ETV Bharat / bharat

Himachal Pradesh Assembly Elections: ପ୍ରଧାନମନ୍ତ୍ରୀଙ୍କୁ ଭୋଟ ଦେବେ କି ଭୋଟର?

author img

By

Published : Nov 11, 2022, 8:43 PM IST

ଦଳକୁ ପୁରା ଶକ୍ତି ଦେବା ପାଇଁ ନିଜେ ପ୍ରଧାନମନ୍ତ୍ରୀ ମୋଦି ( Prime Minister Narendra Modi) ମଙ୍ଗ ଧରିଥିଲେ । ରାଜ୍ୟର ବିକାଶ ସହ, ତୁହାକୁ ତୁହା ଗସ୍ତ କରିଥିଲେ । ସ୍ଥାନୀୟ ସରକାର ବିରୋଧୀ ହାୱା ଟିକେଟ ବଣ୍ଟନରେ ସନ୍ତୋଷ ସତ୍ବେ ପ୍ରଧାନମନ୍ତ୍ରୀ କିଭଳି କମରୁ କମ କ୍ଷତି ହେବ ସେନେଇ ଭରପୂର ପ୍ରୟାସ କରିଥିଲେ । ଏପରିକି ସୋଲାନରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ରାଜ୍ୟର ବିକାଶ ପାଇଁ ଏକ ସମୃଦ୍ଧ ହିମାଚଳ ନିର୍ମାଣ ପାଇଁ ଆପଣ ପ୍ରାର୍ଥୀଙ୍କୁ ଦେଖିବା ଜରୁରୀ ନୁହେଁ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଆସନ୍ତାକାଲି (12 ନଭେମ୍ବର) ରେ 68 ଆସନ ବିଶିଷ୍ଟ ପାହାଡି ରାଜ୍ୟ ହିମାଚଳ ପ୍ରଦେଶ ବିଧାନସଭା (Himachal Pradesh Assembly Elections) ପାଇଁ ପଡିବ ଭୋଟ । ଏଥିପାଇଁ ଗତକାଲି ଶେଷ ହୋଇଛି ନିର୍ବାଚନ ପ୍ରଚାର । ରାଜ୍ୟରେ ମୁଖ୍ୟଃ ଶାସକ ଭାରତୀୟ ଜନତା ପାର୍ଟି(ବିଜେପି) ଦୁର୍ବଳ ହୋଇପଡିଥିବା କଂଗ୍ରେସ ମଧ୍ୟରେ ଲଢେଇ ହେଉଛି । ଏହି ରାଜ୍ୟରେ ପ୍ରତି 5 ବର୍ଷ ଥରେ ସରକାର ପରିବର୍ତ୍ତନ ହେଉଥିବାରୁ ସେହି ଆଧାରରେ ବିରୋଧୀ କଂଗ୍ରେସ କ୍ଷମତାକୁ ଫେରିବା ପାଇଁ ଆଶା ବାନ୍ଧିଛି । ନିର୍ବାଚନ ବିଶେଷଜ୍ଞଙ୍କ ମତେରେ ହାରିଯାଉଥିବା ନିର୍ବାଚନକୁ କିଭଳି ଜିତି ହେବ ସେହି କଳା ବିଜେପି ପାଖରେ ରହିଛି । ସମସ୍ତ ପ୍ରକାର ସରକାରୀ ବିରୋଧୀ ଅସନ୍ତୋଷକୁ ପ୍ରତିହତ କରି କ୍ଷମତା ବଜାୟ ରଖିବା ପାଇଁ ବିଜେପି ରଣନୀତି କରିଛି । କ୍ଷମତା ବଜାୟ ରଖିବା ପାଇଁ ରାଜ୍ୟ ବିଜେପି ସମସ୍ତ ଆଶା ଆଶଙ୍କାକୁ ଏଡାଇ ଏକାଠି ହୋଇ ନିର୍ବାଚନ ଲଢୁଛି । ନିର୍ବାଚନର ଯଥେଷ୍ଟ ପୂର୍ବରୁ ଦଳକୁ ପୁରା ଶକ୍ତି ଦେବା ପାଇଁ ବରିଷ୍ଠ ନେତା ମାନେ ଉଦ୍ୟମ କରିଥିଲେ । ଯାହାର ଖୋଦ ନେତୃତ୍ବ ନେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦଳକୁ ପୁରା ଶକ୍ତି ଦେବା ପାଇଁ ନିଜେ ପ୍ରଧାନମନ୍ତ୍ରୀ ମୋଦି ( Prime Minister Narendra Modi) ମଙ୍ଗ ଧରିଥିଲେ । ରାଜ୍ୟର ବିକାଶ ସହ, ତୁହାକୁ ତୁହା ଗସ୍ତ କରିଥିଲେ । ସ୍ଥାନୀୟ ସରକାର ବିରୋଧୀ ହାୱା ଟିକେଟ ବଣ୍ଟନରେ ସନ୍ତୋଷ ସତ୍ବେ ପ୍ରଧାନମନ୍ତ୍ରୀ କିଭଳି କମରୁ କମ କ୍ଷତି ହେବ ସେନଇ ଭରପୂର ପ୍ରୟାସ କରିଥିଲେ । ଏପରିକି ସୋଲାନରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ରାଜ୍ୟର ବିକାଶ ପାଇଁ ଏକ ସମୃଦ୍ଧ ହିମାଚଳ ନିର୍ମାଣ ପାଇଁ ଆପଣ ପ୍ରାର୍ଥୀଙ୍କୁ ଦେଖିବା ଜରୁରୀ ନୁହେଁ । ଆପଣ କେବଳ ବିଜେପି ଚିହ୍ନରେ ଭୋଟ ଦିଅନ୍ତୁ । ମୁଁ ଆପଣଙ୍କ ପାଖକୁ ଆସିଛି । ଆପଣ ଦଳକୁ ସମର୍ଥନ କରନ୍ତୁ । ବିକାଶ ଦଳ କରିବ । ପ୍ରଧାନମନ୍ତ୍ରୀ ପରୋକ୍ଷରେ ସଂକେତ ଦେଇଛନ୍ତି, ଯେ ପ୍ରାର୍ଥୀ କିଏ ହୋଇଛି ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ । ଦଳ କ୍ଷମତାକୁ ଆସିଲେ ରାଜ୍ୟ ଓ କେନ୍ଦ୍ର ସରକାର ବିକାଶ କରିବେ । ପ୍ରଧାନମନ୍ତ୍ରୀଙ୍କ ଏହି ବକ୍ତବ୍ୟ ମଧ୍ୟ ସତ୍ୟ । କାରଣ 2014 ରୁ କେନ୍ଦ୍ରରେ ବିଜେପି ସରକାର ଆସିବା ପରଠାରୁ, ବିଜେପି ବିକାଶ ଓ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ବକୁ ନେଇ ନିର୍ବାଚନ ଲଢୁଛି । ଯାହା ମଧ୍ୟ ବିକାଶ ହେଉଛି, ସିଧା କେନ୍ଦ୍ର ସରକାରଙ୍କ ସହଯୋଗ ସମର୍ଥନରେ ହେଉଛି । ସିଧା ଅର୍ଥରେ କହିବାକୁ ଗଲେ ଯେଉଁ ରାଜ୍ୟରେ ବିଜେପି ଗଠନ ହେବ ବା ହେଉଛି ସେହି ସରକାର ସିଧା ସଳଖ ଭାବେ କେନ୍ଦ୍ରୀୟ ବିଜେପି ଦ୍ବାରା ପରିଚାଳିତ ହେବ ।

