ଗାନ୍ଧୀନଗର: ଜୁନ୍ ୧୮ ତାରିଖରେ ଗୁଜୁରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କୁ ଏକ ନିଆରା ଢଙ୍ଗରେ ସ୍ବାଗତ କରିବେ ସ୍ବନିଧି ଯୋଜନାର ହିତାଧିକାରୀ ମହିଳା । ମୋଦିଙ୍କ ସ୍ବାଗତ ପାଇଁ କିଛି ମହିଳା ବିନ୍ଦିରେ ଏକ ୧୦୦ ଫୁଟ ଲମ୍ବା ପଟ୍ଟଚିତ୍ର ପ୍ରସ୍ତୁତ କରିଛନ୍ତି ।

ଗୁଜୁରାଟ ଗସ୍ତ କରି ଏକ ମେଗା ଇଭେଣ୍ଟରେ ଯୋଗ ଦେଇ ୨୧ ହଜାର କୋଟି ଟଙ୍କା ପ୍ରକଳ୍ପ ଉଦଘାଟନ କରିବେ ମୋଦି । ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ନେଇ ସ୍ବନିଧି ଯୋଜନାର ହିତାଧିକାରୀ ମହିଳା ଉତ୍ସାହିତ ହୋଇ ରହିଛନ୍ତି । ଏହି ଯୋଜନାରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ପ୍ରଦାନ କରାଯାଉଛି । ଯାହାଦ୍ବାରା ମହାମାରୀ ପରେ ପୁଣି ଥରେ ଅଣ୍ଟା ସଳଖୀ ପାରିଥିଲେ କ୍ଷୁଦ୍ର ବ୍ୟବସାୟୀ ।

ଭଦୋଦରା ସହରରେ ୬ ହଜାରୁ ଅଧିକ ହିତାଧିକାରୀ ସ୍ବନିଧି ଯୋଜନାରେ ଲାଭବାନ ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଇବା ପାଇଁ ମହିଳା ହିତାଧାରୀ ବିନ୍ଦିରେ ଏକ ୧୦୦ ଫୁଟ ଲମ୍ବା ପଟ୍ଟଚିତ୍ର ପ୍ରସ୍ତୁତ କରିଛନ୍ତି ।