ETV Bharat / bharat

ଟ୍ରେନ୍‌ରେ ଶିଶୁପୁତ୍ରକୁ ଜନ୍ମ ଦେଲେ ମହିଳା

author img

By

Published : Nov 29, 2022, 8:40 AM IST

ଟ୍ରେନରେ ଶିଶୁପୁତ୍ରକୁ ଜନ୍ମ ଦେଲେ ମହିଳା । ଜିଲ୍ଲାର ଆବୁରୋଡର ଆଗ୍ରା ଫୋର୍ଟ ଟ୍ରେନରେ ଏକ ଶିଶୁ ପୁତ୍ର ଜନ୍ମ ହୋଇଛି(Woman delivers baby Agra Fort train)। ଅଧିକ ପଢନ୍ତୁ

ଟ୍ରେନରେ ଶିଶୁପୁତ୍ରକୁ ଜନ୍ମ ଦେଲେ ମହିଳା
ଟ୍ରେନରେ ଶିଶୁପୁତ୍ରକୁ ଜନ୍ମ ଦେଲେ ମହିଳା

ଜୟପୁର: ଟ୍ରେନ୍‌ରେ ଶିଶୁପୁତ୍ରକୁ ଜନ୍ମ ଦେଲେ ମହିଳା । ଜିଲ୍ଲାର ଆବୁରୋଡର ଆଗ୍ରା ଫୋର୍ଟ ଟ୍ରେନରେ ଏକ ଶିଶୁ ପୁତ୍ର ଜନ୍ମ ହୋଇଛି(Woman delivers baby in Agra Fort train)। ସୂଚନା ଅନୁଯାୟୀ, ମହିଳା ଜଣଙ୍କ ତାଙ୍କ ଦିଅରଙ୍କ ବିବାହରେ ଯୋଗ ଦେବାକୁ ପରିବାର ସହିତ ଅହମ୍ମଦାବାଦରୁ ଭରତପୁର ଆଗ୍ରା ଫୋର୍ଟ ଟ୍ରେନରେ ଯାଉଥିଲେ ।

କିନ୍ତୁ ମହିଳା ଜଣକ ଗର୍ଭବତୀ ଥିବାରୁ ଆବୁରୋଡ ପୂର୍ବରୁ ହିଁ ତାଙ୍କର ପ୍ରସବ ପୀଡା ଆରମ୍ଭ ହୋଇଥିଲା । ଏନେଇ ଟିଟିଇ ଘଟଣା ସ୍ଥଳରେ ପହଞ୍ଚି ଆରପିଏଫଙ୍କୁ ଘଟଣା ବିଷୟରେ ଖବର ଦେଇଥିଲେ । ଏନେଇ ଆରପିଏଫଙ୍କ ସୂଚନା କ୍ରମେ ରେଳ ହସ୍ପିଟାଲର ଡାକ୍ତର ଅମୃତା ଚରଣ ଆବୁ ରୋଡ ରେଳ ଷ୍ଟେସନର ଏକ ପ୍ଲାଟଫର୍ମରେ ପହଞ୍ଚି ଟ୍ରେନର ପହଞ୍ଚିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ଟ୍ରେନ୍ ପ୍ଲାଟଫର୍ମରେ ପହଞ୍ଚିବା ମାତ୍ରେ ଡାକ୍ତରଙ୍କ ଟିମ୍ ଟ୍ରେନରେ ଯାଇ ଅନ୍ୟ ମହିଳାଙ୍କ ସହାୟତାରେ ନିରାପଦରେ ଡେଲିଭରୀ କରିଥିଲେ ।

ଏନେଇ ମହିଳା ଗଲଫଶା ବାନୋ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଅନ୍ୟପଟେ ଶିଶୁପୁତ୍ର ଜନ୍ମ ପରେ ପରିବାରରେ ଖୁସି ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.