ETV Bharat / bharat

ମହିଳା ଇନସ୍ପେକ୍ଟରଙ୍କ ମହାନତା: କାନ୍ଧରେ ବୁହାଇ ପୀଡିତଙ୍କୁ ହସ୍ପିଟାଲରେ କଲେ ଭର୍ତ୍ତି

ତାମିଲନାଡୁର ଚେନ୍ନାଇ ଅଞ୍ଚଳରୁ ଆସିଛି ମହିଳା ଇନସ୍ପେକ୍ଟର ରାଜେଶ୍ବରୀଙ୍କ ମହାନତାର ଦୃଶ୍ୟ । ଯିଏକି ନିଜ କାନ୍ଧରେ ବ୍ୟକ୍ତିଙ୍କୁ ଟେକି ସଠିକ ସମୟରେ ହସ୍ପିଟାଲରେ ଭର୍ତ୍ତି କରିବା ପରେ ବଞ୍ଚିଯାଇଛି ଏକ ଅମୂଲ୍ୟ ଜୀବନ । ଅଧିକ ପଢନ୍ତୁ...

ମହିଳା ଇନସ୍ପେକ୍ଟରଙ୍କ ମହାନତା: କାନ୍ଧରେ ବୁହାଇ ପୀଡିତଙ୍କୁ ହସ୍ପିଟାଲରେ କଲେ ଭର୍ତ୍ତି
ମହିଳା ଇନସ୍ପେକ୍ଟରଙ୍କ ମହାନତା: କାନ୍ଧରେ ବୁହାଇ ପୀଡିତଙ୍କୁ ହସ୍ପିଟାଲରେ କଲେ ଭର୍ତ୍ତି
author img

By

Published : Nov 11, 2021, 8:18 PM IST

ଚେନ୍ନାଇ: ଗତ ୩ ଦିନ ଧରି ତାମିଲନାଡୁର ଚେନ୍ନାଇରେ ଜାରି ରହିଛି ପ୍ରବଳ ବର୍ଷା । ରାଜଧାନୀ ଚେନ୍ନାଇର ଅନେକ ଅଞ୍ଚଳର ଜଳମଗ୍ନ ହୋଇଥିବାବେଳେ ଦେଖିବାକୁ ମିଳିଛି ପୋଲିସ ଇନ୍‌ସ୍ପେକ୍ଟର ରାଜେଶ୍ବରୀଙ୍କ ବଦାନ୍ୟତା । ଅଞ୍ଚଳର ଉଦୟା ନାମକ ଜଣେ ବ୍ୟକ୍ତି ଲଗାଣ ବର୍ଷାରେ ଚେତାଶୂନ୍ୟ ହୋଇପଡ଼ିଥିବାବେଳେ ରାଜେଶ୍ବରୀ ତାଙ୍କୁ କାନ୍ଧରେ ଟେକି ହସ୍ପିଟାଲରେ ପହଞ୍ଚାଇ ତାଙ୍କ ଜୀବନ ବଞ୍ଚାଇଥିବା ଦେଖିବାକୁ ମିଳିଛି ।

ମହିଳା ଇନସ୍ପେକ୍ଟରଙ୍କ ମହାନତା: କାନ୍ଧରେ ବୁହାଇ ପୀଡିତଙ୍କୁ ହସ୍ପିଟାଲରେ କଲେ ଭର୍ତ୍ତି

ଉଦୟା ସ୍ଥାନୀୟ ଅଞ୍ଚଳରେ ଥିବା କିଲପୌକ ଶ୍ମଶାନ ଘାଟରେ କାର୍ଯ୍ୟ କରନ୍ତି । କିନ୍ତୁ ଲଗାଣ ବର୍ଷାରେ ସେ ପାଣି ଭିତରେ ବହୁତ ସମୟ ପଡ଼ି ରହିଥିବାବେଳେ ଚେତାଶୂନ୍ୟ ହୋଇପଡ଼ିଥିଲେ । ତେବେ ଏହି ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକମାନେ ଦେଖିଥିଲେ ମଧ୍ୟ ସେ ମୃତ ବୋଲି ଭାବିଥିଲେ । ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ଉକ୍ତ ଅଞ୍ଚଳର ସ୍ଥାନୀୟ ପୋଲିସ ଇନ୍‌ସ୍ପେକ୍ଟର ରାଜେଶ୍ବରୀ ଘଟଣାସ୍ଥଳରେ ପହଞ୍ଚି ଉଦୟାଙ୍କୁ ଉଦ୍ଧାର କରିଥିଲେ ।

ଏହାପରେ ଉଦୟା ଜୀବିତ ଥିବା ରାଜେଶ୍ବରୀ ଜାଣିବାକୁ ପାଇବା ପରେ ସେ ନିଜ କାନ୍ଧରେ ଉଦୟାଙ୍କୁ ଟେକି ଏକ ଅଟୋ ସାହାଯ୍ୟରେ କିଲପୌକ ସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଏଭଳି କରି ରାଜେଶ୍ବରୀ ନିଜର ମାନବିକତା ପରିଚୟ ଦେଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଅନେକ ପ୍ରଶଂସା କରିଥିଲେ । ରାଜେଶ୍ବରୀଙ୍କ ତତ୍‌କ୍ଷଣାତ ପଦକ୍ଷେପ ଉଦୟାଙ୍କ ଜୀବନ ବଞ୍ଚାଇ ପାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.