ETV Bharat / bharat

ଭବାନୀପୁରରେ ଏଥର ମମତାଙ୍କୁ ମିଳିବ କି ବିଜୟର ଆନନ୍ଦ?

author img

By

Published : Apr 24, 2021, 10:40 PM IST

ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ଆସନ ଥିଲା ସମସ୍ତଙ୍କ ଦୃଷ୍ଟିର କେନ୍ଦ୍ରବିନ୍ଦୁ, କାରଣ ଏଠାରେ ପ୍ରତିଯୋଗିତା ଥିଲା ସ୍ବତନ୍ତ୍ର। ତ୍ରୁଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଏବଂ ଏକଦା ତାଙ୍କର ଅତ୍ୟନ୍ତ ଘନିଷ୍ଠ ଥାଇ ଏବେ ତାଙ୍କର ବିରୋଧୀ ପାଲଟିଥିବା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଲଢେଇ ବେଶ୍ ଜୋରଦାର ଥିଲା । ଅନେକ ଏହି ନିର୍ବାଚନ ଯୁଦ୍ଧକୁ ଏକ ମହାକାବ୍ୟ ସହ ବର୍ଣ୍ଣନା କରିଛନ୍ତି ।

ଭବାନୀପୁରରେ ଏଥର ମମତାଙ୍କୁ ମିଳିବ କି ବିଜୟର ଆନନ୍ଦ?
ଭବାନୀପୁରରେ ଏଥର ମମତାଙ୍କୁ ମିଳିବ କି ବିଜୟର ଆନନ୍ଦ?

ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ଆସନ ଥିଲା ସମସ୍ତଙ୍କ ଦୃଷ୍ଟିର କେନ୍ଦ୍ରବିନ୍ଦୁ, କାରଣ ଏଠାରେ ପ୍ରତିଯୋଗିତା ଥିଲା ସ୍ବତନ୍ତ୍ର। ତ୍ରୁଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଏବଂ ଏକଦା ତାଙ୍କର ଅତ୍ୟନ୍ତ ଘନିଷ୍ଠ ଥାଇ ଏବେ ତାଙ୍କର ବିରୋଧୀ ପାଲଟିଥିବା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଲଢେଇ ବେଶ୍ ଜୋରଦାର ଥିଲା । ଅନେକ ଏହି ନିର୍ବାଚନ ଯୁଦ୍ଧକୁ ଏକ ମହାକାବ୍ୟ ସହ ବର୍ଣ୍ଣନା କରିଛନ୍ତି ।

କିନ୍ତୁ ନନ୍ଦିଗ୍ରାମ ପଛରେ ଆଉ ଏକ ଆସନ ରହିଛି, ଯେଉଁଠାରୁ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ରାଜନୈତିକ ପ୍ରଭାବ ଓ ସଫଳତାର ଯୁଗ ଆରମ୍ଭ ହୋଇଥିଲା । ସେ ହେଉଛି ଦକ୍ଷିଣ କୋଲକାତା ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସୁଥିବା ଭବାନୀପୁପର ବିଧାନସଭା ନିର୍ବାଚନ ମଣ୍ଡଳୀ । ଏଠାରୁ ହିଁ ମମତା ବାନାର୍ଜୀ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିଲେ । ଆସନ୍ତା ସୋମବାର ଦିନ ପଶ୍ଚିମ ବଙ୍ଗରେ ହେବାକୁ ଯାଉଥିବା ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣରେ ଭବାନୀପୁର ବିଧାନସଭା କ୍ଷେତ୍ର ପାଇଁ ମତଦାନ ଅନୁଷ୍ଠିତ ହେବ ।

ସୁତରାଂ, ଯେଉଁ ଆସନରୁ ନିର୍ବାଚିତ ହୋଇ ମମତା ଲଗାତର ଦୁଇ ଦୁଇ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ପାରିଛନ୍ତି, ସେହି ଆସନରେ ମମତା କିମ୍ବା ତ୍ରୁଣମୂଳ କଂଗ୍ରେସ କିପରି ପ୍ରଦର୍ଶନ କରୁଛି ତାହା ଏବେ ବଡ଼ ପ୍ରଶ୍ନ ହୋଇଛି ?

