ETV Bharat / bharat

ଭାରତୀୟ ସେନା ଆର୍ଟିଲେରୀ କର୍ପସରେ ନିଯୁକ୍ତି ପାଇବେ ମହିଳା: ସେନା ମୁଖ୍ୟ - ଭାରତୀୟ ସେନା ଆର୍ଟିଲେରୀ

ଭାରତୀୟ ସେନା ଆର୍ଟିଲେରୀ କର୍ପସରେ ନିଯୁକ୍ତି ପାଇବେ ମହିଳା ଅଫିସର । ଏନେଇ ପ୍ରସ୍ତାବ ଦିଆଯାଇଥିବା ସୂଚନା ଦେଇଛନ୍ତି ଭାରତୀୟ ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେ । ଅଧିକ ପଢନ୍ତୁ

Indian Armys Artillery regiment
Army chief Manoj Pande
author img

By

Published : Jan 13, 2023, 12:14 PM IST

ନୂଆଦିଲ୍ଲୀ: ଭାରତୀୟ ସେନାରେ ମହିଳା ଅଫିସରଙ୍କୁ ମିଳିବ ଗୁରୁ ଦାୟିତ୍ବ । ଯେଉଁ ଆର୍ଟିଲେରୀ ରେଜିମେଣ୍ଟରେ ଶତ୍ରୁ ଥରେ ସେଠି ନିଯୁକ୍ତ ହେବେ ମହିଳା ସେନା । ସେନାର ଆର୍ଟିଲେରୀ କର୍ପସରେ ନିଯୁକ୍ତି ପାଇବେ ମହିଳା ଅଫିସର । ରକେଟ ସିଷ୍ଟମ ଓ ହାୱିଜର ତୋପ ବ୍ୟବହାର ଭଳି ଦାୟିତ୍ବ ତୁଲାଇବେ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ସ୍ଥଳ ସେନା ମୁଖ୍ୟ ମନୋଜ ପାଣ୍ଡେ । ସେନା ଦିବସ ପ୍ରେସମିଟରେ ସୂଚନା ଦେଇ ଏହା କରିଛନ୍ତି ସ୍ଥଳସେନା ମୁଖ୍ୟ । ଏନେଇ ସରକାରଙ୍କୁ ଅନୁମୋଦନ ନେଇ ପ୍ରସ୍ତାବ ଦିଆଯାଇଛି । ଖୁବଶୀଘ୍ର ଅନୁମୋଦନ ମିଳିବ ବୋଲି ଆଶା କରାଯାଉଛି ବୋଲି କହିଛନ୍ତି ସ୍ଥଳସେନା ମୁଖ୍ୟ ।

  • Women officers would be commissioned into the Indian Army’s Artillery regiment*. We have sent the proposal to the government and we hope that it will be accepted: Army chief Gen Manoj Pande

    — ANI (@ANI) January 12, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...Army Chief on LAC: ଏଲଏସିରେ ସ୍ଥିତି ସ୍ଥିର, ଯୋଶୀମଠରେ ୨୫ରୁ ଊର୍ଦ୍ଧ୍ୱ ସେନା କ୍ୟାମ୍ପରେ ଫାଟ

କଣ ଆର୍ଟିଲେରୀ ରେଜିମେଣ୍ଟ: ଭାରତୀୟ ସେନାର ଆର୍ଟିଲେରୀ ରେଡିମେଣ୍ଟ ଯେକୌଣସି ଯୁଦ୍ଧ ସମୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥାଏ । ଭାରତୀୟ ସେନାରେ ଏହା ଦ୍ବିତୀୟ ବଡ ଶାଖା । ଏହା ଭାରତୀୟ ସେନାର ଭୂମି ଅଭିଯାନ ଦ୍ବାରା ସେନାକୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରିଥାଏ । ଏହି ରେଜିମେଣ୍ଟ ପ୍ରମୁଖ ଭାବେ ଦୁଇଟି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗ ଘାତର ହତିଆର ରହିଛି ଯେଉଁଥିରେ ମିସାଇଲ, ରକେଟ ଓ ତୋପ ରହିଥାଏ । ଦ୍ବିତୀୟ ଭାଗରେ ଡ୍ରୋନ, ସର୍ଭିଲାନ୍ସ ସିଷ୍ଟମ ରହିଥାଏ । କାରଗିଲ ଯୁଦ୍ଧ ସମୟରେ ଏହି ରେଜିମେଣ୍ଟରେ ଶତ୍ରୁକୁ ନାକେଦମ କରିଥିଲା ।

