ETV Bharat / bharat

ଏନସିପିକୁ ଭାଙ୍ଗିବାକୁ ଷଡଯନ୍ତ୍ର କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ: ଶରଦ ପାଓ୍ବାର - ଏନସିପିକୁ ଭାଙ୍ଗିବାକୁ ଷଡଯନ୍ତ୍ର

ପୁତୁରାଙ୍କ ଦଳ ପରିବର୍ତ୍ତନ ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ ଦାଦା ତଥା ଏନସିପି ମୁଖ୍ୟ ଶରଦ ପାଓ୍ବାର । କହିଲେ ଏମିତି

ଶରଦ ପାଓ୍ବାର
ଶରଦ ପାଓ୍ବାର
author img

By

Published : Apr 24, 2023, 2:47 PM IST

ଅମରାବତୀ: ମହାରାଷ୍ଟ୍ରରେ ବଢୁଛି ରାଜନୈତିକ ତାତି । ଏନସିପି ନେତା ଅଜିତ ପାଓ୍ବାର ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ଏନସିପି ମୁଖ୍ୟ ଶରଦ ପାଓ୍ବାର ଗତକାଲି(ରବିବାର) ମୁହଁ ଖୋଲିଛନ୍ତି । ସେ କହିଛନ୍ତି, "ଏନେଇ ବର୍ତ୍ତମାନ ସୁଦ୍ଧା ଦଳରେ କୌଣସି ଚର୍ଚ୍ଚା ହୋଇନାହିଁ । ଯଦି କେହି ଏନସିପିରୁ ଅଲଗା ହେବାକୁ ଚାହୁଁଛନ୍ତି, ଏହା ତାଙ୍କର ରଣନିତୀ ଅଟେ ।" ଶରଦଙ୍କ ଏହି ବୟାନ ତାଙ୍କ ପୁତୁରା ଅଜିତକୁ ନେଇ ବୋଲି ଚର୍ଚ୍ଚା ହେଉଛି ।

  • Maharashtra | If someone is trying to break away (Ajit Pawar from NCP), then, it is their strategy & they must be doing that. If we have to take a stand, then we will take a firm stand. It isn't right to speak anything on it as we haven't had any discussions regarding this: NCP… pic.twitter.com/FohBNtXjy8

    — ANI (@ANI) April 23, 2023 " class="align-text-top noRightClick twitterSection" data=" ">

ସେ ଆହୁରି ମଧ୍ୟ କହିଛନ୍ତି, "ଯଦି ଆମକୁ ଏହା ବିରୋଧରେ ଛିଡା ହେବାକୁ ପଡେ ତାହେଲେ ଆମେ ତାହା ବି କରିବୁ । ବର୍ତ୍ତମାନ ସୁଦ୍ଧା ଦଳରେ କୌଣସି ଆଲୋଚନା ହୋଇନଥିବାରୁ ଏ ବିଷୟରେ କିଛି କହିବା ଠିକ ହେବ ନାହିଁ ।" ମହା ବିକାଶ ଅଘାଡି ଦଳ 2024 ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ​​ଏକାଠି ଲଢିବେ ନା ନାହିଁ ? ଏହି ପ୍ରଶ୍ନର ଉତ୍ତରରେ ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି," ଆଜି ବି ଆମେ ମହା ବିକାଶ ଅଘାଡିର ଅଂଶ ଅଟୁ ଏବଂ ଏକାଠି କାମ କରିବାକୁ ଚାହୁଁଛୁ । ଏକାକି ରହିବା ଇଚ୍ଥା ସର୍ବଦା ଯଥେଷ୍ଟ ନୁହେଁ । ଆସନ ବଣ୍ଟନରେ ଅସୁବିଧା ହେବ କି ନାହିଁ..ଏସବୁ ବିଷୟରେ ଏପର୍ଯ୍ୟନ୍ତ ଆଲୋଚନା ହୋଇନାହିଁ । ମୁଁ ଆପଣଙ୍କୁ ଏ ବିଷୟରେ କିପରି କହିବି ?"

