ETV Bharat / bharat

ନିୟମକୁ ନାହିଁ ଖାତିର: ଦ୍ବିତୀୟ ବିବାହ ପରେ ଫୋନରେ ତିନି ତଲାକ ଦେଲା ସ୍ବାମୀ

author img

By

Published : Mar 16, 2023, 9:06 PM IST

ପାଟନାରେ ତିନି ତଲାକ ଅଭିଯୋଗ । ଦ୍ବିତୀୟ ବିବାହ କରିବା ପରେ ସ୍ବାମୀ ଫୋନରେ 3 ତଲାକ ଉଚ୍ଚାରଣ କରି ଛାଡପତ୍ର ଦେଇଥିବା ନେଇ ଥାନାରେ ଦ୍ବାରସ୍ଥ ହେଲେ ମହିଳା । ଅଧିକ ପଢନ୍ତୁ

ମିୟନକୁ ନାହିଁ ଖାତିର: ଦ୍ବିତୀୟ ବିବାହ ପରେ ଫୋନରେ ତିନି ତଲାକ ଦେଲା ସ୍ବାମୀ !

ପାଟନା: ବିହାର ରାଜଧାନୀ ପାଟଣାର ଫୁଲୱାରିଶରିଫରେ ତିନି ତଲାକ ମାମଲା ସାମ୍ନାକୁ ଆସିଛି । ଦୀର୍ଘ 24 ବର୍ଷ ପରେ ସ୍ୱାମୀ ଫୋନ କଲରେ ଟ୍ରିପଲ ତାଲାକ ଦେଇଥିବା ଅଭିଯୋଗ କରି ଜଣେ ମହିଳା ସ୍ଥାନୀୟ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଦୀର୍ଘ ବର୍ଷ ହେବ ସେ ସ୍ବାମୀଙ୍କର ନିର୍ଯ୍ୟାତନାର ଶିକାର ହୋଇଆସୁଥିଲେ । ଏବେ ସ୍ବାମୀ ଦ୍ବିତୀୟ ବିବାହ କରିବା ସହ ତାଙ୍କୁ ଫୋନ କଲେରେ ଛାଡପତ୍ର ଦେଇଥିବା ନେଇ ମହିଳାଜଣଙ୍କ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।

ମହିଳାଜଣଙ୍କ ଏତଲାରେ ଦର୍ଶାଇଛନ୍ତି, ତାଙ୍କ ସ୍ବାମୀ ତାଙ୍କୁ ନିୟମିତ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ବାରମ୍ବାର ଛାଡପତ୍ର ଦେବା ନେଇ ଧମକ ମଧ୍ୟ ଦେଉଥିଲେ । ଆଜି ସେ ଘରଠାରୁ ବାହାରେ ଥିବା ବେଳେ ଫୋନରେ କଥା ହୋଇ ତିନି ତଲାକ ଦେଇଥିଲେ । ସ୍ବାମୀ ତାଙ୍କ ଅଜାଣତାର ଅନ୍ୟ ଜଣେ ମହିଳାଙ୍କୁ ବିହାହ କରିଥିବା ମହିଳାଜଣଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ମହିଳାଙ୍କ ଅଭିଯୋଗ ପରେ ପୋଲିସ ଏବେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିବା ପାଇଁ ପ୍ରୟାସ କରୁଛି ।

ଦମ୍ପତିଙ୍କ ବିବାହକୁ ଦୀର୍ଘ 24 ବର୍ଷ ବିତିଲାଣି । ଉଭୟଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ ମଧ୍ୟ ରହିଛି । ହେଲେ ଗତ କିଛି ବର୍ଷ ହେବ ଉଭୟଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା । ପରେ ସ୍ବାମୀ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ନିୟମିତ ଝଗଡା ଓ ମାଡ ମାରୁଥିଲେ ସ୍ବାମୀ । ପରେ ସ୍ବାମୀ ଅନ୍ୟତ୍ର ଜଣେ ମହିଳାଙ୍କୁ ବିବାହ କରିଥିବା ଜାଣିବାକୁ ପାଇଥିଲେ । ଏହାକୁ ନେଇ ମହିଳାଜଣଙ୍କ ବିରୋଧ କରିବାରୁ ସ୍ବାମୀ ତାଙ୍କୁ ଛାଡପତ୍ର ଦେବାକୁ ଧମକ ଦେଇଥିଲେ । ଆଜି ସେ ଫୋନରେ ତିନି ଥର ତଲାକ ଉଚ୍ଚାରଣ କରି ଛାଡପତ୍ର ଦେଉଥିବା କହିଥିଲେ । ଏହା ପରେ ଏହାକୁ ନେଇ ପତ୍ନୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।

ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟରେ ପୂର୍ବରୁ ପ୍ରଚଳିତ ଥିବା ତିନି ତଲାକ ପ୍ରଥାକୁ ରଦ୍ଦ କରାଯାଇଛି । ଦମ୍ପତ୍ୟ ଜୀବନରେ କଳହ ଦେଖାଗଲେ, ସେମାନେ ଯଦି ଛାଡପତ୍ର ପାଇଁ ଚିନ୍ତା କରନ୍ତି, ସେମାନେ ଆଇନଗତ ପ୍ରକ୍ରିୟା ଅନୁସାରେ ଛାଡପତ୍ର ଗ୍ରହଣ କରିପାରିବେ । ହେଲେ ପୂର୍ବ ପ୍ରଚଳିତ ପ୍ରଥା ଅନୁସାରେ ମୌଖିକ ଭାବେ ତିନି ତଲାକ ଉଚ୍ଚାରଣ କରି ଛାଡପତ୍ର ଦେବା ଆଇନତଃ ବେଆଇନ ଓ ଭାରତୀୟ ଦଣ୍ଡବିଧି ଆଇନ ଅନୁସାରେ ଦଣ୍ଡନୀୟ ମଧ୍ୟ । ଏପରି ସ୍ଥଳେ ଆଇନ ଥିବା ସତ୍ତ୍ବେ ମଧ୍ୟ କିଛି ସ୍ଥାନରେ 3ତଲାକ ପରି ଘଟଣା ଦେଖିବାକୁ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.