ETV Bharat / bharat

ଦିଲ୍ଲୀ ଯିବା ପୂର୍ବରୁ ଡିକେ ଶିବକୁମାରଙ୍କ ବଡ ବୟାନ; ଦଳ ପିଠିରେ ଛୁରୀ ଭୁସିବିନି କି ବ୍ଲାକମେଲ୍‌ କରିବିନି

author img

By

Published : May 16, 2023, 10:43 AM IST

କଂଗ୍ରେସ ହାଇକମାଣ୍ଡଙ୍କ ଡାକରାରେ ଆଜି ଦିଲ୍ଲୀ ଯାତ୍ରା କରିଛନ୍ତି ଡିକେ ଶିବକୁମାର । ଦିଲ୍ଲୀ ଗସ୍ତ ପୂର୍ବରୁ ସେ ବୟାନ ଦେଇଛନ୍ତି ଯେ, ଦଳ ପିଠିରେ ଛୁରୀ ଭୁସିଲା ଭଳି ସେ କାମ କରିବେନି । ଅଧିକ ପଢନ୍ତୁ

ଡିକେ ଶିବକୁମାରଙ୍କ ଦିଲ୍ଲୀ ଗସ୍ତ
ଡିକେ ଶିବକୁମାରଙ୍କ ଦିଲ୍ଲୀ ଗସ୍ତ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ନିର୍ବାଚନ ଜିତିବା ପରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହାକୁ ନେଇ ଦ୍ୱନ୍ଦ୍ୱ ଲାଗିଛି । ଦଳର ଦୁଇ ବରିଷ୍ଠ ନେତା ଡିକେ ଶିବକୁମାର ଓ ସିଦ୍ଧରମୈୟା ବଡ ଦାବିଦାର ଅଛନ୍ତି ଏବଂ ଉଭୟ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି । ହାଇକମାଣ୍ଡ କାହାକୁ ସନ୍ତୁଷ୍ଟ କରିବେ ଏହା ବର୍ତ୍ତମାନ ସମୟରେ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିବା ବେଳେ ଏହାରି ଭିତରେ ଡିକେ ଶିବକୁମାର ବଡ଼ ବୟାନ ଦେଇଛନ୍ତି । ରାଜ୍ୟ କଂଗ୍ରେସ ମୁଖ୍ୟ କହିଛନ୍ତି ଯେ, ଦଳର ନିଷ୍ପତ୍ତି ଯାହାବି ହେଉନା କାହିଁକି ସେ ଦଳ ପିଠିରେ ଛୁରୀ ଭୁସିବେନି କି ବ୍ଲାକମେଲ କରିବେ ନାହିଁ । ଅର୍ଥାତ୍ ଶିବକୁମାର କୌଣସିମତେ କଂଗ୍ରେସକୁ ଧୋକ୍କା ଦେବେନି ବୋଲି ସ୍ପଷ୍ଟ କରି ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଚୟନ ସମ୍ପର୍କିତ ଆଲୋଚନାରେ ଯୋଗ ଦେବାକୁ ହାଇକମାଣ୍ଡଙ୍କୁ ଭେଟିବା ପାଇଁ ଆଜି ସକାଳେ ଶିବକୁମାର ଦିଲ୍ଲୀ ଯାତ୍ରା କରିଛନ୍ତି । ବେଙ୍ଗାଲୁରୁ ଏୟାରପୋର୍ଟରେ ପହଞ୍ଚିବା ସମୟରେ ସେ ଗଣମାଧ୍ୟମ ଆଗରେ ଉପରୋକ୍ତ ବୟାନ ଦେଇଛନ୍ତି । ଗଣମାଧ୍ୟମ ପ୍ରଶ୍ନରେ ସେ କହିଛନ୍ତି, "ଯଦି ଦଳ ଚାହିଁବ ମୋତେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେବ । ଆମର ଗୋଟିଏ ଘର ଏବଂ ଆମ ସଂଖ୍ୟା ୧୩୫ । ମୁଁ ଏଠାରେ ବିଭାଜନ ଚାହେଁନି । ଲୋକେ ମୋତେ ପସନ୍ଦ କରନ୍ତୁ କି ନ କରନ୍ତୁ ମୁଁ ଜଣେ ଦାୟିତ୍ବବାନ ବ୍ୟକ୍ତି । ମୁଁ କେବେ ପିଠିରେ ଛୁରୀ ଭୁସିବିନି କି ବ୍ଲାକମେଲ୍‌ କରିବନି ।"

କଂଗ୍ରେସ ନେତା ଆହୁରିମଧ୍ୟ କହିଛନ୍ତି, "କଂଗ୍ରେସ ପାର୍ଟି ମୋ ପାଇଁ ଭଗବାନ । ଆମେ ଏହି ଦଳ ତିଆରି କରୁଛୁ ଏବଂ ମୁଁ ଏହାର ଏକ ଅଂଶ । ଜଣେ ମାଆ ନିଜ ଛୁଆକୁ ସବୁକିଛି ଦେଇପାରିବ ।" କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦକୁ ନେଇ କଂଗ୍ରେସ ଦ୍ବନ୍ଦରେ ଥିବାବେଳେ ସିଦ୍ଧରମୈୟା ହାଇକମାଣ୍ଡକୁ ଭେଟିବାକୁ ଗତକାଲି ଦିଲ୍ଲୀ ଯାଇଥିଲେ । କିନ୍ତୁ ଶିବକୁମାର ନିଜର ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଦିଲ୍ଲୀ ଗସ୍ତ ବାତିଲ କରିଥିଲେ । ହେଲେ ହାଇକମାଣ୍ଡଙ୍କ ଡକାରରେ ଆଜି ସକାଳୁ ସେ ରାଜଧାନୀ ଅଭିମୁଖେ ବାହାରିଛନ୍ତି ।

ତେବେ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ଚୂଡାନ୍ତ ନିଷ୍ପତ୍ତି ଘୋଷଣା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପରାମର୍ଶ ନେବେ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ବୋଲି ଅନୁମାନ କରାଯାଉଛି । ଏ କ୍ଷେତ୍ରରେ ଡିକେ ଶିବକୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଦୁଇ ବଡ଼ ଦାବିଦାର ଥିବାବେଳେ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଅଧିକ ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.