ETV Bharat / bharat

ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାରୁ ମହିଳାଙ୍କୁ ଜୀଅନ୍ତା ଜାଳି ଦେଲେ ଦୁର୍ବୃତ୍ତ

ଝାଡଖଣ୍ଡର ହଜାରିବାଗରେ ଅଭାବନୀୟ ଘଟଣା । ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାରୁ ମହିଳାଙ୍କ ଶରୀରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

author img

By

Published : Jan 10, 2023, 9:40 AM IST

attempted to burn woman with rape in hazaribag

ରାଞ୍ଚି: ହଜାରିବାଗରେ ଚଞ୍ଚଲ୍ୟ । ସୀମାଟପିଲା ବର୍ବରତା । ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାରୁ ମହିଳାଙ୍କୁ ଯିଅନ୍ତା ଜାଳି ଦେଲେ ଦୁର୍ବୃତ୍ତ(attempted to burn woman with rape in Hazaribag) । ମହିଳାଙ୍କ ଶରୀର ଅଧାରୁ ଅଧିକ ପୋଡିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ଏନେଇ ମହିଳାଙ୍କ ବାପା ଅଭିଯୋଗ କରିଛନ୍ତି ଯେ, "ଗତ ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା । ମୋର ଝିଅ ଘରେ ଏକୁଟିଆ ଥିଲା । ଏହି ସମୟରେ ୩ରୁ ଚାରି ଜଣ ଯୁବକ ଘଧରେ ପ୍ରବେଶ କରି ତାସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ମୋ ଝିଅ ଅହାକୁ ବିରୋଧ କରିବାରୁ ଯୁବକମାନେ ତାକୁ ଏକ ଖଟରେ ବାନ୍ଧି ଦେଇ ତାର ଶରୀରରେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଉ । ଏବଂ କଠୋରରୁ କଠୋର ଦଣ୍ଡ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।"

ମହିଳାଙ୍କ ଜଣେ ସମ୍ପର୍କୀୟ କହିଛନ୍ତି ଯେ, "୩ ବର୍ଷ ପୂର୍ବେ ମହିଳାଙ୍କ ବିବାହ ହୋଇଥିଲା । ପରିବାରରେ ମଧ୍ୟ କୌଣସି ସମସ୍ୟା ନଥିଲା । ବେସ୍‌ ହସ ଖୁସିରେ ଚାଲିଥିଲା ସଂସାର । କିନ୍ତୁ ଜ୍ବାଇଁର ଭଉଣୀର ପୁଅ ଏବଂ ଗ୍ରାମର ପଡୋଶୀ ମହିଳାଙ୍କ ଖୁସିକୁ ହଜମ କରିପାରୁନଥିଲେ । ସେଥି ପାଇଁ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରାଯାଉଥିଲା ।"

ଏହା ମଧ୍ୟ ପଢନ୍ତୁ-Mohbbat Ki Dukaan: ପ୍ରଭାବିତ କଲା ରାହୁଲ ଗାନ୍ଧୀଙ୍କ ସ୍ଲୋଗାନ, ଦୋକାନର ନାମ କଲେ ପରିବର୍ତ୍ତନ

ମହିଳାଙ୍କୁ ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି ଯେ, "ମହିଳାଙ୍କ ଶରୀର ୬୦ରୁ ୬୫ ପ୍ରତିଶତ ପୋଡିଯାଇଛି । ବର୍ତ୍ତମାନ ଅବସ୍ଥା ଗୁରୁତର ରହିଛି । ପୀଡିତା ଜଣଙ୍କୁ ହଜାରିବାଗର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବର୍ଣ୍ଣ ଓ୍ବାର୍ଡକୁ ସ୍ଥାନାନ୍ତରଣ କରାଯାଇଛି । ବର୍ତ୍ତମାନ ପୀଡିତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ରହିଛି ।" ତେବେ ଏହି ଘଟଣାରେ ଥାନାରେ ଅଭିଯୋଗ ହୋଇଛି ନାହିଁ ସେନେଇ କିଛି ସୂଚନା ହସ୍ତଗତ ହୋଇ ନାହିଁ । କେଉଁମାନେ ଏପରି କାଣ୍ଡ ଘଟଣାଇଲେ ସେନେଇ ମଧ୍ୟ ସ୍ପଷ୍ଟ ସୂଚୱନା ମିଳିପାରି ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.