ETV Bharat / bharat

ଝିଅକୁ କୁକୁର କାମୁଡିବାରୁ ବୁଲିବୁଲି କୁକୁର ଛୁଆକୁ ହତ୍ୟା କରୁଛନ୍ତି ମହିଳା, CCTVରେ କଏଦ ହେଲା ଦୃଶ୍ୟ - କୁକୁର ଛୁଆଙ୍କୁ ଖୋଜି ଖୋଜି ହତ୍ୟା କରୁଛନ୍ତି ମହିଳା

ଝିଅକୁ କାମୁଡିଲା କୁକୁର । ରାଗରେ ମାନବିକତା ହରାଇ ବସିଲେ ମହିଳା । କଲୋନୀ ସାରା କୁକୁର ଛୁଆଙ୍କୁ ଖୋଜି ଖୋଜି କରୁଛନ୍ତି ହତ୍ୟା। CCTVରେ କଏଦ ହେଲା ମହିଳାଙ୍କ କାରନାମା । ଥାନାରେ ଏତଲା । ଅଧିକ ପଢନ୍ତୁ

ଝିଅକୁ କୁକୁର କାମୁଡିବାରୁ ବୁଲିବୁଲି କୁକୁର ଛୁଆକୁ ହତ୍ୟା କରୁଛନ୍ତି ମହିଳା, CCTVରେ କଏଦ ହେଲା ଦୃଶ୍ୟ

author img

By

Published : Apr 13, 2022, 9:31 PM IST

Updated : Apr 13, 2022, 10:20 PM IST

ମୁମ୍ବାଇ: ପଶୁପକ୍ଷୀଙ୍କ ପ୍ରତି ବର୍ବରତାର ସବୁ ସୀମା ଟପୁଛି ମଣିଷ । ନିଜର ସ୍ବାର୍ଥରେ ସାମାନ୍ୟ ହାନୀ ଘଟିଲେ ହରାଇ ବସୁଛି ମାନବିକତା । ଏପରି ଏକ ବର୍ବର ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ପୁଣେରେ । ଝିଅକୁ କୁକୁର କାମୁଡିବାରୁ କଲୋନୀ ସାରା ବୁଲି ବୁଲି କୁକୁର ଛୁଆଙ୍କୁ ଖୋଜି ଖୋଜି ହତ୍ୟା କରିବାରେ ଲାଗିଛନ୍ତି ଜଣେ ମହିଳା । ଏପର୍ଯ୍ୟନ୍ତ ଦୁଇ ନିରୀହ କୁକୁର ଛୁଆ ମଧ୍ୟ ମହିଳାଙ୍କ ଦ୍ବାରା ହତ୍ୟାର ଶିିକାର ହୋଇସାରିଲାଣି ।

ଝିଅକୁ କୁକୁର କାମୁଡିବାରୁ ବୁଲିବୁଲି କୁକୁର ଛୁଆକୁ ହତ୍ୟା କରୁଛନ୍ତି ମହିଳା, CCTVରେ କଏଦ ହେଲା ଦୃଶ୍ୟ

ହାତରେ ଏକ ବାଡି ଧରି ମହିଳାଜଣଙ୍କ କୁକୁର ଛୁଆଙ୍କୁ ହତ୍ୟା କରିବା ପାଇଁ ଖୋଜୁଥିବାର ଏକ ଭିଡିଓ ସୋସାଇଟିରେ ଲାଗିଥିବା କ୍ୟାମେରାରେ କଏଦ ମଧ୍ୟ ହୋଇଛି । ସିସିଟିଭିରୁ ଘଟଣା ସମ୍ପର୍କରେ ଜଣାପଡିବା ସୋସାଇଟିରେ ମହିଳାଙ୍କ ପଡୋଶୀ ମଧ୍ୟ ଏହାକୁ ନିନ୍ଦା କରିବା ସହ ଥାନାର ଦ୍ବାରସ୍ଥ ହୋଇଛନ୍ତି । ସମ୍ପୃକ୍ତ ମହିଳାଙ୍କ ନାମରେ ଏତଲା ଦାଏର ହେବା ସହ ତଦନ୍ତ ଆରମ୍ଭ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ସମ୍ପୃକ୍ତ ମହିଳାଙ୍କ ନାମ ଅନୀତା ଦିଲ୍ଲୀପ ଖାତପେ । ଗତ କିଛି ଦିନ ତଳେ ଏକ କୁକୁର ଅନୀତାଙ୍କ ଝିଅକୁ କାମୁଡି ଦେଇଥିଲା । ଫଳରେ କ୍ରୋଧାନ୍ବିତ ହୋଇ ଅନୀତା କଲୋନୀରେ ଥିବା ସମସ୍ତ କୁକୁରଙ୍କୁ ହତ୍ୟା କରିବା ପାଇଁ ଚାହିଁଥିଲେ । ହାତରେ ଏକ ବାଡି ଧରି ସେ କୁକୁରଙ୍କୁ ଖୋଜୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ କୁକୁର ଛୁଆଙ୍କୁ ପିଟିପିଟି ମାରି ମଧ୍ୟ ସାରିଲେଣି ।

ଘଟଣା ସମ୍ପର୍କରେ ଜଣାପଡିବା ପରେ ସେ ରହୁଥିବା କଲୋନୀରେ ମଧ୍ୟ ଏପରି ବର୍ବର କାଣ୍ଡକୁ ବିରୋଧ ଦେଖିବାକୁ ମିଳିଛି । ଲାଗିଥିବା ସିସିଟିଭିରେ ଅନୀତା ଏପରି କାଣ୍ଡ ଭିଆଉଥିବା ସ୍ପଷ୍ଟ ହେବା ପରେ କଲୋନୀରେ ରହୁଥିବା ଜଣେ ନୀତା ଆନନ୍ଦ ବିଦଲନ ନାମକ ଜଣେ ପଡୋଶୀ ମହିଳା ସ୍ଥାନୀୟ ହାଦପସର ପୋଲିସ ଷ୍ଟେସନରେ ଏତଲା ଦାଏର କରିଛନ୍ତି । ଏତଲା ଆଧାରରେ ପୋଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛି । ସିସିଟିଭିରେ କଏଦ ହୋଇଥିବା ଫୁଟେଜକୁ ଯାଞ୍ଚ କରାଯାଉଛି । ତଦନ୍ତର ଫଳାଫଳ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 13, 2022, 10:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.