2011ରେ ମମତା ଯେତେବେଳେ ବାମ ସାମ୍ମୁଖ୍ୟକୁ ଗାଦିଚ୍ୟୁତ କରି ରାଜ୍ୟରେ ଶାସନ କ୍ଷମତାକୁ ଆସିଥିଲେ ସେତେବେଳେ ସେ ଭବାନୀପୁର ବିଧାନସଭା କ୍ଷେତ୍ରରୁ 49 ହଜାର 936 ଭୋଟ୍ ବ୍ୟବଧାନରେ ବିପୁଳ ବିଜୟ ହାସଲ କରିଥିଲେ । ଏହି ଆସନରେ ପ୍ରାୟ 63.78 ପ୍ରତିଶତ ଭୋଟ୍ ପଡିଥିବା ବେଳେ ମମତାଙ୍କ ବିଜୟ ବ୍ୟବଧାନ ଥିଲା ସର୍ବୋଚ୍ଚ 21.91 ପ୍ରତିଶତ । ଏହାଠାରୁ ଅଧିକ ଭଲ ହୋଇପାରିନଥାନ୍ତା । କହିବାକୁ ଗଲେ ମମତା ସଫଳତାର ଶୀର୍ଷରେ ପହଞ୍ଚି ଯାଇଥିଲେ ।

ଏହାପରେ ଆସିଥିଲା 2014 ଲୋକସଭା ନିର୍ବାଚନ ଏବଂ ଏହି ତିନି ବର୍ଷ ମଧ୍ୟରେ ଭବାନୀପୁର ବିଧାନସଭା କ୍ଷେତ୍ରରେ ତ୍ରୁଣମୂଳ କଂଗ୍ରେସର ଲୋକପ୍ରିୟତା ତଳମୁହାଁ ହୋଇଥିଲା। ଲୋକସଭା ନିର୍ବାଚନରେ ତ୍ରୁଣମୂଳ ପ୍ରାର୍ଥୀ ସୁବ୍ରତ ବକ୍ସି ଯଦିଓ ବିଜେପିର ତଥାଗତ ରୟଙ୍କୁ 1 ଲକ୍ଷ 36 ହଜାର ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ କିନ୍ତୁ ସେ ଭବାନୀପୁରରେ ବିପକ୍ଷ ପ୍ରାର୍ଥୀଙ୍କଠାରୁ 185ଟି ଭୋଟ୍ କମ୍ ପାଇଥିଲେ । ମମତାଙ୍କୁ ଜଣାଥିଲା କି ସବୁ ଆସନରେ ତାଳମେଳ ଠିକ୍ ନଥିଲା, କିନ୍ତୁ ଏହି କ୍ଷେତ୍ର ଅଧିନରେ ସେ ରହୁଥିବାରୁ ଏହା ରାଜନୈତିକ ଗୁରୁତ୍ବ ବହନ କରୁଥିଲା । ମମତାଙ୍କ ବାସଭବନ ଥିବା ହରିଶ ଚାଟାର୍ଜୀ ଷ୍ଟ୍ରୀଟ୍ କୋଲକାତା ମ୍ୟୁନିସିପାଲ କର୍ପୋରେସନର 73 ନମ୍ବର ୱାର୍ଡ ଅଧିନରେ ଆସୁଛି ।

