ETV Bharat / bharat

WB: ସ୍ବାଧୀନତା ଦିବସରେ ମହିଳାଙ୍କୁ ଅପହରଣ ଗଣଦୁଷ୍କର୍ମ, ଜଣେ ଗିରଫ - ପଶ୍ଚିମବଙ୍ଗ ଖବର

ସ୍ବାଧୀନତା ଦିବସରେ ମହିଳାଙ୍କୁ ଅପହରଣ କରି ଗଣଦୁଷ୍କର୍ମ । ଅଭିଯୋଗ ହେବା ପରେ ଜଣେ ଅଭିଯୁକ୍ତ ଗିରଫ । ଅନ୍ୟ ଫେରାର ଅଭିଯୁକ୍ତକୁ ଖୋଜୁଛି ପୋଲିସ । ଅଧିକ ପଢନ୍ତୁ

WB: ମହିଳାଙ୍କୁ ଗଣଦୁଷ୍କକର୍ମ, ଜଣେ ଗିରଫ
WB: ମହିଳାଙ୍କୁ ଗଣଦୁଷ୍କକର୍ମ, ଜଣେ ଗିରଫ
author img

By ETV Bharat Odisha Team

Published : Aug 30, 2023, 10:42 PM IST

କୋଲକାତା: ପଶ୍ଚିମବଙ୍ଗର ନକ୍ସଲବାଡ଼ି ପରେ ଉତ୍ତର ବଙ୍ଗଳାର ବାଗଡୋଗ୍ରାରେ ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ ଖବର ସାମ୍ନାକୁ ଆସିଛି । 15 ଅଗଷ୍ଟରେ ମହିଳାଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିନେଇ ଏକ ପରିତ୍ୟକ୍ତ ଘରେ ରଖି ଏକାଧିକ ଦିନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡ଼ିତାଜଣଙ୍କ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ଦୁଷ୍କର୍ମ ଘଟଣା ଯୋଗୁଁ ସହରର ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୋଲିସ ପ୍ରଶାସନର ଭୂମିକା ନେଇ ମଧ୍ୟ ସାମାଲୋଚନା ହେଉଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ଜଣେ ମାତ୍ର ଅଭିଯୁକ୍ତ ଗିରଫ ହୋଇଛି ।

ସୂଚନା ଅନୁସାରେ, ଏହି ଘଟଣାଟି ଅଗଷ୍ଟ 15 ତାରିଖ ସ୍ୱାଧୀନତା ଦିବସରେ ଘଟିଥିବା ଜଣାପଡ଼ିଛି । ଅଭିଯୋଗ ହୋଇଛି ଯେ, ଏହି ମହିଳାଜଣକ ସ୍ବାଧୀନତା ଦିବସ ଅପରାହ୍ନରେ ଜଣେ ବନ୍ଧୁଙ୍କୁ ଦେଖା କରିବାକୁ ଯାଉଥିଲେ । ଏହି ସମୟରେ ପ୍ରାୟ 6 ଜଣ ଦୁର୍ବୃତ୍ତ ତାଙ୍କୁ ନିଶାଦ୍ରବ୍ୟ ଦେଇ ଉଠାଇ ନେଇଥିଲେ । ତାଙ୍କୁ ଏକ ବନ୍ଦ କୋଠରୀରେ ରଖାଯାଇଥିଲା । ଚେତା ଆସିବା ପରେ ସେ କେଉଁଠାରେ ଅଛନ୍ତି ଜାଣିପାରି ନଥିଲେ । ତାଙ୍କୁ ଦୁଇ ଦିନ ପର୍ଯ୍ୟନ୍ତ ବନ୍ଦ ରଖି ଗଣଦୁଷ୍କର୍ମ କରିଥିଲେ ଏହି ଦୁର୍ବୃତ୍ତମାନେ । ପରେ ସେମାନେ ଘଟଣା ସମ୍ପର୍କରେ ମୁଁହ ଖୋଲିଲେ କିମ୍ବା ପୋଲିସରେ ଅଭିଯୋଗ କଲେ ତାଙ୍କୁ ହତ୍ୟା କରିବା ନେଇ ମଧ୍ୟ ଧମକ ଦେଇଥିଲେ । କୌଣସି ପ୍ରକାର ମହିଳାଜଣଙ୍କ ଦୁର୍ବୃତ୍ତଙ୍କ ନିକଟରୁ ଖସି ଆସିବାରେ ସଫଳ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ :-ବିବାହ ପ୍ରସ୍ତାବରେ ରାଜି ନହେବାରୁ ନାବାଳିକାଙ୍କୁ ଗୁଳି କରି ହତ୍ୟା

ହତ୍ୟା ଧମକରେ ଭୟଭୀତ ହୋଇ ସେ ଅଭିଯୋଗ କରିନଥିଲେ । ହେଲେ ସେ ଏବେ ପୋଲିସରେ ୬ ଜଣଙ୍କ ବିରୋଧରେ ଏତଲା ଦେଇଛନ୍ତି । ଏହି ଅଭିଯୁକ୍ତମାନେ ସ୍ଥାନୀୟ ଏକ ଚା’ ଗାର୍ଡେନରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ମଧ୍ୟ ସୂଚନା ମିଳିଛି । ଅଭିଯୋଗ ହେବା ପରେ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରି ଜେରା କରୁଛି । ଅନ୍ୟମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇ ଖୁବଶୀଘ୍ର ଗିରଫ କରାଯିବା ନେଇ ପୋଲିସ ସୂଚନା ଦେଇଛି । ହେଲେ ଏହି ଘଟଣା ପରେ ଏବେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସ୍ବାଧୀନତା ଦିବସରେ ଜଣେ ମହିଳାଙ୍କୁ ଉଠାଇ ନେଇ ବନ୍ଦ କରି ରଖିବା ଓ ଦୀର୍ଘ ଦୁଇ ଦିନ ପର୍ଯ୍ୟନ୍ତ 6 ଜଣ ଅଭିଯୁକ୍ତ ଗଣଦୁଷ୍କର୍ମ କରିବା ସ୍ଥାନୀୟ ଅଞ୍ଚଳରେ ପୋଲିସ ବ୍ୟବସ୍ଥା ନେଇ ମଧ୍ଯ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

​ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.