ଲକ୍ଷ୍ନୌ: କଥାରେ ଅଛି ରଖେ ହରି ତ ମାରେ କିଏ । ଟ୍ରେନ ଆଗକୁ ନିଜ ଛୁଆଙ୍କ ସହ ଡେଇଁ ମଧ୍ୟ ବଞ୍ଚିଗଲା ଜୀବନ । ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ମିର୍ଜାପୁରର ବିନ୍ଧ୍ୟାଚଲ ରେଳ ଷ୍ଟେସନରୁ(Vindhyachal Railway Station )। ଏହି ଘଟଣା ଶନିବାର ରାତିପ୍ରାୟ 1ଟା30 ମିନିଟର ହୋଇଥିବା ସୂଚନା ।
ସୂଚନାନୁସାରେ, ମିର୍ଜାପୁରର ବିନ୍ଦୁଚାଲ ରେଳ ଷ୍ଟେସନରେ ଶନିବାର ରାତି ପ୍ରାୟ 1ଟା 30 ମିନିଟରେ ଜଣେ ମହିଳା ଆତ୍ମହତ୍ୟା କରିବା ପାଇଁ ଛୁଆଙ୍କ ସହ ତ୍ରିବେଣୀ ଏକ୍ସପ୍ରେସ ଆଗକୁ ଡେଇଁପଡିଥିଲେ(Woman jumps in front of Triveni Express)। ତେବେ ଟ୍ରେନ ପାଇଲଟ ଏହା ଦେଖି ସଙ୍ଗେସଙ୍ଗେ ବ୍ରେକ ମାରିଥିଲେ । ହେଲେ 4ଟି ବଗି ଉଭୟଙ୍କ ଉପରେ ଚଢିଯାଇଥିଲେ ମଧ୍ୟ ସୌଭାଗ୍ୟ ବଶତଃ ଜୀବନ ବଞ୍ଚିଯାଥିଲା । GRP କର୍ମଚାରୀମାନେ ଘଟଣାସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରିଥିଲେ । ତେବେ ଉଭୟଙ୍କ ଉପରେ 4ଟି ବଗି ଚଢିଯାଇଥିବା ବେଳେ ସେମାନେ ଗୁରୁତର ଭାବେ ଆହତ ହୋଇଥିଲେ । ଆମ୍ବୁଲାନ୍ସର ସୁବିଧା ନଥିବାରୁ ସ୍ଥାନୀୟଲୋକେ ଉଭୟଙ୍କୁ ବିନ୍ଧ୍ୟଚାଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ଏହା ମଧ୍ୟ ପଢନ୍ତୁ: Russian Ukraine war: ଆମେରିକା ପ୍ରତିପକ୍ଷଙ୍କ ସହ କଥା ହେଲେ ଋଷ ପ୍ରତିରକ୍ଷା ମନ୍ତ୍ରୀ
ଏନେଇ GRP ଦାୟିତ୍ୱରେ ଥିବା ରାଜେନ୍ଦ୍ର ପ୍ରସାଦ ଯାଦବ କହିଛନ୍ତି ଯେ," ମହିଳା ଜଣକ ଗମ୍ଭୀରପୁର ଆଜମଗଡ ପୋଲିସ ଷ୍ଟେସନ କ୍ଷେତ୍ରର ବିଡିପୁର ଗାଁର ସୀମା ସିଂ ପଟେଲ ବୋଲି ଜଣାପଡିଛି । ମହିଳାଜଣକ ତାଙ୍କ ପିଲାଙ୍କ ସହ ଗୁରୁବାର ବିଳମ୍ବିତ ରାତିରେ ଘରୁ ବାହାରି ଆସିଥିବା ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି । ଏନେଇ ପରିବାଲୋକେ ଗମ୍ଭୀରପୁର ଥନାରେ ଅଭିଯୋଗ ମଧ୍ୟ କହିଥିଲେ। "
ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ GRP ଦାୟିତ୍ୱରେ ଥିବା ରାଜେନ୍ଦ୍ର ପ୍ରସାଦ ଯାଦବ ଏବଂ ତାଙ୍କ ଦଳର ଉଦ୍ୟମକୁ ପ୍ରଶଂସା କରିଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