ETV Bharat / bharat

Hydroponic farming: ବିନା ମାଟିରେ ଚାଷ ଭାରତରେ ଆଣିବ କି ନୂତନ ସବୁଜ ବିପ୍ଳବ ?

author img

By

Published : Feb 12, 2022, 1:54 PM IST

Updated : Feb 12, 2022, 2:10 PM IST

ହାଇଡ୍ରୋପୋନିକ୍‌ ଫାର୍ମିଂ ହେଉଛି ଏକ ଆଧୁନିକ କୃଷି ପ୍ରଯୁକ୍ତିବିଦ୍ୟା । ଏଥିରେ ମାଟି ବିନା ଘର ମଧ୍ୟରେ କିଛି ନିର୍ଦ୍ଦିଷ୍ଟ ଉପାୟରେ ଉଦ୍ଭିଦ ଲଗାଯାଇ ଫସଲ ଉତ୍ପାଦନ କରାଯାଏ । ଏହି କୃଷି ପଦ୍ଧତିଟି ବର୍ତ୍ତମାନ ବିଶ୍ବରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏପରିକି ଭାରତରେ ମଧ୍ୟ ବିଷମୁକ୍ତ ପନିପରିବା, ଫଳ ଆଦି ଉତ୍ପାଦନ କରିବା ପାଇଁ ଏହାର ବ୍ୟବହାର କରାଯାଉଛି । ମାଟି ବିନା ମଧ୍ୟ ଏହି ଫାର୍ମିଂ ମାଧ୍ୟମରେ ବିପୁଳ ପରିମାଣର ଫସଲ ଉତ୍ପାଦନ ହେଉଛି । ଅଧିକ ପଢନ୍ତୁ

Hydroponic farming: ମାଟିହୀନ ଚାଷରେ ଭାରତର ପ୍ରବେଶ ଆଣିବ କି ନୂତନ ସବୁଜ ବିପ୍ଳବ ?

ଚଣ୍ଡିଗଡ଼: ମାଟି ବିନା ମଧ୍ୟ ପରିବା ଓ ଫଳ ଆଦି ଉତ୍ପାଦନ ସମ୍ଭବ । ଏହା ନିଶ୍ଚିତ ଭାବେ କିଛି ଲୋକଙ୍କୁ ଆଶ୍ଚର୍ଯ୍ୟ କରିପାରେ, କିନ୍ତୁ ଏହା ବାସ୍ତବ । ଆପଣ ଯଦି ନିଜ ଘରେ ଏକ ଛୋଟ ବଗିଚା ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କ ଏହି ସ୍ବପ୍ନ ହାଇଡ୍ରୋପୋନିକ ଫାର୍ମିଂ(Hydroponic Farming) ମାଧ୍ୟମରେ ସମ୍ଭବ ହୋଇପାରିବ । ଏହି ନିର୍ଦ୍ଦିଷ୍ଟ ପ୍ରଣାଳୀକୁ ଉପଯୋଗ କରି କିପରି ଫସଲ ଉତ୍ପାଦନ କରାଯାଇପାରିବ ସେ ନେଇ ପଞ୍ଜାବର ଲୁଧିଆନା କୃଷି ବିଶ୍ବବିଦ୍ୟାଳୟ ଗବେଷଣା କରାଯାଇଛି । ଏଥିରୁ ଜଣାପଡ଼ିଛି ଯେ ଏହି ଫାର୍ମିଂ ଦ୍ବାରା ଭୂତଳ ଜଳ ଗଚ୍ଛିତ ହୋଇ ରହିବା ସହ ଫସଲ ଅଧିକ ଉତ୍ପାଦିତ ହେଉଛି । ତେବେ ଆସନ୍ତୁ ଏହି ମୃତ୍ତିକା ହୀନ ଚାଷ(Soilless Farming) ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବା ।

ମାଟିହୀନ ଚାଷ ବାହାଇଡ୍ରୋପୋନିକ ଫାର୍ମିଂ
ମାଟିହୀନ ଚାଷ ବାହାଇଡ୍ରୋପୋନିକ ଫାର୍ମିଂ
  • ହାଇଡ୍ରୋପୋନିକ ଫାର୍ମିଂ କ'ଣ ?

