ETV Bharat / bharat

Fifth fodder scam: ଲାଲୁଙ୍କୁ ଜେଲ ପରେ ଗର୍ଜିଲେ ତେଜସ୍ବୀ, BJP ଓ RSSକୁ କଲେ ଟାର୍ଗେଟ

ପିତାଙ୍କ ବିରୋଧରେ ଏହି ଦଣ୍ଡାଦେଶକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ତେଜସ୍ବୀ ଯାଦବ । ସିଧା କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରି ତେଜସ୍ବୀ କହିଛନ୍ତି ଦେଶରେ ଗୋ-ଖାଦ୍ୟ ଦୁର୍ନୀତି ପରେ ଆଉ କୌଣସି ଦୁର୍ନୀତି ହୋଇନାହିଁ କି? ବିହାରରେ କେବଳ 80ରୁ ଊର୍ଦ୍ଧ୍ବ ଦୁର୍ନୀତି ହୋଇଛି । ଅଧିକ ପଢନ୍ତୁ

ତେଜସ୍ବୀ
ତେଜସ୍ବୀ
author img

By

Published : Feb 21, 2022, 8:34 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଗୋ-ଖାଦ୍ୟ ଦୁର୍ନୀତିର ପଞ୍ଚମ ମାମଲାର ଆଜି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ପୁଣି 5 ବର୍ଷ ଜେଲଦଣ୍ଡ ସହ 60 ଲକ୍ଷ ଜରିମାନା ଲାଗିଛି । ଗତ 15 ତାରିଖରେ କୋର୍ଟ ଏହି ମାମଲାର ଶୁଣାଣି କରି ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଜି ଦଣ୍ଡାଦେଶ ଶୁଣାଇଛନ୍ତି ।

ପିତାଙ୍କ ବିରୋଧରେ ଏହି ଦଣ୍ଡାଦେଶକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ତେଜସ୍ବୀ ଯାଦବ । ସିଧା କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରି ତେଜସ୍ବୀ କହିଛନ୍ତି ଦେଶରେ ଗୋ-ଖାଦ୍ୟ ଦୁର୍ନୀତି ପରେ ଆଉ କୌଣସି ଦୁର୍ନୀତି ହୋଇନାହିଁ କି? ବିହାରରେ କେବଳ 80ରୁ ଊର୍ଦ୍ଧ୍ବ ଘୋଟାଲା ହୋଇଛି । କିନ୍ତୁ ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ, ଇଡି ଓ ଏନଆଇଏ କେଉଁଠି ଅଛନ୍ତି ? ଦେଶରେ କଣ ଗୋଟିଏ ଘୋଟାଲା ହୋଇଛି ? ଆଉ ଏହି ଘୋଟାଲା ଖାଲି କଣ ମୋ ପିତାଜୀ(ଲାଲୁ ଯାଦବ) କରିଛନ୍ତି କି?

  • I will not comment on the court verdict. This is not the last judgment. High Court, Supreme court are there. We've challenged it in the High court and we are hopeful that the judgment of lower court will change in High Court: RJD leader Tejashwi Yadav https://t.co/qMVqhhirkE pic.twitter.com/tKB3w8SBvw

    — ANI (@ANI) February 21, 2022 " class="align-text-top noRightClick twitterSection" data=" ">
  • Apart from fodder scam, it seems no scam has happened in the country. In Bihar, almost 80 scams have happened but where is CBI, ED, NIA? In country there is only one scam and one leader. CBI has forgotten Vijay Mallya, Nirav Modi, Mehul Choksi: RJD leader Tejashwi Yadav pic.twitter.com/sArrLExBuR

କେନ୍ଦ୍ରକୁ ଆକ୍ରମଣ କରି ତେଜସ୍ବୀ ଆହୁରି କହିଛନ୍ତି ଦେଶରୁ ହଜାର ହଜାର କୋଟି ଲୁଟି ନେଇ ଫେରାର ହୋଇଥିବା ବିଜୟ ମାଲ୍ୟା, ମେହୁଲ ଚୋକସୀ ନୀରବ ମୋଦିଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଭୁଲି ସାରିଛି । ତେଜସ୍ବୀ ଆହୁରି କହିଛନ୍ତି ଯଦି ଲାଲୁ ଜୀ ବିଜେପିକୁ ସମର୍ଥନ କରିଥାନ୍ତେ, ତେବେ ସେ ରାଜା ହରିଶ୍ଚନ୍ଦ୍ର ହୋଇପାରିଥାନ୍ତେ । କିନ୍ତୁ ସେ ବିଜେପି ଓ ଆରଏସଏସ ବିଚାରଧାରା ବିରୋଧରେ ଅଛନ୍ତି । ତେଣୁ ତାଙ୍କୁ ଦଣ୍ଡ ଭୋଗିବାକୁ ପଡୁଛି । କିନ୍ତୁ ଆମେ ଡରିବୁ ନାହିଁ ଲଢେଇ କରିବୁ ।

  • If Lalu Ji would have shaken hands with BJP then he would have been called Raja Harishchandra but today he is fighting against RSS- BJP hence he is facing imprisonment. We'll not get scared with this: RJD leader Tejashwi Yadav on conviction of Lalu Prasad Yadav in 5th fodder case pic.twitter.com/3AluQQV6vY

ସେହିପରି ତେଜସ୍ବୀ କହିଛନ୍ତି ଆମେ କୋର୍ଟଙ୍କ ରାୟକୁ ନେଇ କୌଣସି ଟିପ୍ପଣୀ କରିବୁ ନାହିଁ । ଆମେ ରାୟ ବିରୋଧରେ ହାଇକୋର୍ଟ ଯିବୁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.