ଦଳୀୟ ପ୍ରାର୍ଥୀ କିଏ ଦେଖିବା ପରିବର୍ତ୍ତେ ବିଜେପି ଓ ବିଜେପି ଚିହ୍ନକୁ ଦେଖିବାକୁ କାହିଁକି ଭୋଟରଙ୍କୁ ଏଭଳି ଅନୁରୋଧ କରିବାକୁ ପଡିଲା ପ୍ରଧାନମନ୍ତ୍ରୀଙ୍କୁ ? କିଛି ସର୍ଭେ ରିପୋର୍ଟ ବିଜେପି ବିରୋଧରେ ଯାଇଛି । ବିଶେଷ କରି ରାଜ୍ୟରେ ଜାତିଗତ ସମୀକରଣ ବିଜେପି ପାଇଁ ବଡ ଅଡୁଆ ହୋଇପାରେ । ଏହାସହ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସେତେ ପ୍ରଭାବଶାଳୀ ହୋଇପାରିନାହାଁନ୍ତି । ରାଜ୍ୟରେ ତାଙ୍କର ଛବି ମଳିନ ପଡିଛି । ଯାହା ବିଜେପିକୁ କ୍ଷତି ସହିବାକୁ ପଡିବ ବୋଲି ସର୍ଭେ ରିପୋର୍ଟ ପାଇବା ପରେ ବିଜେପି ଚିନ୍ତା ବଢିଥିଲା । ଏହାକୁ ଦୃଷ୍ଟିରେ ରଖି ନିଜେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ରାଜ୍ୟରେ ସରକାର ବଞ୍ଚାଇବା ପାଇଁ ଯୋରଦାର ପ୍ରଚାର କରିଥିଲେ । ଏହାସହ ପୁରା ରାଜ୍ୟରେ ବିଜେପି ସପକ୍ଷରେ ମାହୋଲ ସୃଷ୍ଟି କରିଥିଲେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ହିମାଚଳରେ ବିତାଇଥିବା ନିଜ ରାଜନୈତିକ ଜୀବନର ସମୟକୁ ଦଳ ମଧ୍ୟ ବିନିଯୋଗ କରିଛି ।

