ETV Bharat / bharat

ରାପିଡୋ ଚାଳକଙ୍କ ଅସଦାଚରଣରୁ ବର୍ତ୍ତିବା ପାଇଁ ଚଳନ୍ତା ବାଇକରୁ ଡେଇଁଲେ ଯୁବତୀ - ଚଳନ୍ତା ବାଇକରୁ ଡେଇଁଲେ ଯୁବତୀ

ରାପିଡୋ ଚାଳକଙ୍କ ଅସଦାରଣରୁ ବର୍ତ୍ତିବା ପାଇଁ ଚଳନ୍ତା ବାଇକରୁ ଡେଇଁଲେ ଯୁବତୀ । ଅଭିଯୋଗ ପରେ ବନ୍ଧା ହେଲା ଚାଳକ । ଅଧିକ ପଢନ୍ତୁ

Rapido drivers misbehavio
Rapido drivers misbehavio
author img

By

Published : Apr 27, 2023, 8:30 AM IST

Updated : Apr 27, 2023, 10:33 AM IST

Rapido drivers misbehavio

ବେଙ୍ଗାଲୁରୁ: ରାପିଡୋ ବାଇକ ବୁକ କରି ନିଜ ସାଙ୍ଗ ଘରକୁ ଯାଉଥିଲେ ଯୁବତୀ । ହେଲେ ମଝି ରାସ୍ତାରେ ଡ୍ରାଇଭର ଜଣକ ଅସଦାଚରଣ କରିବାରୁ ଚଳନ୍ତା ବାଇକରୁ ଡେଇଁଲେ ଯୁବତୀ । ଏହାପରେ ନିଜକୁ ବଞ୍ଚାଇବା ପାଇଁ ବିପରୀତ ଦିଗକୁ ଦୌଡିବାକୁ ଲାଗିଲେ । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ବେଙ୍ଗାଲୁରୁରୁ । ସେହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହାପରେ ଉକ୍ତ ରାପିଡୋ ଡ୍ରାଇଭରକୁ ବାନ୍ଧିଛି ପୋଲିସ । ଗିରଫ ଯୁବକ ହେଲେ ଟିଣ୍ଡୁଲର ଦୀପକ ରାଓ, ବୟସ ୨୭ ବର୍ଷ ।

ସୂଚନାଅନୁସାରେ, ଗତ ୨୧ ତାରିଖରେ ବେଙ୍ଗାଲୁରୁର ହେଲାହଙ୍କା ନ୍ୟୁଟାଉନ ଥାନା ଅନ୍ତର୍ଗତ ବିଏମଏସ କଲେଜ ନିକଟରେ ହୋଇଥିଲା । ଦିନ ୧୧ଟା ସମୟରେ ମହିଳା ଜଣକ ନିଜ ସାଙ୍ଗ ଘରକୁ ଯିବା ପାଇଁ ରାପିଡୋ ବୁକ କରିଥିଲେ । ତେବେ ବାଇକରେ ବସିବା ପରେ ଡ୍ରାଇଭର ଜଣକ ଯୁବତୀଙ୍କୁ ଓଟିପି ମାଗିବା ବାହାନାରେ ମୋବାଇଲ ନେଇଯିବା ସହ ଅସଦାଚରଣ କରିଥିଲେ । ଏହାପରେ ଯୁବତୀଙ୍କ ଗନ୍ତବ୍ୟସ୍ଥଳ ପରିବର୍ତ୍ତେ ଅନ୍ୟ ଆଡେ ନେଇଯାଉଥିଲେ । ଦୋଦାବାଲାପୁର ରୋଡ ଅଭିମୁଖେ ନେଇଯିବା ସହ ବାଇବ ଦ୍ରୁତ ବେଗରେ ଚଳାଇଥିଲେ ଡ୍ରାଇଭର ଜଣକ । ସେହି ସମୟରେ ଯୁବତୀ ଜଣକ ଭୟଭୀତ ହୋଇଯାଇଥିଲେ ।

ତେବେ ନିଜ ଜୀବନ ବଞ୍ଚାଇବା ପାଇଁ ଶେଷରେ ଗାଡିରୁ ଡେଇଁପଡିବା ପାଇଁ ନିଷ୍ପତ୍ତି ନେଇଥିଲେ । ଦ୍ରୁତଗାମୀ ବାଇକରୁ ନାଗେନାହାଲି ନିକଟରେ ଥିବା ଏକ ବେସରକାରୀ କଲେଜ ନିକଟରେ ବାଇକରୁ ଡେଇଁ ପଡିଥିଲେ । ଏହି ସମୟରେ ସମ୍ପୂର୍ଣ୍ଣ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାଦେଖି କଲେଜର ସିକ୍ୟୁରିଟି ଗାଡ ଯୁବତୀଙ୍କୁ ବଞ୍ଚାଇବା ପାଇଁ ଦୌଡି ଆସିଥିଲେ । ତେବେ ଚଳନ୍ତା ବାଇକରୁ ଡେଇଁ ପଡିବାରୁ ଯୁବତୀଙ୍କୁ ସାମାନ୍ୟ ଆଘାତ ଲାଗିଥିବା ଜଣାପଡିଛି । ବାହୁ ଏବଂ ଗୋଡରେ ଆଘାତ ଲାଗିଛି । ଏହାପରେ ଯୁବତୀଜଣକ ଜଣେ ବ୍ୟକ୍ତିଙ୍କର ମୋବାଇଲ ଫୋନ ମାଗି ନିଜ ସାଙ୍ଗକୁ ଫୋନ ଯୋଗେ ସମ୍ପୂର୍ଣ୍ଣ ଘଟଣା ଜଣାଇଥିଲେ । ଏହା ପରେ ସେ ପୋଲିସରେ ଖବର ଦେଇଥିଲେ । ଏହାପରେ ସିସିଟିଭି ଫୁଟେଜକୁ ଆଧାର କରି ରାପିଡୋ ଡ୍ରାଇଭରକୁ ବାନ୍ଧିଛି ପୋଲିସ ।

ତେବେ ସୂଚନା ମିଳିଛି ଯେ, ଅଭିଯୁକ୍ତ ଦୀପକର ଘର ଆନ୍ଧ୍ରରେ ହୋଇଥିବା ବେଳେ ସେ ଟିଣ୍ଡୁଲରେ ରହୁଥିଲେ । ତେବେ ନିଶାସକ୍ତ ଅବସ୍ଥାରେ ସେ ଗାଡି ଚଲାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ନେଇ ପୋଲିସ ତରଫରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 27, 2023, 10:33 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.