ETV Bharat / bharat

ଦାଉ ସାଧିଲା ଟ୍ରାଫିକ ଜାମ, ଆମ୍ବୁଲାନ୍ସରେ ପ୍ରସବ କଲେ ମହିଳା

author img

By

Published : Sep 25, 2022, 1:28 PM IST

ପଥର ଖସି ରାସ୍ତାଜାମ ଯୋଗୁଁ ହସ୍ପିଟାଲରେ ପହଞ୍ଚିପାରିଲା ନାହିଁ ଆମ୍ବୁଲାନ୍ସ । ଶେଷରେ ଡାକ୍ତର ଖାନାରେ ପହଞ୍ଚି ନପାରି ଆମ୍ବୁଲାନ୍ସରେ ଶିଶୁ ପୁତ୍ରକୁ ଦେଲେ ଜନ୍ମ । ଅଧିକ ପଢନ୍ତୁ

ଦାଉ ସାଧିଲା ଟ୍ରାଫିକ ଜାମ, ଆମ୍ବୁଲାନ୍ସରେ ପ୍ରସବ କଲେ ମହିଳା
ଦାଉ ସାଧିଲା ଟ୍ରାଫିକ ଜାମ, ଆମ୍ବୁଲାନ୍ସରେ ପ୍ରସବ କଲେ ମହିଳା

ଶ୍ରୀନଗର: ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ । ପ୍ରସବ ଯନ୍ତ୍ରଣା ସହିନପାରି ଆମ୍ବୁଲାନ୍ସରେ ପ୍ରସବ କଲେ ମହିଳା । ଏମିତି ଏକ ଘଟଣା ଘଟିଛି ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ । ପାହାଡରୁ ପଥର ଖସି ଆସିବା ଯୋଗୁଁ ରାମବନ ଜିଲ୍ଲା ଅନ୍ତର୍ଗତ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାନବାହନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଫଳରେ ଶନିବାର ଦିନ ଜଣେ ୨୨ ବର୍ଷୀୟ ମହିଳା ଆମ୍ବୁଲାନ୍‌ସ୍‌ ଭିତରେ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି(Woman delivers baby in ambulance)

ସୂଚନାନୁସାରେ, ଗୋଲରର ଧରାମ-ସାଙ୍ଗଲଡାନର ବାସିନ୍ଦା ଶାହିନା ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସ ଯୋଗେ ରାମବନ ହସ୍ପିଟାଲକୁ ଯାଉଥିଲେ । ହେଲେ ଅଧା ରାସ୍ତାରେ ପାହାଡ଼ରୁ ପଥର ଖସୁଥିବାରୁ ସାଂଘାତିକ ଟ୍ରାଫିକ ଜାମ ହୋଇଥିଲା । ଏଥିଯୋଗୁ ଆମ୍ବୁଲାନ୍ସଟି ଆଗକୁ ଯାଇ ପାରି ନଥିଲା । ଫଳରେ ଆମ୍ବୁଲାନ୍ସ ସପୋର୍ଟ କର୍ମଚାରୀଙ୍କ ସହାୟତାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ଶାହିନା ।ପାହାଡରୁ ପଥର ଖସୁଥିବାରୁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା । ତେବେ ଏଥିରେ କାହାର କୌଣସି କ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ ।

ଏନେଇ ଶାହିନାଙ୍କ ବାପା କହିଛନ୍ତି ଯେ," ଯେତେବେଳେ ଆମେ ରାମବାନ୍ ଠାରୁ 35 କିଲୋମିଟର ଦୂରରେ ଥିବା ଗୋଲରୁ କରୋଲରେ ପହଞ୍ଚିଲୁ ସେଠାରେ ପ୍ରବଳ ଟ୍ରାଫିକ ଜାମ ହୋଇଥିଲା । କିନ୍ତୁ ସେନା କର୍ମଚାରୀମାନେ ଆମ୍ବୁଲାନ୍ସ ପାଇଁ ଏକ ରାସ୍ତା ଫାଙ୍କା ରଖିଥିଲେ । ସେଠାରେ ବଡ଼ବଡ଼ ପଥର ଖଣ୍ଡ ଖସୁଥିବାରୁ କେହି ବି ଆଗକୁ ଯାଇ ପାରୁ ନଥିଲେ। ୨ ଘଣ୍ଟାରୁ ଅଧିକ ସମୟ ଧରି ଆମେ ଟ୍ରାଫିକ୍‌ ଜାମ୍‌ରେ ପଡ଼ିଯାଇଥିଲୁ । ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତୀ ଘଟିବାରୁ ଆମେ ପ୍ରସବ କରାଇବା ପାଇଁ ନିଷ୍ପତ୍ତି ଗ୍ରହଣ କଲୁ। ଆମ୍ବୁଲାନ୍ସ ଭିତରେ ଝିଅ ପୁତ୍ର ସନ୍ତାନକୁ ଜନ୍ମ ଦେଇଛି । ପ୍ରସବ ପରେ ମହମ୍ମଦ ୟୁସୁଫ ମେଡିକାଲ କର୍ମଚାରୀଳ, ଆର୍ମି, ପୋଲିସ ଓ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କୁ ସମର୍ଥନ କରିବା ପାଇଁ ଧନ୍ୟବାଦ ଜଣାଉଛି ।"

ପଥର ଖସିବା ଯୋଗୁଁ କ୍ଷୟକ୍ଷତିର ଆକଳନ କରାଯାଇନଥିଲେ ହେଁ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.