ହାଇଡ୍ରୋପୋନିକ୍ ଫାର୍ମିଂ ହେଉଛି ଏକ ଟେକ୍ନୋଲୋଜି ଯେଉଁଥିରେ ଜଳ, ପୁଷ୍ଟିକର ଖାଦ୍ୟ ଏବଂ ଅନ୍ୟାନ୍ୟ ଉପାୟର ବ୍ୟବହାର ଦ୍ବାରା ଉଦ୍ଭିଦଗୁଡିକ ଘର ଭିତରେ ବଢିଥାଏ । ଏହା ଦୁନିଆର ଦ୍ରୁତତମ ବୃଦ୍ଧି ପାଉଥିବା କୃଷି ପ୍ରଯୁକ୍ତିବିଦ୍ୟା ମଧ୍ୟରେ ସ୍ଥାନ ପାଇଛି । ଏହି ଟେକ୍ନୋଲୋଜି ଆମେରିକା, ବ୍ରିଟେନ ଏବଂ ସିଙ୍ଗାପୁର ସମେତ ବିଶ୍ବର ଅନେକ ସ୍ଥାନରେ ବ୍ୟବହୃତ ହେଉଛି । ଚାଷର ଏହି ଆଧୁନିକ ଜ୍ଞାନକୌଶଳରେ ମାଟି ବିନା ଜଳବାୟୁକୁ ନିୟନ୍ତ୍ରଣ କରି ଚାଷ କାର୍ଯ୍ୟ କରାଯାଏ । ହାଇଡ୍ରୋପୋନିକ୍ ଚାଷରେ, ଉଦ୍ଭିଦଗୁଡିକ କେବଳ ବାଲି ଏବଂ ପଥର ସହିତ ପାଣିରେ ବଢିଥାନ୍ତି ।

ଏଥିପାଇଁ ଫସଫରସ୍, ନାଇଟ୍ରୋଜେନ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ପୋଟାଶ୍, ଜିଙ୍କ୍, ସଲଫର, ଆଇରନ ଆଦି ଅନେକ ପୋଷକ ତତ୍ତ୍ବ ଏବଂ ଖଣିଜ ପଦାର୍ଥର ମିଶ୍ରଣ ପ୍ରସ୍ତୁତ କରାଯାଏ । ଏହାକୁ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପାଣି ସହିତ ମିଶାଯାଏ । ଏହାଦ୍ବାରା ଉଦ୍ଭିଦଗୁଡ଼ିକ ପୋଷକ ତତ୍ତ୍ବ ପାଇଥାନ୍ତି । ହାଇଡ୍ରୋପୋନିକ୍ ଚାଷରେ ପାଇପ୍ ବ୍ୟବହାର କରି ଉଦ୍ଭିଦଗୁଡିକ ଲଗାଯାଏ । ପାଇପ୍‌ରେ ଅନେକ ଗାତ ରହିଥାଏ, ଯେଉଁଥିରେ ଉଦ୍ଭିଦଗୁଡିକୁ ରଖାଯାଏ । ଗଛର ଚେର ପାଇପ୍ ଭିତରେ ଥିବା ପୁଷ୍ଟିକର ମିଶ୍ରଣରେ ବୁଡି ରହିଥାଏ ।

ପଞ୍ଜାବ ଲୁଧିଆନାର କୃଷି ବିଶ୍ବବିଦ୍ୟାଳୟରେ ଏହି ଆଧୁନିକ କୃଷି ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ଜାଣିବା ପାଇଁ ପହଞ୍ଚିଥିଲା ETV BHARAT ଟିମ୍‌:-

