ETV Bharat / bharat

Woman Paraded Naked Case: ମହିଳାଙ୍କୁ ଉଲଗ୍ନ କରି ବୁଲାଇଲେ ଶାଶୁଘର ଲୋକେ, 3 ଗିରଫ

author img

By ETV Bharat Odisha Team

Published : Sep 2, 2023, 9:23 AM IST

ରାଜସ୍ଥାନରେ ଲଜ୍ଜା । ମହିଳାଙ୍କୁ ନିବସ୍ତ୍ର କରି ବୁଲାଇଲେ ସ୍ବାମୀ ଓ ଶାଶୁଘର ଲୋକେ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଅଧିକ ପଢନ୍ତୁ

ମହିଳାଙ୍କୁ ଉଲଗ୍ନ କରି ବୁଲାଇଲେ ଶାଶୁଘର ଲୋକେ
ମହିଳାଙ୍କୁ ଉଲଗ୍ନ କରି ବୁଲାଇଲେ ଶାଶୁଘର ଲୋକେ

ଜୟପୁର(ରାଜସ୍ଥାନ): ଅମାନୁଷିକ, ନିଷ୍ଠୁର, ବର୍ବର... ସ୍ବାମୀ ସାଜିଲା ସୈତାନ । ସ୍ତ୍ରୀକୁ ମାଡ଼ ମାରିବା ପରେ ଉଲଗ୍ନ କରି ବୁଲାଇଲା ସ୍ବାମୀ । ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ମଣିପୁର ଲଜ୍ଜାର ଏଭଳି ପୁନରାବୃତ୍ତି ସାମ୍ନାକୁ ଆସିଛି । ମହିଳାଙ୍କୁ ଉଲଗ୍ନ କରି ବୁଲାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହା ସୂଚନା ମିଳିଛି, ବାପଘର ଓ ଶାଶୁଘର ଲୋକଙ୍କ ମଧ୍ୟରେ ବିବାଦକୁ କେନ୍ଦ୍ରକରି ମହିଳାଙ୍କ ସହ ଏଭଳି ପାଶବିକ ଆଚରଣ କରାଯାଇଛି । ସ୍ବାମୀ ଓ ଶାଶୁଘର ଲୋକେ ମିଶି ପୀଡିତାଙ୍କୁ ସର୍ବସାଧାରଣରେ ମାଡ ମାରିବା ସହ ନିବସ୍ତ୍ର କରି ବୁଲାଇଛନ୍ତି । ଏହି ଭିଡିଓ ଭାଇରାଲ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ବିଟ୍ କରି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ।

ଘଟଣାଟି ଗତ ସୋମବାର ଦିନ ପ୍ରତାପଗଡ ଜିଲ୍ଲା ଧରିୟାବାଦ ଥାନା ଅନ୍ତର୍ଗତ ପହାଡା ଅଞ୍ଚଳରେ ଘଟିଛି । ଉଭୟ ପୀଡିତା ଓ ଅଭିଯୁକ୍ତ ଆଦିବାସୀ ସମାଜର ଅଟନ୍ତି । ସୂଚନା ଅନୁଯାୟୀ, ଗତବର୍ଷ ମହିଳାଙ୍କର ବିବାହ ହୋଇଥିଲା । କୌଣସି କଥାକୁ ନେଇ ତାଙ୍କର ବାପଘର ଓ ଶାଶୁଘର ଲୋକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହାକୁ କେନ୍ଦ୍ରକରି ସୋମବାର ଦିନ ସ୍ବାମୀଙ୍କ ସହ ଶାଶୁଘର ଲୋକେ ମହିଳାଙ୍କୁ ଖୁବ୍ ମାଡ ମାରିଥିଲେ ଏବଂ ନିବସ୍ତ୍ର କରି ବୁଲାଇଥିଲେ । ଏହାର ଭିଡିଓ ଭାଇରାଲ ହେବା ପରେ ଏ ସମ୍ପର୍କରେ ଜଣାପଡିଥିଲା । ଘଟଣାରେ ପୋଲିସ ଆଜି ୩ ଜଣଙ୍କୁ ଗିରଫ କରିଛି ।

ସୂଚନା ପାଇବା ମାତ୍ରେ ପ୍ରତାପଗଡ ଏସପି, ଡେପୁଟି ଏସପି ଓ ସ୍ଥାନୀୟ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଏସପି ଅମିତ କୁମାର କହିଛନ୍ତି ଯେ, ମାମଲାରେ ଏଫଆଇଆର ରୁଜୁ ହୋଇଛି । ଏହି ପାଶବିକ କାଣ୍ଡରେ ସମ୍ପୃକ୍ତ ସମସ୍ତ ୮ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କୁ ଗିରଫ କରିବାକୁ ପୋଲିସ ଖୋଜାଖୋଜି ଚଳାଇଛି ।

ଏହାମଧ୍ୟ ପଢନ୍ତୁ: Manipur Violence: ଯୁବତୀଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ପୂର୍ବରୁ...

  • प्रतापगढ़ जिले में पीहर और ससुराल पक्ष के आपसी पारिवारिक विवाद में ससुराल पक्ष के लोगों द्वारा एक महिला को निर्वस्त्र करने का एक वीडियो सामने आया है।

    पुलिस महानिदेशक को एडीजी क्राइम को मौके पर भेजने एवं इस मामले में कड़ी से कड़ी कार्रवाई के निर्देश दिए हैं।

    सभ्य समाज में इस…

    — Ashok Gehlot (@ashokgehlot51) September 1, 2023 " class="align-text-top noRightClick twitterSection" data=" ">

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି, ''ପ୍ରତାପଗଡ ଜିଲ୍ଲାରୁ ମହିଳାଙ୍କୁ ନିବସ୍ତ୍ର କରିବାର ଭିଡିଓ ସାମ୍ନାକୁ ଆସିଛି । ସଭ୍ୟ ସମାଜରେ ଏଭଳି ଅପରାଧିମାନଙ୍କ କୌଣସି ସ୍ଥାନ ନାହିଁ । ଏହି ଘଟଣାରେ ସାମିଲ ଥିବା ଅପରାଧିଙ୍କୁ ଯଥାଶୀଘ୍ର ଗିରଫ କରାଯିବ ଏବଂ ଫାଷ୍ଟଟ୍ରାକ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡ ଦିଆଯିବ ।'' ରାଜ୍ୟ ସରକାର ପ୍ରତାପଗଡ ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ନେଇଛନ୍ତି । ପୀଡିତାଙ୍କ ଶାଶୁଘର ଲୋକେ ହିଁ ଏଭଳି ଘୃଣ୍ୟ କାର୍ଯ୍ୟ ଘଟାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସବୁ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ସମସ୍ତଙ୍କୁ ଗିରଫ କରାଯିବ ବୋଲି ରାଜସ୍ଥାନ ଡିଜିପି ଉମେଶ ମିଶ୍ର କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.