ETV Bharat / bharat

NDA ମାଧ୍ୟମରେ ସେନାରେ ଭର୍ତ୍ତି ହେବେ ମହିଳା, ସର୍ବୋଚ୍ଚ କୋର୍ଟଙ୍କୁ ଅବଗତ କଲା କେନ୍ଦ୍ର - ସେନାରେ ମହିଳା

ନ୍ୟାସନାଲ ଡିଫେନ୍ସ ଏକାଡେମୀ (NDA) ମାଧ୍ୟମରେ ମହିଳାମାନଙ୍କୁ ସଶସ୍ତ୍ର ବାହିନୀରେ ସାମିଲ କରାଯିବା ନେଇ ସୁପ୍ରିମକୋର୍ଟଙ୍କୁ ସ୍ପଷ୍ଟ କଲେ କେନ୍ଦ୍ର ସରକାର। ସନ୍ତୋଷ ପ୍ରକାଶ କଲେ କୋର୍ଟ। ଅଧିକ ପଢନ୍ତୁ...

NDA ମାଧ୍ୟମରେ ସେନାରେ ଭର୍ତ୍ତି ହେବେ ମହିଳା, ସର୍ବୋଚ୍ଚ କୋର୍ଟଙ୍କୁ ଅବଗତ କଲା କେନ୍ଦ୍ର

author img

By

Published : Sep 8, 2021, 8:10 PM IST

ନୂଆଦିଲ୍ଲୀ: ନ୍ୟାସନାଲ ଡିଫେନ୍ସ ଏକାଡେମୀ (NDA) ମାଧ୍ୟମରେ ମହିଳାଙ୍କୁ ସଶସ୍ତ୍ର ବାହିନୀରେ ସାମିଲ କରାଯିବ । ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ହୋଇଥିବା ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ଏପରି ନିଷ୍ପତ୍ତିରେ କୋର୍ଟଙ୍କ ସନ୍ତୋଷ ପ୍ରକାଶ କରିବା ସହ ସର୍ବୋଚ୍ଚ ନ୍ୟାୟଳୟ କେନ୍ଦ୍ରର ଏପରି ନିଷ୍ପତ୍ତିକୁ ସ୍ବାଗତ ମଧ୍ୟ କରିଥିବା ଦେଖିବାକୁ ମିଳିଛି । ବୁଧବାର ସଶସ୍ତ୍ର ବାହିନୀ ନିଜେ NDAରେ ମହିଳାଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ସ୍ବାଗତଯୋଗ୍ୟ ବୋଲି କହିଛନ୍ତି ଜଷ୍ଟିସ ସଂଞ୍ଜୟ କିଶନ କୌଲଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇ ପକ୍ଷ ରଖିଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭାତି ଏନେଇ ବେଞ୍ଚକୁ ଅବଗତ କରିଛନ୍ତି ଯେ, ତିନି ସେନା ମୁଖ୍ୟଙ୍କ ସହ ପରାମର୍ଶ ପରେ ଗତକାଲି କେନ୍ଦ୍ର ସରକାର ଏହି ନିଷ୍ପତ୍ତିରେ ପହଞ୍ଚିଥିଲେ। ସେନାର ସର୍ବୋଚ୍ଚ ସ୍ତରର ପ୍ରତିନିଧିମଣ୍ଡଳୀ ଏବଂ ସରକାରର ବିଚାରବିମର୍ଶ ପରେ ନ୍ୟାସନାଲ ଡିଫେନ୍ସ ଏକାଡେମୀ ମାଧ୍ୟମରେ ମହିଳାଙ୍କୁ ସେନାରେ ସୁଯୋଗ ମିଳିବା ନେଇ ନିଷ୍ପତ୍ତି ନିଆଯାଇଥିବା ଖଣ୍ଡପୀଠଙ୍କ ନିକଟରେ ସ୍ପଷ୍ଟ କରିଛନ୍ତି ଅତିରିକ୍ତ ସଲିସିଟର ଜେନେରାଲ।

ବେଞ୍ଚ କହିଛନ୍ତି ଯେ ପ୍ରତିରକ୍ଷା ବାହିନୀ ଏହି ନିଷ୍ପତ୍ତି ମାଧ୍ୟମରେ ଲିଙ୍ଗଗତ ସମାନତା ଉପରେ ବାର୍ତ୍ତା ଦେବା ଉଚିତ। ସୁରକ୍ଷା ବଳ ଭାରତର ଗାରିମା। କିନ୍ତୁ ଏଥିରେ ମଧ୍ୟ ଲିଙ୍ଗଗତ ସମାନତା ରହିବା ଆବଶ୍ୟକ ବୋଲି ମତ ଦେଇଛନ୍ତି କୋର୍ଟ। ସର୍ବୋଚ୍ଚ କୋର୍ଟ ASG ଭାଟିଙ୍କୁ ଏକ ଆଫିଡେଭିଟ୍ ମାଧ୍ୟମରେ ରେକର୍ଡ ରଖିବାକୁ କହିଥିଲେ ଏବଂ ଏହାର ଶୁଣାଣିକୁ ଦୁଇ ସପ୍ତାହ ସ୍ଥଗିତ ରଖିବା ସହ ସେପ୍ଟେମ୍ବର 22ରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ତେବେ ଅତିରିକ୍ତ ସଲିସିଟର ଜେନେରାଲ କୋର୍ଟ ନିକଟରେ ତଥ୍ୟ ରଖିଥିବା ନେଇ କୋର୍ଟ ସନ୍ତୋଷ ପ୍ରକାଶ କରିଛନ୍ତି।

ମହିଳାଙ୍କୁ NDA ପରୀକ୍ଷାରେ ଭାଗ ନେବାକୁ ଅନୁମତି ଦେବାକୁ ଚାହୁଁଥିବା ଆବେଦନ ଉପରେ କୋର୍ଟ ଶୁଣାଣି କରିଥିଲେ। ଏହାପୂର୍ବରୁ, ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟବର୍ତ୍ତୀକାଳୀନ ଆଦେଶରେ ମହିଳାମାନଙ୍କୁ ସେପ୍ଟେମ୍ବର 5ରେ ଧାର୍ଯ୍ୟ ହୋଇଥିବା NDA ପରୀକ୍ଷା ଦେବାକୁ ଅନୁମତି ଦେଇଥିଲେ ଏବଂ 'ଲିଙ୍ଗଗତ ଭେଦଭାବ' ଉପରେ ଆଧାରିତ ନିଷ୍ପତ୍ତି ପାଇଁ ଭାରତୀୟ ସେନାକୁ ମଧ୍ୟ ନିନ୍ଦା କରିଥିଲେ କୋର୍ଟ । ଆଜି ମହିଳାମାନେ NDAରେ ଭର୍ତ୍ତି ହୋଇପାରିବେ ଏବଂ ଏହାର ପରୀକ୍ଷା ନଭେମ୍ବର 24କୁ ଘୁଞ୍ଚାଇ ଦିଆଯାଇଥିବା କୋର୍ଟଙ୍କୁ ସ୍ପଷ୍ଟ କରିଛନ୍ତି ASG ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.