ଏହି ଟେକ୍ନୋଲୋଜିକୁ ଭଲଭାବେ ବୁଝିବା ପାଇଁ ଆମ ଇଟିଭି ଭାରତ ଟିମ ଲୁଧିଆନା କୃଷି ବିଶ୍ବବିଦ୍ୟାଳୟରେ ପହଞ୍ଚିଥିଲା । ସେଠାରେ ବିଶ୍ବବିଦ୍ୟାଳୟର ସାମାଜିକ ବିଜ୍ଞାନ ଜଳ ଇଞ୍ଜିନିୟରିଂ(Social Science Water Engineering)ର ମୁଖ୍ୟ ବୈଜ୍ଞାନିକ ଡକ୍ଟର ରାକେଶ ଶାରଦାଙ୍କୁ ଭେଟିଥିଲା । ଡକ୍ଟର ରାକେଶ ଦୀର୍ଘ ଦିନ ଧରି ଏହି ଅନୁସନ୍ଧାନରେ କାର୍ଯ୍ୟ କରିଆସୁଛନ୍ତି । ସେମାନେ ହାଇଡ୍ରୋପୋନିକ ଏବଂ ଏରୋପୋନିକ ଉପରେ ଧ୍ୟାନ ଦେଇ ମାଟିହୀନ ଚାଷ ଉପରେ କାର୍ଯ୍ୟ କରୁଛନ୍ତି । ଫସଲ ପାଇଁ ସେମାନେ ପଲି ହାଉସ୍ ଗଠନ କରିଛନ୍ତି, ଯେଉଁଥିରେ ଟମାଟୋ, କ୍ୟାପସିକମ୍ ଏବଂ ଅନ୍ୟାନ୍ୟ ପନିପରିବା ଚାଷ କରାଯାଏ ।

କୋକୋ ପିଟ: ନଡ଼ିଆର ସଢେଇ ଓ କତାର ହୋଇଥାଏ ବ୍ୟବହାର

  • ମାଟିହୀନ ଚାଷ କିପରି ହୋଇଥାଏ ?

କୃଷି ବିଶ୍ବବିଦ୍ୟାଳୟର ଡକ୍ଟର ଶାରଦା କହିଛନ୍ତି ଯେ କୃଷକମାନଙ୍କୁ ହାଇଡ୍ରୋପୋନିକ୍ ଚାଷ ଉପରେ ଶିକ୍ଷା ଦିଆଯାଉଛି । ଏହା ସହ ବିଶ୍ବବିଦ୍ୟାଳୟ ଦ୍ବାରା ଛାତର ମଡେଲଗୁଡିକ ବିକଶିତ କରାଯାଇଛି ଯାହାଦ୍ବାରା ଛାତ ଉପରେ ପନିପରିବା ଲଗାଯାଇପାରିବ । କେବଳ ଚାରା କୋକୋ ପିଟ(coco peat)ର ବ୍ୟାଗରେ ରଖାଯାଇଥିବାବେଳେ ବାକିଗୁଡିକ ଏକ ସ୍ବୟଂଚାଳିତ ସିଷ୍ଟମରେ ରଖାଯାଇଥାଏ । ମୃତ୍ତିକାହୀନ ଚାଷରେ ପୁଷ୍ଟିକର ଖାଦ୍ୟକୁ କୃତିମ ଜଳଭଣ୍ଡାର(water reservoir)ରେ ମିଶାଯାଏ । ଏଥିରେ ପ୍ରଚୁର ପରିମାଣରେ ଅମ୍ଳଜାନ ମିଶାଯାଏ । ଯାହାଫଳରେ ଏହି ସମସ୍ତ ମିଶ୍ରଣ ଉଦ୍ଭିଦ ମୂଳରେ ସଠିକ ଭାବରେ ପହଞ୍ଚିପାରିବ ।