ଭାରତ-ଚୀନ ସୀମା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଥିଲେ ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେ । LACରେ ସ୍ଥିତି ସ୍ଥିର ରହିଛି । ଚୀନ ସହିତ ଲାଗି ରହିଥିବା 7ଟି ସମସ୍ୟାକୁ ଭାରତୀୟ ସେନା 5ଟି ସମସ୍ୟାର ସମାଧାନ କରିଥିବା ବେଳେ ଶତ୍ରୁର ମୁକାବିଲା ପାଇଁ ଭାରତୀୟ ସମ୍ପୂର୍ଣ୍ଣ ଅଛି । ଭାରତୀୟ ସେନା ପାଖରେ ଯଥେଷ୍ଟ ଉପଲବ୍ଧ ଥିବା କହିଛନ୍ତି ସେନା ମୁଖ୍ୟ । ବାର୍ଷିକ ସେନା ଦିବସ ସାମ୍ବାଦିକ ସମ୍ମିଳନୀରେ ସେନାମୁଖ୍ୟ ମନୋଜ ପାଣ୍ଡେ ଆହୁରି କହିଥିଲେ, ‘‘ସେନା ସମ୍ପୂର୍ଣ୍ଣ ଆଲର୍ଟ ରହିଛି । ଉତ୍ତରାଞ୍ଚଳ ସୀମାବର୍ତ୍ତୀ ଅଞ୍ଚଳରେ ଶତ୍ରୁପକ୍ଷ ସହ କୂଟନୈତିକ ସ୍ତରରେ ଆଲୋଚନା ଜାରି ରହିଛି । ଉତ୍ତରାଞ୍ଚଳରେ ଅଧିକାଂଶ ରାଜ୍ୟରେ ଶାନ୍ତି ଫେରିଛି ।''

ଆସନ୍ତା ଜାନୁଆରୀ ୧୫ ତାରିଖରେ ସେନା ଦିବସ ପାଳନ ହେବାକୁ ଥିବା ବେଳେ ସେନା ମୁଖ୍ୟ ମନୋଜ ପାଣ୍ଡେ ବାର୍ଷିକ ରିପୋର୍ଟ ଦେଇଥିଲେ । ସବୁଠୁ ଖାସ କଥା ହେଉଛି ଦେଶ ସ୍ବାଧୀନତାର ୭୫ତମ ଦିବସ ପାଳନ କରୁଥିବା ବେଳେ ସେନା ମଧ୍ୟ ଚଳିତ ବର୍ଷ ୭୫ତମ ସେନା ଦିବସ ପାଳନ କରିବାକୁ ଯାଉଛି । ଦଳରେ ଆହୁରି ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେନା ମୁଖ୍ୟ କହିଥିଲେ । ଯୋଶୀମଠରେ ସେନା କ୍ୟାମ୍ପରେ ଫାଟ ସୃଷ୍ଟି ହୋଇଛି । 25ରୁ28ଟି ସେନା କ୍ୟାମ୍ପରେ ଫାଟ ସୃଷ୍ଟି ହୋଇଛି । ଯୋଶୀ ମଠରେ ବାଇସାପ ରୋଡ ବନ୍ଦ ଥିବାବେଳେ ସେନା କାର୍ଯ୍ୟ କିଛି ମାତ୍ରାରେ ପ୍ରଭାବିତ ହୋଇଛି ମାତ୍ର ଅପରେସନ ପ୍ରଭାବିତ ହୋଇ ନଥିବା ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.