ETV Bharat / bharat

ଲୋକସଭା ଷ୍ଟାପଙ୍କ ପାଇଁ ସାପ୍ତାହିକ RT-PCR ପରୀକ୍ଷା ବାଧ୍ୟତାମୂଳକ

author img

By

Published : Jul 25, 2021, 11:21 AM IST

ଲୋକସଭାର ସମସ୍ତ ଅଧିକାରୀଙ୍କ ପାଇଁ ଟୀକାକରଣ ସ୍ଥିତି ନିର୍ବିଶେଷରେ ସପ୍ତାହିକ ଆରଟି ପିସିଆର ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ଅଧିକ ପଢନ୍ତୁ...

ଲୋକସଭାର ଅଧିକାରୀଙ୍କ ପାଇଁ ସପ୍ତାହିକ RT-PCR test ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଜୁଲାଇ ୧୯ରୁ ଆରମ୍ଭ ହୋଇଯାଇଛି ସଂସଦ ମୌସୁମୀ ଅଧିବେଶନ । କୋଭିଡ ପ୍ରୋଟୋକଲ ଗୁଡିକ ପାଳନ କରିବା ନେଇ ଲୋକସଭା ସଚିବାଳୟର ସେମାନଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କ ପାଇଁ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଲୋକସଭାର ସମସ୍ତ ଅଧିକାରୀଙ୍କ ପାଇଁ ଟୀକାକରଣ ସ୍ଥିତି ନିର୍ବିଶେଷରେ ସପ୍ତାହିକ ଆରଟି ପିସିଆର ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି ।

କୋରୋନାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ହୋଇଛି । ଜୁଲାଇ ୧୯ ତାରିଖରୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନରେ ସମୁଦାୟ ୧୯ଟି କାର୍ଯ୍ୟ ଦିବସ ରହିଛି । ଅଗଷ୍ଟ ୧୩ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନର ଫଳାଫଳ ପରଠାରୁ ଏହା ସଂସଦର ପ୍ରଥମ ଅଧିବେଶନ ।

ପ୍ରକାଶ ଥାଉ କି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜୁଲାଇ ୧୯ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଅଧିବେଶନ ଚାଲିବାକୁ ନିର୍ଦ୍ଦେଶ ଦେଇଥିଲେ । ଗତ ବର୍ଷ ସେପ୍ଟେମ୍ବର ମାସରେ ମୌସୁମୀ ଅଧିବେଶନ ହେବାରୁ ନିଷ୍ପତ୍ତି ହୋଇଥିଲା । ମାତ୍ର କୋରୋନା ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.