ହାଇଡ୍ରୋପୋନିକ୍‌ ଫାର୍ମିଂ
ପଲି ହାଉସରେ ହାଇଡ୍ରୋପୋନିକ୍‌ ଫାର୍ମିଂ
  • ହାଇଡ୍ରୋପୋନିକ ଫାର୍ମିଂର ଉପକାରିତା

ଯଦି ହାଇଡ୍ରୋପୋନିକ୍ ଚାଷ ସଠିକ୍ ଉପାୟରେ କରାଯାଏ ତେବେ 90 ପ୍ରତିଶତ ଜଳ ସଞ୍ଚୟ ହୋଇପାରିବ । ପାରମ୍ପାରିକ ଚାଷ ତୁଳନାରେ ଏହି ପଦ୍ଧତି ମାଧ୍ୟମରେ କମ ସ୍ଥାନରେ ଅଧିକ ଚାଷ ସମ୍ଭବ । ଏହି ଚାଷ ପ୍ରଣାଳୀ ବ୍ୟବହାର କରିବା ପରେ ପୁଷ୍ଟିକର ଖାଦ୍ୟ ନଷ୍ଟ ହୁଏ ନାହିଁ, ବରଂ ଉଦ୍ଭିଦମାନଙ୍କ ପାଇଁ ବୃଦ୍ଧିରେ ଏହା ବ୍ୟବହୃତ ହୁଏ । ଏହି କୌଶଳରେ ଉଦ୍ଭିଦଗୁଡିକ ପାଣିପାଗ, ପ୍ରାଣୀ କିମ୍ବା ଅନ୍ୟ କୌଣସି ବାହ୍ୟ ଅଣୁଜୀବ ଦ୍ବାରା ପ୍ରଭାବିତ ହୁଅନ୍ତି ନାହିଁ । ଏହି କୌଶଳ ମାଧ୍ୟମରେ ଛୋଟ ଉଦ୍ଭିଦ ଫସଲ ଚାଷ କରାଯାଇପାରିବ । ଏହି ପ୍ରଣାଳୀକୁ ବ୍ୟବହାର କରି ଗାଜର, କାକୁଡି, ମୂଳା, ଆଳୁ, କ୍ୟାପସିକମ୍, ମଟର, ଲଙ୍କା , ଷ୍ଟ୍ରବେରି, ବ୍ଲାକ ବେରି, ବ୍ଲୁବେରି, ତରଭୁଜ, ଧନିଆ ପତ୍ର, ବ୍ରୋକଲି, ତରଭୂଜ ଆଦି ଉତ୍ପାଦିତ ହୋଇପାରିବ ।

ହାଇଡ୍ରୋପୋନିକ୍‌ ଫାର୍ମିଂ
ହାଇଡ୍ରୋପୋନିକ୍‌ ଫାର୍ମିଂ
  • ଏହି ଚାଷ ପ୍ରଣାଳୀ ଆରମ୍ଭ ପାଇଁ ଖର୍ଚ୍ଚ କେତେ ?

ଡକ୍ଟର ରାକେଶ କହିଛନ୍ତି ଯେ ସଂପୂର୍ଣ୍ଣ ସିଷ୍ଟମର ମୂଲ୍ୟ ପ୍ରାୟ ୪୦ ହଜାର ଟଙ୍କା ରହିଛି । ଏଥିରେ ଏକ କୋକୋ ପିଟ୍ ବ୍ୟାଗ୍, ଟ୍ୟାଙ୍କ ଏବଂ ସଂପୂର୍ଣ୍ଣ ସ୍ବୟଂଚାଳିତ ସିଷ୍ଟମ୍ ରହିଛି । ପ୍ରତିଟି ଫସଲ ପାଇଁ ଉଦ୍ଭିଦ ଆବଶ୍ୟକ କରୁଥିବା ସଠିକ ପରିମାଣର ଜଳ ପହଞ୍ଚାଇବା ପାଇଁ ଏକ dripperର ଆବଶ୍ୟକ ରହିଥାଏ । ଏହା ସ୍ବୟଂଚାଳିତ ଭାବେ କାର୍ଯ୍ୟ କରିଥାଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଘରେ 4 ଜଣ ସଦସ୍ୟ ଅଛନ୍ତି, ତେବେ ଏହି ପ୍ରକଳ୍ପ ସେମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । ସେମାନେ ଏହାକୁ ସହଜରେ ନିଜ ଘରେ ସ୍ଥାପନ କରିପାରିବେ । ଗତ 1 ବର୍ଷ ମଧ୍ୟରେ ସେମାନେ 20 ରୁ 25 ଟି ସିଷ୍ଟମ ବିକ୍ରି କରିଥିବା କହିଛନ୍ତି ।

