ETV Bharat / bharat

NDAକୁ ଫରିବା ପ୍ରଶ୍ନରେ ଏପରି କହିଲେ ନୀତିଶ, ‘କଣ ଚର୍ଚ୍ଚା ହେଉଛି ଜାଣିବାର ମୋର ଆଗ୍ରହ ନାହିଁ’

author img

By ETV Bharat Odisha Team

Published : Sep 25, 2023, 10:57 PM IST

NDA ମେଣ୍ଟକୁ ଫେରିବେ କି ନୀତିଶ । ଲାଗି ରହିଥିବା ଚର୍ଚ୍ଚା ମଧ୍ୟରେ ଗଣମାଧ୍ୟମ ପ୍ରଶ୍ନରେ ଏପରି ପ୍ରତିକ୍ରିୟା ରଖିଲେ ନୀତିଶ । ଅଧିକ ପଢନ୍ତୁ

NDA କୁ ଫରିବା ପ୍ରଶ୍ନରେ ଏପରି କହିଲେ ନୀତିଶ, ‘କ’ଣ ଚର୍ଚ୍ଚା ହେଉଛି ଜାଣିବାର ମୋର ଆଗ୍ରହ ନାହିଁ’

ପାଟନା: ଗୋଟିଏ ପଟେ ବିଜେପି ବିରୋଧରେ ଏକାଠି ହୋଇଥିବା ‘ଇଣ୍ଡିଆ’ ମେଣ୍ଟର ଆବହକ ଓ ସମ୍ଭାବ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଚର୍ଚ୍ଚାରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନାମ ପୁଣି ଥରେ ଏନଡିଏ ମେଣ୍ଟକୁ ଫେରିବା ନେଇ ଚର୍ଚ୍ଚା ହେଉଛି । ନୀତିଶ ବିରୋଧୀ ମେଣ୍ଟ ନୀତିରେ ଅସନ୍ତୁଷ୍ଟ ଓ ‘ଇଣ୍ଡିଆ’ ମେଣ୍ଟରୁ ‘ଏନଡିଏ’ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଜି ଏହାରି ମଧ୍ୟରେ ନୀତିଶ ଆଜି ବିଜେପିର ମୂଳ ରାଜନୈତିକ ଦଳ ଭାରତୀୟ ଜନସଂଘର ପ୍ରତିଷ୍ଠାତା ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତ୍ରୀ ସମାରୋହରେ ଅଂଶଗ୍ରହଣ କରିଥିଲେ ।

  • प्रसिद्ध विचारक एवं स्वतंत्रता सेनानी स्व. पंडित दीनदयाल उपाध्याय की जयंती के अवसर पर राजकीय समारोह में उनकी आदमकद प्रतिमा पर पुष्पांजलि अर्पित कर नमन करते माननीय मुख्यमंत्री @Nitishkumarpic.twitter.com/lL11pms6GX

    — IPRD Bihar (@IPRD_Bihar) September 25, 2023 " class="align-text-top noRightClick twitterSection" data=" ">

ଏହି ଏବସରରେ ସେ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟକୁ ଫେରିବା ପାଇଁ ଇଚ୍ଛୁକ ଥିବା କଥା ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ । ସେ ବିଜେପି ନେତୃତ୍ବାଧୀନ ଏନଡିଏରେ ମିଶିବା ଚର୍ଚ୍ଚା ପ୍ରଶ୍ନରେ ନୀତିଶ କହିଥିଲେ, କଣ ଚର୍ଚ୍ଚା ହେଉଛି, ତାହା ସେ ଜାଣନ୍ତି ନାହିଁ । ତାହା ଜାଣିବାରେ ମଧ୍ୟ ତାଙ୍କର କୌଣସି ଆଗ୍ରହ ମଧ୍ୟ ନାହିଁ । ଚର୍ଚ୍ଚା ଯିଏ କରୁଛନ୍ତି, ସେମାନଙ୍କୁ କରିବାକୁ ଦିଅନ୍ତୁ । ତାଙ୍କ ପ୍ରଚେଷ୍ଟାରେ କଣ ହୋଇଛି, କେତେ ବଡ ସଫଳତା ମିଳିଛି, ତାହା ସମସ୍ତେ ଜାଣନ୍ତି ବୋଲି ନୀତିଶ କହିଥିଲେ । ନୀତିଶ ସାମ୍ବାଦିକଙ୍କ ଏପରି ପ୍ରଶ୍ନରେ ଆଶ୍ଚର୍ଯ୍ୟଚକିତ ହୋଇ ବ୍ୟଙ୍ଗାତ୍ମକ ଢଙ୍ଗରେ କହିଥିଲେ, ‘ଆପଣ ଏ କଣ ପ୍ରଶ୍ନ କରୁଛନ୍ତି ।’

ଏହା ମଧ୍ୟ ପଢନ୍ତୁ:- ଖୋଲିଲାନି ସ୍କର୍ପିଓ ଏୟାର ବ୍ୟାଗ: ଦୁର୍ଘଟଣାରେ ଡାକ୍ତରଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ଆନନ୍ଦ ମହିନ୍ଦ୍ରାଙ୍କ ନାମରେ ମାମଲା

ପୂର୍ବରୁ ମଧ୍ୟ ନୀତିଶଙ୍କ ବୟାନ ଚର୍ଚ୍ଚା ସୃଷ୍ଟି କରିଥିଲା । ଇଣ୍ଡିଆ ମେଣ୍ଟ ଜାତୀୟ ଗଣମାଧ୍ୟମର 14 ଅଗ୍ରଣୀ ଉପସ୍ଥାପକ ବା ସାମ୍ବାଦିକଙ୍କ କାର୍ଯ୍ୟକ୍ରମକୁ ବର୍ଜନ କରିବା ନିଷ୍ପତ୍ତିକୁ ନାପସନ୍ଦ କରିବା ସହ ଖୋଲା ସମାଲୋଚନା କରିଥିଲେ ନୀତିଶ କୁମାର । ମେଣ୍ଟର ଏହି ବର୍ଜନ ନିଷ୍ପତ୍ତିକୁ ନାପସନ୍ଦ କରିବା ସହ ସେ ଏହି ସମ୍ପର୍କରେ ଜାଣନ୍ତି ନାହିଁ ବୋଲି କହିଥିଲେ । ସେ କେବଳ ନିଷ୍ପତ୍ତିକୁ ବିରୋଧ କରିନଥିଲେ ବରଂ ସେ ସାମ୍ବାଦିକମାନଙ୍କୁ ସମର୍ଥନ କରନ୍ତି ବୋଲି ମଧ୍ୟ କହିଥିଲେ । ବିଜେପି ବିରୋଧରେ ବିରୋଧୀଙ୍କୁ ଏକାଠି କରିବାରେ ପ୍ରଥମ ଅଣ୍ଟା ଭିଡିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ‘ଇଣ୍ଡିଆ’ ମେଣ୍ଟ ଗଠନ ହେବା ପରେ ବିଭିନ୍ନ କାରଣରୁ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ଲାଗି ରହିଛି । ଅବଶ୍ୟ ପ୍ରତି ଥର ନୀତିଶ ଏନଡିଏ ମେଣ୍ଟକୁ ଫେରିବା ଚର୍ଚ୍ଚାକୁ ଖଣ୍ଡନ କରିଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.