ନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ ।

ଏହା ବି ପଢନ୍ତୁ...Parliament session: ଲୋକସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍‌

ନିକଟରେ ସ୍ବତନ୍ତ୍ର ସଂସଦ ଅଧିବେଶନରେ ଉଭୟ ରାଜ୍ୟସଭା ଓ ଲୋକସଭାରେ ମହିଳା ସଂରକ୍ଷଣ ବିଲ ପାରିତ ହୋଇଥିଲା । ମହିଳାଙ୍କୁ 33ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ହୋଇଛି । ଏପରି କ୍ଷେତ୍ରରେ ମଧ୍ୟପ୍ରଦେଶ ସରକାର ଆଉ ଦୁଇ ପାଦ ଆଗକୁ ବଢ଼ିଥିବା କୁହାଯାଉଛି । ମଧ୍ୟପ୍ରଦେଶରେ ପଞ୍ଚାୟତ ଓ ମ୍ୟୁନିସିପାଲଟି ନିର୍ବାଚନରେ 50 ପ୍ରତିଶତ ସଂରକ୍ଷଣ ରହିଛି । ଏହାବାଦ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜ୍ୟରେ ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନା ସହିତ 'ଲାଡଲି ବେହନା ଯୋଜନା'ର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ରାଜ୍ୟରେ ମହିଳାଙ୍କ ଖାତାକୁ ମାସିକ 1500 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଶିବରାଜ ସରକାର ନିଷ୍ପତ୍ତି ନେଇଛନ୍ତି ।

Last Updated : Oct 5, 2023, 3:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.