ମୃତ୍ତିକାହୀନ ଚାଷ(Soilless farming) କାହିଁକି ଆବଶ୍ୟକ ?

  • ଭୂତଳ ଜଳ ସ୍ତର ହ୍ରାସକୁ ରୋକିବ:- ଗତ ଦୁଇ ଦଶନ୍ଧିରେ ଦେଶରେ ଭୂତଳ ଜଳ ସ୍ତର ହ୍ରାସ ପାଇଛି । ଭାରତର ଉତ୍ତର-ପଶ୍ଚିମ ଅଞ୍ଚଳରେ ହାରାହାରି ଜଳ ସ୍ତର 1 ମିଟର ହ୍ରାସ ପାଇଛି । ଗତ 10 ବର୍ଷରେ ଯେଉଁଠାରେ ମାଟି ତଳେ 30 ମିଟର ପର୍ଯ୍ୟନ୍ତ ଜଳ ଉପଲବ୍ଧ ଥିଲା, ବର୍ତ୍ତମାନ ସେଠାରେ 70 କିଲୋମିଟର ଜଳ ଉତ୍ସ ମଧ୍ୟ ଉପଲବ୍ଧ ନାହିଁ । ଅନେକ ଅଞ୍ଚଳରେ 40 ମିଟର ପର୍ଯ୍ୟନ୍ତ ସ୍ବଚ୍ଛ ଜଳ ଉପଲବ୍ଧ ରହୁଛି ମାତ୍ର ଜଳର ରଙ୍ଗ କଳା ହୋଇଯାଉଛି । ଭାରତରେ ନଦୀର ଜଳ ପ୍ରବାହ ମଧ୍ୟ କ୍ରମାଗତ ଭାବରେ ଶୁଖିଯାଉଛି ଏବଂ ଏହାର ସବୁଠାରୁ ବଡ କାରଣ ହେଉଛି ଜଙ୍ଗଲ କ୍ଷୟ । ଯାହାକି ଆଗାମୀ ପିଢି ପାଇଁ ଏକ ବଡ଼ ସମସ୍ୟା ରୂପେ ଉଭା ହେବାକୁ ଯାଉଛି ।
ହାଇଡ୍ରୋପୋନିକ ଫାର୍ମିଂ ମାଧ୍ୟମରେ ଷ୍ଟ୍ରେବରି ଚାଷ

