ETV Bharat / bharat

ଛେଳି ପାଇଁ ଟ୍ରେନ ଟିକେଟ କାଟିଲେ ମହିଳା, ସଚ୍ଚୋଟତାର ପରିଚୟ ଦେଇ କିଣିଲେ ମନ - ଛେଳି ପାଇଁ ଟ୍ରେନ ଟିକେଟ କାଟିଲେ ମହିଳା

ଅନେକ ସମୟରେ ବିନା ଟ୍ରେନ ଟିକେଟ ଯାତ୍ରା କରି ଟିଟି ହାତରେ ଧରା ପଡିବାର ଖବର ଆପଣ ଶୁଣିଥିବେ । ହେଲେ ଜଣେ ବୃଦ୍ଧ ଟ୍ରେନରେ ତାଙ୍କ ସହ ତାଙ୍କ ଛେଳିର ଟ୍ରେନ ଟିକେଟ କାଟି ଯାତ୍ରା କରୁଥିବା ଏକ ଭିଡିଓ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

women buys train ticket for goat
ଛେଳି ପାଇଁ ଟ୍ରେନ ଟିକେଟ କାଟିଲେ ମହିଳା
author img

By ETV Bharat Odisha Team

Published : Sep 7, 2023, 7:26 AM IST

ଛେଳି ପାଇଁ ଟ୍ରେନ ଟିକେଟ କାଟିଲେ ମହିଳା

କୋଲକାତା: ଛେଳି ପାଇଁ ଟ୍ରେନ ଟିକେଟ । କଥା ଟି ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଟୟ । ବିନା ଟ୍ରେନ ଟିକେଟରେ ଯାତ୍ରା କରିବା ଆଇନଗତ ଅପରାଧ । ହେଲେ ଅନେକ ଟ୍ରେନ ଯାତ୍ରୀ ବିନା ଟିକେଟରେ ଯାତ୍ରା କରି ଟିଟି ହାତରେ ଧରା ପଡନ୍ତି ଫାଇନ ଗଣନ୍ତି । ହେଲେ ଏବେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହା ୟୁଜର୍ସଙ୍କ ପ୍ରଶଂସା ସାଉଁଟିଛି । ଜଣେ ବୃଦ୍ଧ ମହିଳା ଟ୍ରେନରେ ଯାତ୍ରା କରିବା ପାଇଁ ନିଜ ସହ ତାଙ୍କର ଛେଳି ପାଇଁ ମଧ୍ୟ ଟିକେଟ କାଟିଛନ୍ତି । ଛେଳିକୁ ସାଥୀରେ ଧରି ମହିଳା ଜଣଙ୍କ ଟ୍ରେନରେ ଯାତ୍ରା କରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେ ଛେଳି ପାଇଁ ଟିକେଟ କାଟିଥିବା ଜଣାପଡିଛି । ମହିଳା ଜଣଙ୍କ ଚେଳି ପାଇଁ ଟିକେଟ କାଟି ସଚ୍ଚୋଟତାର ପରିଚୟ ଦେଇ ମନ ଜିତିଛନ୍ତି ।

ଘଟଣାଟି କିଛି ଏପରି: ଛେଳି ପାଇଁ ଟ୍ରେନ ଟିକେଟ କାଟିଥିବା ମହିଳାଙ୍କର ଉକ୍ତ ଭିଡିଓଟି ପଶ୍ଚିମବଙ୍ଗର । ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଟ୍ରେନରେ ମହିଳା ଜଣଙ୍କ ତାଙ୍କର ପାଳିତ ଛେଳିକୁ ଧରି ଯାତ୍ରା କରୁଛନ୍ତି । ତାଙ୍କୁ ଟିଟି ପଚାରୁଛନ୍ତି ଛେଳିକୁ ସାଥୀରେ ନେଉଛ । ସେ ହସି ହସି ହଁ ବୋଲି କହୁଛନ୍ତି । ଟିଟି ଜଣଙ୍କ ପୁଣି ପଚାଛନ୍ତି ଛେଳି ପାଇଁ ଟିକେଟ କାଟିଛ କି ମହିଳା ଜଣଙ୍କ ନିନ୍ଦ୍ବନ୍ଦରେ ହସି ହସି ଛେଳି ପାଇଁ ଟିକେଟ କାଟିଥିବା କହିଛନ୍ତି । ବାସ୍ତବରେ ଟିକେଟ ଦୁଇଜଣଙ୍କ ପାଇଁ କଟାଯାଇଥିବା ଦେଖିବାକୁ ମିଳିଛି । ମହିଳା ଜଣଙ୍କ ଛେଳି ପାଇଁ ଟିକେଟ କାଟି ସମସ୍ତଙ୍କ ହୃଦୟ ଜିତିଛନ୍ତି । ଟିଟି ଟ୍ରେନରେ ଟିକେଟ ଯାଞ୍ଚ କରୁଥିବା ସମୟରେ ଭିଡିଓଟି ସୁଟିଂ କରାଯାଇଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ୟୁର୍ଜସଙ୍କ ପ୍ରଶଂସା ସାଉଁଟିଛି । ମହିଳାଙ୍କ କାର୍ଯ୍ୟକୁ ପ୍ରଶଂସା କରି ତାଙ୍କ ସଚ୍ଚୋଟତା ଅନେକଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି ୟୁଜର୍ସ ।

ଏହା ବି ପଢନ୍ତୁ...WATCH VIDEO: ରେଳଯାତ୍ରୀଙ୍କୁ ମାଡ଼ ମାରିଲେ ଦୁଇ TTE, ହେଲେ ନିଲମ୍ବିତ

ବୃଦ୍ଧ ମହିଳା ଜଣଙ୍କ ଜଣେ ମଧ୍ୟବିତ ପରିବାରର ପରି ମନେ ହେଉଛନ୍ତି । ମାତ୍ର ତାଙ୍କ ସଚ୍ଚୋଟତା ତାଙ୍କୁ ଆଜି ଢେର ବଡ କରି ଦେଇଛି । ଛେଳି ପାଇଁ ମହିଳା ଟିକେଟ କାଟିଥିବା ଦେଖି ଟିଟି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମହିଳାଙ୍କ ସଚ୍ଚୋଟ ପଣିଆ ସମସ୍ତଙ୍କ ମନ କିଣି ନେଇଛି । ଜଣେ ୟୁଜର୍ସ ତାଙ୍କ ଏକ୍ସ ଆକାଉଣ୍ଟରେ ଭିଡିଓକୁ ସେୟାର କରି ଲେଖିଛନ୍ତି, '' ସେ ତାଙ୍କ ଛେଳି ପାଇଁ ଟିକେଟ କାଟିଥିବା କଥା ଗର୍ବର ସହ ଟିଟିଙ୍କୁ କହିଛନ୍ତି । ତାଙ୍କ ଖୁସିର ହସ ଦେଖନ୍ତୁ ଚମତ୍କାର ।''

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.