ETV Bharat / bharat

ଶିକ୍ଷାଦାନର ନିଆରା ଇଚ୍ଛା: ଆସୁନାହାନ୍ତି ଛାତ୍ରଛାତ୍ରୀ, ଅବସରର ଦୁଇ ବର୍ଷ ପରେ ମଧ୍ୟ ସ୍କୁଲକୁ ଆସୁଛନ୍ତି ଶିକ୍ଷକ - ପଶ୍ଚିମବଙ୍ଗ ଖବର

ପଶ୍ଚିମବଙ୍ଗ ଆସାନଶୋଲରେ ନିଆରା ଶିକ୍ଷକଙ୍କୁ ନେଇ ଚର୍ଚ୍ଚା । ଅବସରର ଦୁଇ ବର୍ଷ ପରେ ମଧ୍ୟ ଆସୁଛନ୍ତି ସ୍କୁଲ । କିନ୍ତୁ ଆସୁନାହାନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଛାତ୍ରଛାତ୍ରୀ ନଥିବା ସ୍କୁଲ, କେବଳ ଆସୁଛନ୍ତି ଜଣେ ମାତ୍ର ଶିକ୍ଷକ

author img

By

Published : Mar 4, 2023, 9:55 PM IST

କୋଲକାତା: ଦୁଇ ବର୍ଷ ପୂର୍ବରୁ ସେ ଶିକ୍ଷକତାରୁ ଅବସର ନେଇଥିଲେ । ହେଲେ ଶିକ୍ଷାଦାନ ପ୍ରତି ଥିବା ଇଚ୍ଛାଶକ୍ତି କମ ହେଲାନି । ଫଳରେ ସେବା ନିବୃତ୍ତ ପରେ ମଧ୍ୟ ସେ ସ୍କୁଲ ଆସୁଛନ୍ତି । ସ୍ବାଭାବିକ ଭାବେ ଶ୍ରେଣୀଗୃହରେ ତାଙ୍କ ଚୌକିରେ ବସୁଛନ୍ତି । ସ୍କୁଲର ଉପସ୍ଥାନ ବାହାର କରି ତଦାରଖ ମଧ୍ୟ କରୁଛନ୍ତି । ହେଲେ ପାଠ ପଢାଇବାର ଇଚ୍ଛା ଥିଲେ ମଧ୍ୟ କେହି ଛାତ୍ରଛାତ୍ରୀ ସ୍କୁଲ ଆସୁନାହାନ୍ତି । ଏପରି ଜଣେ ଶିକ୍ଷାଦାନବତ୍ସଳ ଶିକ୍ଷକଙ୍କ ନିଆରା କାହାଣୀ ଓ ଶିକ୍ଷା ବ୍ୟବସ୍ଥାର ବିପର୍ଯ୍ୟସ୍ତ ଚିତ୍ର ପଶ୍ଚିମବଙ୍ଗର ଆସାନସୋଲରେ ଦେଖିବାକୁ ମିଳିଛି ।

ଆସାନସୋଲର ମହିଶିଲାରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ ସୁକୁମାର କାଇତି । ଦୁଇ ବର୍ଷ ପରେ ସେ ଶିକ୍ଷକତାରୁ ଅବସର ଗ୍ରହଣ କରିଥିଲେ । ହେଲେ ସେ ଶିକ୍ଷାଦାନ ଜାରି ରଖିବା ପାଇଁ ଚାହିଁଲେ । ବିନା ପାରିଶ୍ରମିକରେ ସ୍କୁଲ ଆସୁଛନ୍ତି । ପୂର୍ବ ପରି ଶିକ୍ଷକଙ୍କ ଚୌକିରେ ବସୁଛନ୍ତି । ହେଲେ ସ୍କୁଲରେ କେହି ଛାତ୍ରଛାତ୍ରୀ କିନ୍ତୁ ଆସୁନାହାନ୍ତି ।

ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ସୁକୁମାର ସାର, ଅନ୍ୟ ଏକ ସ୍କୁଲରେ ସହକାରୀ ପ୍ରଧାନଶିକ୍ଷକ ଥିଲେ । ପରେ ସେ ଏହି ସ୍କୁଲକୁ ଆସିଥିଲେ । ହେଲେ ୨ ବର୍ଷ ପୂର୍ବେ ତାଙ୍କର ସରକାରୀ ଚାକିକିର ଅବଧି ଶେଷ ହୋଇଥିଲା । ସେ ଅବସର ଗ୍ରହଣ କରିବା ପରେ ମଧ୍ୟ ଶିକ୍ଷାଦାନ ଜାରି ରଖିବା ପାଇଁ ନିଷ୍ପତ୍ତି ନେଇ ଜଣେ ଅତିଥି ଶିକ୍ଷାବିତ ଭାବେ ସ୍କୁଲରେ ସାମିଲ ହୋଇଥିଲେ । କୌଣସି ଛାତ୍ରଛାତ୍ରୀ ନଥିବା କାରଣରୁ ତାଙ୍କର ସେ ଇଚ୍ଛା ପୂରଣ ହୋଇପାରୁନାହିଁ ।

ତେବେ ସ୍କୁଲରେ ଛାତ୍ରଛାତ୍ରୀ ନାହାନ୍ତି ସେକଥା ନୁହେଁ, ସରକାରୀ ଭାବେ ସ୍କୁଲ ଉପସ୍ଥାନ ପଞ୍ଜିକାରେ ଏବେ ମଧ୍ୟ ୧୧ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ହେଲେ ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ବି ଛାତ୍ରଛାତ୍ରୀ ସ୍କୁଲ ଆସୁନାହାନ୍ତି । କେବଳ ଜଣେ ଛାତ୍ରୀ ଓ ତାଙ୍କ ମା’ ସ୍କୁଲ ପରିସରରେ ଦେଖିବାକୁ ମିଳିଥିଲେ । ସେ ବି କ୍ଲାସ କରିବା ପାଇଁ ନୁହେଁ ବରଂ ସ୍କୁଲରୁ ଅନ୍ୟତ୍ର ସ୍ଥାନାନ୍ତରିତ ହେବା ପାଇଁ ଟ୍ରାନ୍ସଫର ସାର୍ଟିଫିକେଟ ନେବା ପାଇଁ ଆସିଥିଲେ । କେହି ଛାତ୍ରଛାତ୍ରୀ ସ୍କୁଲ ନଆସୁଥିବା କାରଣରୁ ଛାତ୍ରୀଙ୍କ ମା‘ ଏପରି ଇଚ୍ଛା ପ୍ରକାଶ କରିଥିଲେ ।

ସ୍କୁଲର ଏପରି ଦୟନୀୟ ଅବସ୍ଥା ନେଇ ସୁକୁମାର ସାର୍‌ ସ୍ଥାନୀୟ ଶିକ୍ଷା ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଅବଗତ କରିଛନ୍ତି । ବିଭାଗ ମଧ୍ୟ ସ୍କୁଲକୁ ପୁଣି ସ୍ବାଭାବିକ ଭାବେ ପୁନଃସଞ୍ଚାଳିତ କରିବା ପାଇଁ ଏକାଧିକ ପ୍ରୟାସ କରିଥିଲେ ସୁଦ୍ଧା ସେଥିରେ କୌଣସି ସୁଫଳ ମିଳୁନଥିବା ସେ କୁହନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.