ଏହା ମଧ୍ୟ ପଢନ୍ତୁ: ମୁଁ ୧୦୦ ପ୍ରତିଶତ ମୁଖ୍ୟମନ୍ତ୍ରୀ ହେବାକୁ ଚାହେଁ: ଅଜିତ ପାଓ୍ବାର

ତେବେ ପ୍ରକାଶଥାଉକି, ଶନିବାର ମୁଖ୍ୟମନ୍ତ୍ରୀ ହେବାକୁ ନେଇ ବୟାନ ଦେଇଥିଲେ ଅଜିତ ପାଓ୍ବାର । ସେ କହିଥିଲେ, "ମୁଁ ୧୦୦ ପ୍ରତିଶତ ମୁଖ୍ୟମନ୍ତ୍ରୀ ହେବାକୁ ଚାହେଁ । ଏଥିପାଇଁ ୨୦୨୪କୁ କାହିଁକି ଅପେକ୍ଷା କରିବି । " ଏହାକୁ ସମର୍ଥନ କରିଥିଲେ NCP ନେତ୍ରୀ ତଥା ସାଂସଦ ସୁପ୍ରିୟା ସୁଲେ । ସେ କହିଥିଲେ, ଅଜିତ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ରାଜନୀତିରେ ଉଚ୍ଚାଭିଳାଷ ରଖିବା କୌଣସି ପ୍ରକାର ଭୁଲ ନୁହେଁ । ସମସ୍ତଙ୍କର କିଛି ନା କିଛି ଇଚ୍ଛା ରହିଛି । ତେଣୁ ଅଜିତ ମଧ୍ୟ ନିଜର ମନର କଥା କହିଛନ୍ତି, ଏଥିରେ କୌଣସି ଭୁଲ ନାହିଁ ।"

ଅଜିତ ପାଓ୍ବାର ଏମଭିଏକୁ(ମହାରାଷ୍ଟ୍ର ବିକାଶ ଅଘାଡି) ନେଇ କହିଥିଲେ, "ପୂର୍ବରୁ ଆମେ ଧର୍ମନିରପେକ୍ଷତା ଏବଂ ପ୍ରଗତିଶୀଳ ହେବା ବିଷୟରେ କହୁଥିଲୁ, କିନ୍ତୁ ୨୦୧୯ରେ କଂଗ୍ରେସ ଓ ଏନସିପି ମିଳିତ ଭାବେ ସରକାର ଗଠନ କରିବାକୁ ଶିବସେନା ସହ ହାତ ମିଶାଇଥିଲେ । ଏହା ପରଠାରୁ ହିଁ ଆମେ ଧର୍ମନିରପେକ୍ଷତା ଲାଇନରୁ ଅଲଗା ହୋଇଛୁ । କାରଣ ଶିବସେନାର ପରିଚୟ ହେଉଛି ହିନ୍ଦୁତ୍ବ ପାର୍ଟି ।"

ଅନ୍ୟପଟେ ଗତ ରବିବାର ଦିନ ସଞ୍ଜୟ ରାଉତ ଶରଦ ପାୱାରଙ୍କ ଉଦ୍ଦେଶ୍ୟରେ କହିଥିଲେ,"ଯଦି କେହି ଏନସିପି ଛାଡିବାକୁ ବ୍ୟକ୍ତିଗତ ନିଷ୍ପତ୍ତି ନିଅନ୍ତି, ତେବେ ଏହା ବ୍ୟକ୍ତିଗତ କଥା । କିନ୍ତୁ ଦଳ ଭାବରେ ଆମେ କେବେବି ବିଜେପି ସହ ଯିବୁ ନାହିଁ ।" ଅଜିତ ପାୱାର ମଧ୍ୟ ଏହି ଗୁଜବକୁ ଖଣ୍ଡନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.