ଆତ୍ମସମୀକ୍ଷା କରାଯିବା ଏବଂ ତ୍ରୁଟି ସଂଶୋଧନ କରିବା ସହି ମମତା ବାନାର୍ଜୀ ଭବାନୀପୁରରୁ ପୁଣି ଥରେ ପ୍ରାର୍ଥୀ ହୋଇ 2016 ବିଧାନସଭା ନିର୍ବାଚନ ଲଢିଥିଲେ । ସେହି ବର୍ଷ ଦିଦି ବନାମ ବୌଦି (ଭାଉଜ)ଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିବିତା ହୋଇଥିଲା। ମମତାଙ୍କୁ ସ୍ନେହରେ ଲୋକେ ବଡ଼ ଭଉଣୀ ବା ଦିଦି ଡାକୁଥିବା ବେଳେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ କଂଗ୍ରେସର ପୁରୁଖା ନେତା ପ୍ରିୟରଂଜନ ଦାସମୁନସୀଙ୍କ ପତ୍ନୀ ଦୀପା ଦାସମୁନସୀଙ୍କୁ ଭାଉଜ ବୋଲି କହୁଥିଲେ । ଭବାନୀପୁରରୁ କଂଗ୍ରେସର ପ୍ରାର୍ଥୀ ହୋଇଥିବା ଦୀପା ଦାସମୁନସୀଙ୍କୁ ବାମ ସାମ୍ମୁଖ୍ୟ ସମର୍ଥନ ଦେଇଥିଲା ଏବଂ ତାଙ୍କୁ ଜିତାଇବା ବାଇଁ କଂଗ୍ରେସ ଦଳ ବେଶ୍ ଉତ୍ସାହିତ ହୋଇଥିଲା । ରାହୁଲ ଗାନ୍ଧି ଏବଂ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଉଭୟେ ଦୀପାଙ୍କ ପାଇଁ ଜୋରଦାର ପ୍ରଚାର ବି କରିଥିଲେ । ଦୀପା ମଧ୍ୟ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଥିଲେ । ଫଳାଫଳ ଆସିଥିଲା ଏବଂ ମମତା ପୁଣି ଥରେ ବିଜୟର ସ୍ବାଦ ଚାଖିଥିଲେ । ହେଲେ ମମତାଙ୍କ ବିଜୟର ବ୍ୟବଧାନ ସେ 2011ରେ ପାଇଥିବା ବ୍ୟବଧାନଠାରୁ ଅଧାରୁ କମ୍ ହୋଇଯାଇଥିଲା । ମତଦାନ ହାର 66.83 ପ୍ରତିଶତ ଥିବା ବେଳେ ମମତା ବାନାର୍ଜୀ 25 ହଜାର 301 ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ବିଜୟ ବ୍ୟବଧାନ ଥିଲା 10.21 ପ୍ରତିଶତ । ବିଜେପି ପ୍ରାର୍ଥୀ ଚନ୍ଦ୍ର କୁମାର ବୋଷ 26,299 ଭୋଟ ଅର୍ଥାତ୍ 19.13 ପ୍ରତିଶତ ଭୋଟ ପାଇ ମମତାଙ୍କୁ ଘୋଡାଇ ରଖିଥିବା କମ୍ବଳ ପାଦତଳୁ ହଟାଇବାରେ ସକ୍ଷମ ହୋଇଥିଲେ ।

କହିବାକୁ ଗଲେ ଭବାନୀପୁର ଏଭଳି ଏକ ନିର୍ବାଚନମଣ୍ଡଳୀ, ଯେଉଁଠି ବସବାସ କରୁଥିବା ଗୁଜୁରାଟୀ, ମାରୱାଡି ଏବଂ ଶିଖ ସମ୍ପ୍ରଦାୟର ଲୋକଙ୍କର ପ୍ରଭାବ ଅଧିକ ଏଭଂ ବଙ୍ଗାଳୀ ଲୋକ ଏହି ଆସନରେ ସଂଖ୍ୟାଲଘୁ କହିଲେ ବି ଭୁଲ୍ ହେବନାହିଁ । ନିର୍ବାଚନମଣ୍ଡଳୀର ପୌର ୱାର୍ଡ ନମ୍ବର 63, 70, 72 ଏବଂ 74କୁ ଏବେ ବିଜେପିର ବାଡିପଟ ବୋଲି ବିବେଚନା କରାଯାଉଛି ।

