ETV Bharat / bharat

ବିଶ୍ବ କ୍ଷୁଧା ରିପୋର୍ଟରେ ତ୍ରୁଟି ଥିବା କହିଲା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ - ଜିଏଚଆଇ ରିପୋର୍ଟ

ବିଶ୍ବ କ୍ଷୁଧା ତାଲିକା ରିପୋର୍ଟ ଉପରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟର ପ୍ରତିକ୍ରିୟା । ରିପୋର୍ଟରେ ତ୍ରୁଟି ରହିଛି ବୋଲି କହିଲା ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

ବିଶ୍ବ କ୍ଷୁଧା ରିପୋର୍ଟରେ ତ୍ରୁଟି ଥିବା କହିଲା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ

author img

By

Published : Oct 16, 2021, 8:51 AM IST

ନୂଆଦିଲ୍ଲୀ: ବିଶ୍ବ କ୍ଷୁଧା ତାଲିକାରେ ଗୁରୁତର କ୍ଷୁଧା ବର୍ଗରେ ରହିଛି ଭାରତ । ୨୦୨୦ ରିପୋର୍ଟରେ ଭାରତର ସ୍ଥାନ ତାଲିକାରେ ୯୪ ଥିବାବେଳେ ୨୦୨୧ରେ ଦେଶ ୧୧୬ତମ ସ୍ଥାନକୁ ଖସି ଆସିଛି । ପୁଷ୍ଟିହୀନ ଜନସଂଖ୍ୟା କ୍ଷେତ୍ରରେ ଭାରତର ଉଦବେଗ୍ ଜନକ ସ୍ଥିତି ଦର୍ଶାଯାଇଛି ରିପୋର୍ଟରେ । ସେପଟେ ଏହି ରିପୋର୍ଟ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ।

FAO ଆକଳନକୁ ଆଧାର କରି ପ୍ରସ୍ତୁତ ଏହି ରିପୋର୍ଟର ବାସ୍ତବତା ଏବଂ ଏହାର ସର୍ବେକ୍ଷଣ ପଦ୍ଧତିରେ ତ୍ରୁଟି ରହିଛି । ଏଥିରେ ଉପଯୁକ୍ତ ଦିଗ ଉପରେ ଧ୍ୟାନ ଦିଆଯାଇ ନାହିଁ । FAO ପକ୍ଷରୁ ବ୍ୟବହୃତ ପଦ୍ଧତି ଅବୈଜ୍ଞାନିକ । ଚାରୋଟି ପ୍ରଶ୍ନ ଆଧାରିତ ମତ ସଂଗ୍ରହର ଫଳାଫଳକୁ ନେଇ ଏହା ପ୍ରସ୍ତୁତ କରାଯାଇଛି, ଯାହା Gallup ପକ୍ଷରୁ ଟେଲିଫୋନ ମାଧ୍ୟମରେ ସଂଗ୍ରହ ତଥ୍ୟକୁ ଆକଳନର ପଦ୍ଧତି ଭାବେ ଗ୍ରହଣ କରାଯାଇଛି ବୋଲି ପ୍ରତିକ୍ରିୟା ଦେଇଛି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ।

ମହାମାରୀ ସମୟରେ ଦେଶରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଭାରତ ସରକାର ବ୍ୟାପକ ଅଭିଯାନ ଚଳାଇଥିଲେ । ଏହାର ଭେରିଫାଏ ତଥ୍ୟ ମଧ୍ୟ ଉପଲବ୍ଧ ରହିଛି । ମାତ୍ର ରିପୋର୍ଟରେ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଖାଦ୍ୟ ସହାୟତା ଯୋଗାଇ ଦିଆଯାଇଛି କି ନାହିଁ ସେ ସମ୍ପର୍କରେ କ୍ଷୁଧା ତାଲିକା ପାଇଁ ମତ ସଂଗ୍ରହରେ ଗୋଟିଏ ହେଲେ ପ୍ରଶ୍ନ ନାହିଁ । ଏଥିସହ ରିପୋର୍ଟରେ କୋଭିଡ-୧୯ ଯୋଗୁଁ ରୋଜଗାର ହରାଇବା, ବ୍ୟବସାୟିକ କ୍ଷତି ଏବଂ ଆୟ ହ୍ରାସର କୌଣସି ପ୍ରଭାବ ଅନ୍ୟ ଦେଶ ଯଥା ଆଫଗାନିସ୍ତାନ, ନେପାଳ, ବାଂଲାଦେଶ ଓ ଶ୍ରୀଲଙ୍କା ଉପରେ ପଡିନାହିଁ ବୋଲି କୁହାଯାଇଛି । ଏପରିକି ଏହି ରାଷ୍ଟ୍ରଗୁଡିକର ପୁଷ୍ଟିହୀନ ଜନସଂଖ୍ୟା ଭାଗରେ ସୁଧାର ଆସିଥିବା ପ୍ରକାଶିତ ହୋଇଛି । ଯାହା ସନ୍ଦେହ ଏବଂ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା କହିଛି ମନ୍ତ୍ରଣାଳୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.