ହିମାଚଳ ହେଉଛି ଏକ ଉଚ୍ଚ ଜାତିର ରାଜ୍ୟ । ରାଜ୍ୟରେ ସର୍ବାଧିକ ଉଚ୍ଚ ଜାତି ଓ ହିନ୍ଦୁ ଧର୍ମାବଲମ୍ବୀ ସର୍ବାଧିକ ବସବାସ କରନ୍ତି । ଏଥିପାଇଁ ଦଳ ହିନ୍ଦୁ ଭୋଟକୁ ନଜର ରଖିଛି । ଦଳ ଆଶା ରଖିଛି ରାଜ୍ୟର ପୁରା ହିନ୍ଦୁ ସମ୍ପ୍ରଦାୟର ସମର୍ଥନ ମିଳିବ । ଏଥିପାଇଁ ଦଳ ମନ୍ଦିର ଗୁଡିକର ବିକାଶ କରିବା ସହ, ପୁରାତନ ମନ୍ଦିରର ପୁନରୁଦ୍ଧାର କରିବା ପାଇଁ ଉଦ୍ୟମ କରୁଛି । ପୁରା ଦେଶରେ ଥିବା ହିନ୍ଦୁ ମଠ ମନ୍ଦିରର ବିକାଶ ସହ ପୁନଃରୁଦ୍ଧାର କରୁଛି । ବିଜପି ଉଦ୍ୟମ କରିଛି ଦଳ ହିଁ ଏକମାତ୍ର ଦଳ ଯିଏ ହିନ୍ଦୁ ଓ ହିନ୍ଦୁତ୍ବର ରକ୍ଷା କରିବ । ଏହି ସନ୍ଦେଶ ଯେଭଳି ଭାବେ ଭୋଟରଙ୍କ ପାଖରେ ପହଞ୍ଚିବ ସେହି ଉଦ୍ୟମ କରିଛି । ଏହାସହ ରାଜ୍ୟରେ କ୍ଷମତା ବଜାୟ ରଖିଲେ UCC ଲାଗୁ କରିବା ପାଇଁ ଘୋଷଣା କରିଛି । ଦଳ ଆଶା କରୁଛି ଦରବୃଦ୍ଧି ଓ ନିଯୁକ୍ତି କ୍ଷେତ୍ରରେ ଦଳକୁ ହେବାକୁ ଥିବା କ୍ଷତି UCC ଦ୍ବାରା କିଛି ମାତ୍ରାରେ ସହାୟକ ହେବ । କିନ୍ତୁ ହିମାଚଳ ପାଇଁ UCC ସେତେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନୁହେଁ । ଏଠି ପ୍ରସଙ୍ଗ ହେଉଛି ନିଯୁକ୍ତି । କାରଣ ରାଜ୍ୟରୁ ପ୍ରତି ବର୍ଷ 5 ହଜାର ଯୁବକ ଭାରତୀୟ ସେନାରେ ନିଯୁକ୍ତି ପାଇଥାନ୍ତି । ହେଲେ ବର୍ତ୍ତମାନ 2 ବର୍ଷ ହେଲା କୋଭିଡ କାରଣରୁ ହେଉ କିମ୍ବା ଅନ୍ୟ କିଛି ପ୍ରସଙ୍ଗରୁ ଏହା ହୋଇନାହିଁ । ଯାହା ପ୍ରାୟ 10000 ହଜାର ନିଯୁକ୍ତି ଆଶାୟୀ ଏବେ ନିଯୁକ୍ତି ଅପେକ୍ଷାରେ । ଯାହା ବିଜେପିକୁ ବ୍ୟାକଫୁଟରେ ରଖିଛି । ପୁଣି ବର୍ତ୍ତମାନର ଅଗ୍ନିବୀର ବ୍ୟବସ୍ଥାକୁ ନେଇ ଏବେବ କିଛି ନିଯୁକ୍ତି ଆଶାୟୀ ଦ୍ବନ୍ଦରେ ଅଛନ୍ତି । ପ୍ରତି ବର୍ଷ ପ୍ରାୟ 5000 ହଜାର ଯୁବକ ସେନାର ପାରା ମିଲିଟାରୀ ଆର୍ମ ଫୋର୍ସରେ ନିଯୁକ୍ତି ପାଇଥାନ୍ତି । ଏତଦ ବ୍ୟତୀତ ରାଜ୍ୟ ସରକାର ଅନ୍ୟାନ୍ୟ ସରକାରୀ ନିଯୁକ୍ତି ଦେବାର ମଧ୍ୟ ବିଫଳ ।