  • ଭୂତଳ ଜଳରେ ଫ୍ଲୋରିଡ ମାତ୍ରାକୁ କମାଇବ:- ଏହି ଚାଷ ପ୍ରଣାଳୀ ଦ୍ବାରା ଭୂତଳ ଜଳ ବିଶୁଦ୍ଧ ହୋଇପାରିବ । ଏବେ ସଠିକ ପରିମାଣରେ ଆବର୍ଜନାର ସଠିକ ପରିଚାଳନା ଅଭାବରୁ ଭୂତଳ ଜଳରେ ଫ୍ଲୋରିଡ଼ର ମାତ୍ରା ବୃଦ୍ଧି ପାଉଛି । ଏହାର ମାତ୍ରା ବୃଦ୍ଧି ପାଇଲେ ମାଟି ତଳ ଜଳ ଦୂଷିତ ହେଉଛି ଏବଂ ଏହି ପାଣି ପିଇବା ଦ୍ବାରା ଅନେକ ଜଳ ଜନିତ ରୋଗରେ ଶିକାର ହେଉଛନ୍ତି ଲୋକେ । ଏହି ମୃତ୍ତିକାହୀନ ଚାଷ ଦ୍ବାରା ଭୂତଳ ଜଳ ଗଚ୍ଛିତ ହୋଇ ରହିବ । ଅଧିକ ମାତ୍ରାରେ ଜଳ ଗଚ୍ଛିତ ରହିବା ଫଳରେ ଫ୍ଲୋରିଡ଼ ପ୍ରଭାବ ମଧ୍ୟ ହ୍ରାସ ପାଇବ ବୋଲି ଗବେଷକମାନେ କହିଛନ୍ତି ।
    ହାଇଡ୍ରୋପୋନିକ ଫାର୍ମିଂ ମାଧ୍ୟମରେ ଟମାଟୋ ଚାଷ
    ହାଇଡ୍ରୋପୋନିକ ଫାର୍ମିଂ ମାଧ୍ୟମରେ ଟମାଟୋ ଚାଷ

କେଉଁଠାରେ ହେଉଛି ହାଇଡ୍ରୋପୋନିକ ଫାର୍ମିଂ:-

ବିଶ୍ବରେ ଅଧିକାଂଶ ପଶ୍ଚିମାଞ୍ଚଳ ଦେଶଗୁଡ଼ିକରେ ହାଇଡ୍ରୋପୋନିକ୍‌ ଚାଷ କାର୍ଯ୍ୟ କରାଯାଉଛି । କିନ୍ତୁ ଭାରତରେ ମଧ୍ୟ ଏହି ଚାଷ ପ୍ରଣାଳୀର ବୃଦ୍ଧି ଘଟିଛି । ରାଜସ୍ଥାନ ପରି ଶୁଖିଲା ଅଞ୍ଚଳର ଚାଷୀମାନେ ଏହା ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । କେବଳ ଏତିକି ନୁହେଁ, ଭାରତ ସରକାରଙ୍କ ସହାୟତାରେ ହାଇଡ୍ରୋପୋନିକ୍ ଟେକ୍ନୋଲୋଜି ମାଧ୍ୟମରେ ଗୋଆରେ ଏକ ସବୁଜ ଚାରା ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରାଯାଇଛି । ଜଳ ଅଭାବ କାରଣରୁ ରାଜସ୍ଥାନର ମରୁଭୂମି ଅଞ୍ଚଳରେ ବର୍ଷା ଅମଳ ବ୍ୟବସ୍ଥା(Rain Harvesting System) ବ୍ୟବହୃତ ହୋଇଥିଲା ।

ଏହି ପ୍ରଣାଳୀରେ ବର୍ଷା ଜଳକୁ ଗଚ୍ଛିତ ରଖାଯାଇ ଚାଷ କାର୍ଯ୍ୟରେ ବ୍ୟବହୃତ ହେଉଥିଲା । କିନ୍ତୁ ଯେତେବେଳେ ଦେଶର ଅନ୍ୟ ରାଜ୍ୟ ଗୁଡିକରେ ଭୂତଳ ଜଳ ହ୍ରାସ ପାଇବାରେ ଲାଗିଲା, ସେତେବେଳେ ଏହା ଉପରେ ଚିନ୍ତା ପ୍ରକଟ କଲେ ଭାରତ ସରକାର । ଏହାପରେ ଜଳକୁ ଗଚ୍ଛିତ କରିବା ଉପରେ ଧ୍ୟାନ ଦିଆଗଲା । ୨୦୧୯ ମସିହା ସେପ୍ଟେମ୍ବର ୫ ତାରିଖରେ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଦ୍ବାରା ଜଳ ଅମଳ ବ୍ୟବସ୍ଥା( water harvesting system)କୁ ବାଧ୍ୟତାମୂଳକ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 12, 2022, 2:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.