ଏଥର, ଯଦିଓ ମମତା ଭବାନୀପୁରରୁ ପ୍ରାର୍ଥୀ ହୋଇନାହାଁନ୍ତି, ସେ ଦଳରେ ତାଙ୍କର ଜଣେ ପୁରୁଣା ସାଥୀ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛନ୍ତି । ଶୋଭନଦେବ ପଡ଼ୋଶୀ ରାସବିହାରୀ ଆସନରୁ ବର୍ତ୍ତମାନର ବିଧାୟକ ଏବଂ ଜଣେ କ୍ୟାବିନେଟ୍ ମନ୍ତ୍ରୀ ଅଛନ୍ତି । ତାଙ୍କ ବିରୁଦ୍ଧରେ ବିଜେପି ଅଭିନେତାରୁ ରାଜନେତା ପାଲଟିଥିବା ରୁଦ୍ରାନିଲ ଘୋଷଙ୍କୁ ଛିଡା କରିଛି । ରୁଦ୍ରାନିଲ ଗତବର୍ଷ ମଧ୍ୟ ମେ-ଜୁନ୍ ସୁଦ୍ଧା ତ୍ରୁଣମୂଳ କଂଗ୍ରେସରେ ଥିଲେ ।

2019ରେ ଅନୁଷ୍ଠିତ ଗତ ଲୋକସଭା ନିର୍ବାଚନରେ ତ୍ରୁଣମୂଳ କଂଗ୍ରେସ ଯଦିଓ ଭବାନୀପୁର ବିଧାନସଭା କ୍ଷେତ୍ରରୁ 3,168ଟି ଅଧିକ ଭୋଟ ପାଇଥିଲା, ଦଳକୁ 73 ନମ୍ବର ୱାର୍ଡରେ ବିଜେପିଠାରୁ 496ଟି କମ୍ ଭୋଟ ମିଳିଥିଲା । ଏହି ୱାର୍ଡରେ ମମତାଙ୍କ ବାସଭବନ ରହିଛି ।

ଭବାନୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ପାଇଁ ସମ୍ମାନର ପ୍ରଶ୍ନ, କାରଣ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଜନ୍ମସ୍ଥାନ ଏହି କ୍ଷେତ୍ରରେ ରହୁଛି । ନେତାଜୀ ସୁବାସ ଚନ୍ଦ୍ର ବୋଷ ଏବଂ ସତ୍ୟଜିତ ରାୟଙ୍କ ପରି ତେଜସ୍ବୀ ବ୍ୟକ୍ତିଙ୍କ ଜନ୍ମସ୍ଥାନ ଏହି ନିର୍ବାଚନ ମଣ୍ଡଳୀରେ ରହିଛି । ଏଥର ମମତା ନନ୍ଦିଗ୍ରାମରୁ ନିର୍ବାଚନ ଲଢୁଥିବାରୁ ଯଦିଓ ଏହି ଆସନ ତା’ର ପୂର୍ବ ଚମକ କିଛିଟା ହରାଇଛି ତଥାପି ମମତା ଏବଂ ତାଙ୍କର ପରମ ଶତ୍ରୁ ବିଜେପି ମଧ୍ୟରେ କୋଲକାତାରେ ହେଉଥିବା ଲଢେଇରେ ଭବାନୀପୁର ଆସନ ଉଭୟଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇ ରହିଛି ।

ତ୍ରୁଣମୂଳ ସୁପ୍ରିମୋ ଜାଣନ୍ତି ଯେ, 2011ର ସେହି ଚମତ୍କାର ଦିନ ପରଠାରୁ ପ୍ରତିଦ୍ବନ୍ଦ୍ବିତା ତାଙ୍କ ପାଇଁ କଠିନ ହେବାରେ ଲାଗିଛି । ବିଜେପି ଏଥର ହାୱା ତା’ ପଟକୁ ଟାଣି ପାରିବ ନା ମମତା ଭବାନୀପୁରରେ ତାଙ୍କର ବିଜୟକୁ ଅକ୍ଷୁର୍ଣ୍ଣ ରଖିପାରିବେ? ମେ’2ରେ ଏହାର ଉତ୍ତର ମିଳିଯିବ।

ଦୀପଙ୍କର ବୋଷ, ନ୍ୟୁଜ କୋଅର୍ଡିନେଟର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.