ସେପଟେ କ୍ଷମତା ବାହାରେ ଥିବା କଂଗ୍ରେସ ପାର୍ଟି ପୁଣି ଥରେ କ୍ଷମତାକୁ ଫେରିବା ପାଇଁ ଜୋରଦାର ଉଦ୍ୟମ କରୁଛି । ଦଳ ରାଜ୍ୟରେ ସରକାରୀ ନିଯୁକ୍ତି, ସହ ପୁରୁଣା ପେନସନ ବ୍ୟବସ୍ଥା ( Old age pensions Scheme) ଲାଗୁ କରିବାକୁ ପ୍ରତିଶୃତି ଦେଇଛି । ଏହାସହ ପ୍ରିୟଙ୍କା ଗାନ୍ଧୀ ନିଜ ପ୍ରଚାରରେ ସରକାରୀ ନିଯୁକ୍ତିକୁ ପ୍ରାଧାନ୍ୟ ଦେଇଛନ୍ତି । କ୍ଷମତାକୁ ଆସିଲେ 10 ଲକ୍ଷ ସରକାରୀ ଚାକିରୀ ଦେବାକୁ ଘୋଷଣା କରିଛନ୍ତି । ରାଜ୍ୟରେ ପ୍ରାୟ 2.5 ଲକ୍ଷ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଥିବାବେଳେ, 2 ଲକ୍ଷ ସରକାରୀ ଚାକିରୀଆ ଅଛନ୍ତି । ଯେଉଁ ମାନେ ପେନସନ ନୀତିକୁ ନେଇ ଅନେକ ଦାବି କରୁଛନ୍ତି । ଏତତ ବ୍ଯତତୀ ରାଜ୍ୟର 55 ଲକ୍ଷ ଭୋଟରଙ୍କ ମଧ୍ୟ ଅନେକ ଦାବି ଆପତ୍ତି ରହିଛି । କଂଗ୍ରେସ ନିଯୁକ୍ତି ସହ ସ୍ଥାନୀୟ ପ୍ରସଙ୍ଗକୁ ଗୁରୁତ୍ବ ଦେଇଛି । ବିଜେପି ପୁରୁଣା ପେନସନ ସ୍କିମ କାର୍ଯ୍ୟକାରୀ କରି କିଛିଟା ସୁବିଧା ଜନକ ସ୍ଥିତିରେ ଥିଲେ ମଧ୍ୟ, ରାଜ୍ୟରେ ଅନେକ ବିକାଶ କୋଭିଡ ପାଇଁ ଅଟକିଯାଇଥିଲା । ହିମାଚଳ ପ୍ରଦେଶ ଭଳି ପାହାଡିଆ ରାଜ୍ୟରେ କୋଭିଡ ପାଇଁ ପର୍ଯ୍ୟଟନ ଶିଳ୍ପ ଭୁଶୁଡି ପଡିଥିଲା । ପର୍ଯ୍ୟଟନ ଶିଳ୍ପ ଏବେ ସୁଦ୍ଧା ସ୍ବାଭାବିକ ହୋଇନାହିଁ । ଯାହା ରାଜ୍ୟ ସରକାରଙ୍କ ପାଇଁ ଅଡୁଆ ହୋଇପାରେ ।

ନିର୍ବାଚନ ଘୋଷଣା ହେବାର ଯଥେଷ୍ଟ ପୂର୍ବରୁ ହିମାଳ ପ୍ରଦେଶରେ ଆମ ଆଦମୀ ପାର୍ଟି (Aam Admi Party) ରାଜ୍ୟରେ ଧସେଇ ପଶିବାକୁ ଉଦ୍ୟମ କରିଥିଲା । ପୁରା ରାଜ୍ୟରେ ମଧ୍ୟ ଦଳକୁ ବିସ୍ତାର କରିବାରେ ଲାଗିଥିଲା । ହେଲେ ନିର୍ବାଚନ ଘୋଷଣା ହେବା ସହ ଧୀରେ ଧୀରେ ଆପ ରାଜ୍ୟରେ ନିଷ୍କ୍ରିୟ ହୋଇଯାଇଛି । ଆପକୁ ନେଇ ରାଜ୍ୟରେ ସେତେ ଚର୍ଚ୍ଚା ଆଲୋଚନା କି ପ୍ରଭାବ ନାହିଁ । ଲଢେଇ ସିଧା ସଳଖ ବିଜେପି-କଂଗ୍ରେସ ମଧ୍ୟରେ ହେଉଛି । 68 ଟି ଆସନ ପାଇଁ ନିର୍ବାଚନ ହେଉଥିବା ବେଳେ ମୈଦାନରେ ମୋଟ 400 ପ୍ରାର୍ଥୀ ରହିଛନ୍ତି । କଂଗ୍ରେସର ପ୍ରଚାର ମଙ୍ଗ ପ୍ରିୟଙ୍କା ଗାନ୍ଧୀ, ସଚ୍ଚିନ ପାଇଲଟ ଧରିଛନ୍ତି । ରାହୁଲ ଗାନ୍ଧୀ (Rahul Gandhi) କିନ୍ତୁ ନିର୍ବାଚନ ପ୍ରଚାରରୁ ନିଜକୁ ଦୂରେଇ ରଖି ଭାରତ ଯୋଡ ଯାତ୍ରା ( Bharat Jodo Yatra) ଜାରି ରଖିଛନ୍ତି । ଚଳିତ ନିର୍ବାଚନରେ କଂଗ୍ରେସ ପାଇଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଦଳ ଭାରତ ଯୋଡ ଯାତ୍ରା ଜାରି ରଖିଥିବା ବେଳେ ନିର୍ବାଚନ ହେଉଛି । ଦ୍ବିତୀୟରେ ଅଣଗାନ୍ଧୀ ପରିବାରର ନେତା ସାଂସଦ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବରେ ଦଳ ପ୍ରଥମ ଥର ନିର୍ବାଚନ ଲଢୁଛି । ନିର୍ବାଚନ ଫଳାଫଳ ଏବେ ଭାରତ ଯୋଡ ଯାତ୍ରା ଓ ମଲ୍ଲିକାର୍ଜୁନ ଖଡଗେଙ୍କ ଦକ୍ଷତା ନିର୍ଣ୍ଣୟ କରିବ ।

ସଞ୍ଜୟ କପୁର, ବରିଷ୍ଠ ସାମ୍ବାଦିକ

ଆଲେଖ୍ୟ ସମ୍ପୂର୍ଣ୍ଣ ରୂପେ ଲେଖକଙ୍କ ବ୍ୟକ୍ତିଗତ ମତ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.