ETV Bharat / bharat

ଅପ୍ରାକୃତିକ ଯୌନଶୋଷଣ; ଅଭିଯୁକ୍ତ ମହିଳାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଆଗୁଆ ଜାମିନ

ଅପ୍ରାକୃତିକ ଯୌନ ଶୋଷଣ ମାମଲା । ଜଣେ ଅଭିଯୁକ୍ତ ମହିଳାଙ୍କୁ ଆଗୁଆ ଜାମିନ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଅଧିକ ପଢନ୍ତୁ...

author img

By

Published : Aug 3, 2021, 5:03 PM IST

ଅପ୍ରାକୃତିକ ଯୌନ ଶୋଷଣ; ଅଭିଯୁକ୍ତ ମହିଳାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଆଗୁଆ ଜାମିନ

ନୂଆଦିଲ୍ଲୀ: ଅପ୍ରାକୃତିକ ଯୌନ ଶୋଷଣ ମାମଲାରେ ଜଣେ ଅଭିଯୁକ୍ତ ମହିଳାଙ୍କୁ ଆଗୁଆ ଜାମିନ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ମହିଳା ଜଣକ ଚାକିରୀ କରୁଛନ୍ତି । ତାଙ୍କ ପାଖରୁ ଆପତ୍ତିଜନକ ପ୍ରମାଣ ମିଳିନାହିଁ । ତେଣୁ ହେପାଜତକୁ ନେଇ ଜେରା କରିବାର କୌଣସି ଆବଶ୍ୟକତା ନଥିବା ଦର୍ଶାଇ ମହିଳାଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ ।

୫୦ ହଜାର ଟଙ୍କା ମୁଚଲିକାରେ ଅଭିଯୁକ୍ତ ମହିଳାଙ୍କୁ ଜାମିନ ଆଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ମହିଳାଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା(IPC) 377 ଓ ପୋକ୍ସୋ( POCSO ) ଆକ୍ଟ ୬ ଆଧାରରେ ଅଭିଯୁକ୍ତ ଦର୍ଶାଯାଇଛି । ଏହି ମାମଲାରେ ଆଉ ଜଣେ ମହିଳା କୋର୍ଟରେ ଯାଚିକା ଦାଖଲ କରିଥିଲେ ।

ଆବେଦନକାରୀଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ତାଙ୍କ ନାବାଳକକୁ ଅନେକ ଥର ଯୌନ ଶୋଷଣ କରିଛି । ମହିଳା ଜଣକ କହିଛନ୍ତି, ତାଙ୍କ ପୂର୍ବତନ ସ୍ବାମୀ ସହିତ ଅଭିଯୁକ୍ତ ମହିଳାର ସମ୍ପର୍କ ରହିଛି । ଏଥିପାଇଁ ଅଭିଯୁକ୍ତ ମହିଳା କେବେ କେବେ ଘରକୁ ଆସନ୍ତି । ଏହି ମାମଲାରେ ଆବେଦନକାରୀଙ୍କ ସ୍ବାମୀଙ୍କୁ ଅଭିଯୁକ୍ତର ସହଯୋଗୀ ଦର୍ଶାଯାଇଥିଲା । ହେଲେ ତାଙ୍କୁ ମଧ୍ୟ ପୂର୍ବରୁ ଆଗୁଆ ଜାମିନ ପ୍ରଦାନ କରାଯାଇଛି ।

ମାମଲାରେ ନାବାଳକର ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇଛି । ଶିଶୁ ନିଜ ବୟାନରେ ଅଭିଯୋଗକାରୀ ମହିଳାଙ୍କ ଅଭିଯୋଗକୁ ସ୍ପଷ୍ଟ କରିଛି । ଅଭିଯୋଗ ଅନୁଯାୟୀ, ଶିଶୁକୁ ଯେବେ ୩ ବର୍ଷ ହୋଇଥିଲା, ସେବେଠାରୁ ଅଭିଯୁକ୍ତ ମହିଳା ଜଣକ ତାକୁ ଯୌନ ଶୋଷଣ କରିଆସୁଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.