ଲକ୍ଷ୍ନୌ: ଉତ୍ତରପ୍ରଦେଶ ମିରଟ ଜିଲ୍ଲାର ସରଧାନା ଥାନା ଅଞ୍ଚଳରେ ଘଟିଛି ଦୁଃଖଦ ଘଟଣା । ବିବାହ ଉତ୍ସବର ମାହୋଲ ଶୋକରେ ପରିଣତ ହୋଇଛି । ବିବାହର ମାତ୍ର ୨ ଦିନ ପୂର୍ବରୁ ଯୁବତୀଙ୍କ ମୃତ୍ୟୁ ଘଟିଛି । ଯୁବତୀ ଜଣକ ବୃତ୍ତିରେ ଜଣେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ । ଯୁବତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।
ରବିବାର ଯୁବତୀଙ୍କ ହଳଦୀ କାର୍ଯ୍ୟକ୍ରମ ଥିଲା । ହଲଦି ବ୍ୟାନର ସମାରୋହ ପରେ ଯୁବତୀ ଗାଧୋଇବାକୁ ବାଥରୁମକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରକୁ ଆସିନଥିଲେ । ଏହାପରେ ସମ୍ପର୍କୀୟମାନେ ତାଙ୍କୁ ଡାକିଥିଲେ। କିନ୍ତୁ ଭିତରୁ କୌଣସି ଉତ୍ତର ମିଳିନଥିଲା । ସମ୍ପର୍କୀୟମାନେ କବାଟ ଭାଙ୍ଗି ଦେଖିଲେ ଯେ ଯୁବତୀ ଜଣକ ବାଥରୁମରେ ଅଚେତ ଅବସ୍ଥାରେ ପଡ଼ିଛନ୍ତି । ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଯୁବତୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହିଛି ।
ଏହା ବି ପଢନ୍ତୁ- ବିବାଦୀୟ ଆଇନଜୀବୀ ଏଲସିଭି ଗୌରୀଙ୍କୁ ବିଚାରପତି ନିଯୁକ୍ତି ମାମଲା: କାଲି ସୁପ୍ରିମକୋର୍ଟରେ ଶୁଣାଣି
ମୃତ ଯୁବତୀଙ୍କ ନାମ ହେଉଛି ଗୀତା ତାଲିୟାନ । ଯିଏକି ୟୁପି ପୋଲିସରେ କନେଷ୍ଟବଳ ଭାବରେ କାର୍ଯ୍ୟ କରୁଥିଲେ । ସେ ମୁଜ୍ଜଫରନଗରରେ ରହୁଥିଲେ । ସେ ଅହମ୍ମଦାବାଦର ପ୍ରକୃତ ନିବାସୀ ଥିଲେ । ପୋଲିସର ପଚରାଉଚରା ବେଳେ ପରିବାର ଲୋକ କହିଥିଲେ ଯେ ୭ ତାରିଖରେ ବୁଲନ୍ଦସହରର ସୁମିତ ତେୱାତିଆଙ୍କୁ ବିବାହ କରିଥାନ୍ତେ । ବିବାହର ସମସ୍ତ ଶୁଭ କାର୍ଯ୍ୟକ୍ରମ ଘରେ ଆରମ୍ଭ ହୋଇଥିଲା । ରବିବାର ଗୀତାଙ୍କ ହଳଦୀ କାର୍ଯ୍ୟକ୍ରମ ଥିଲା । ହଳଦୀ ପରେ ଗୀତା ବାଥରୁମରେ ଗାଧୋଇବାକୁ ଯାଇଥିଲେ। ପ୍ରାୟ ୪୫ ମିନିଟ୍ ପରେ ମଧ୍ୟ ସେ ବାହାରକୁ ଆସିନଥିଲେ। ଏହାପରେ ସମ୍ପର୍କୀୟମାନେ ତାଙ୍କୁ ଡାକିଥିଲେ, କିନ୍ତୁ ଭିତରୁ କୌଣସି ପ୍ରତିକ୍ରିୟା ମିଳିନଥିଲା ।
ଏହାପରେ ପରିବାର ଲୋକେ ବାଥରୁମ କବାଟ ଭାଙ୍ଗିଥିଲେ ଏବଂ ଭିତରକୁ ଦେଖିବା ପରେ ଗୀତା ଚେତାଶୂନ୍ୟ ହୋଇ ପଡ଼ିଥିଲେ । ପରିବାର ଲୋକେ ତାଙ୍କ ମୁହେଁ ଉପରେ ପାଣି ସିଞ୍ଚନ କରିଥିବା ବେଳେ ତାଙ୍କ ଶରୀରରେ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା । ଏହା ପରେ ସମ୍ପର୍କୀୟମାନେ ଡାକ୍ତରଙ୍କ ନିକଟକୁ ନେବା ପରେ ଡାକ୍ତରଙ୍କ ତାଙ୍କୁ ମୃତ ଘୋଷଣା କରିଥିଲେ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି ।