ETV Bharat / bharat

ମଧ୍ୟପ୍ରଦେଶରେ ନିର୍ଭୟା ମାମଲାର ପୁନରାବୃତ୍ତି - ମଧ୍ୟପ୍ରଦେଶର ନିର୍ଭୟା ମାମଲାର ପୁନରାବୃତ୍ତି

ପୁଣି ନିର୍ଭୟା ମାମଲାରେ ହୋଇଛି ପୁନରାବୃତ୍ତି । ମଧ୍ୟପ୍ରଦେଶରେ ପୁଣି ମହିଳାଙ୍କ ସହିତ ଗଣଦୁଷ୍କର୍ମ ପରେ ସମ୍ବେଦନଶୀଳ ଅଙ୍ଗରେ ଭର୍ତ୍ତି କରିଦେଲେ ଲୁହାରଡ । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶର ନିର୍ଭୟା ମାମଲାର ପୁନରାବୃ
ମଧ୍ୟପ୍ରଦେଶର ନିର୍ଭୟା ମାମଲାର ପୁନରାବୃ
author img

By

Published : Jan 11, 2021, 3:11 PM IST

ଭୋପାଳ: ପୁଣି ନିର୍ଭୟା ମାମଲାରେ ହୋଇଛି ପୁନରାବୃତ୍ତି । ମଧ୍ୟପ୍ରଦେଶରେ ପୁଣି ମହିଳାଙ୍କ ସହିତ ଗଣଦୁଷ୍କର୍ମ ପରେ ସମ୍ବେଦନଶୀଳ ଅଙ୍ଗରେ ଲୁହାରଡ ଭର୍ତ୍ତି କରାଯାଇଛି । ରବିବାର ରାତିରେ ଏପରି ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଜଣେ ବିଧବା ମହିଳାଙ୍କୁ 3 ଜଣ ଗଣଦୁଷ୍କର୍ମ କରିବା ସହିତ ଶାରୀରିକ ନିର୍ଯାତନା ଦେଇଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ରେୱା ଡିଏଚଏଚରେ ଭର୍ତ୍ତି କରାଯାଇଛି ।

ସେପଟେ ମହିଳାଙ୍କ ସମ୍ପର୍କୀୟ ଅଭିଯୋଗ କରିବା ପରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୋଲିସ ସେମାନଙ୍କୁ ପଚରାଉଚରା ଜାରି ରଖାଯାଇଛି । ପୋଲିସ ସୂତ୍ର ଅନୁଯାୟୀ, ରବିବାର ରାତିରେ ମହିଳା ଜଣକ ତାଙ୍କ ଘରେ ଏକୁଟିଆ ଥିବାବେଳେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ମହିଳାଙ୍କୁ ପାଣି ମାଗି ତାଙ୍କ ଘର ବାହାରକୁ ଆସିବାକୁ ଡାକିଥିଲା। ଯେତେବେଳେ ମହିଳା ଜଣକ ବାହାରକୁ ଆସିବାକୁ ମନା କରିଦେଲେ, ଅଭିଯୁକ୍ତ ତିନି ଜଣ ଘରେ ପଶି ତାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ତାଙ୍କ ସମ୍ବେଦନଶୀଳ ଅଙ୍ଗରେ ଲୁହାରଡ୍ ଭର୍ତ୍ତି କରି ନିର୍ଯାତନା ଦେଇଥିଲେ। ଅପରାଧ କରିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

ମହିଳାଙ୍କ ଚିତ୍କାର ଶୁଣି ତାଙ୍କ ସମ୍ପର୍କୀୟ ଏବଂ ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ସିଦ୍ଧ DHHକୁ ନେଇଥିଲେ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ ରେୱା DHH କୁ ସ୍ଥାନାନ୍ତର କରାଯାଇଥିଲା ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.