ETV Bharat / bharat

କେଜ୍ରିୱାଲଙ୍କୁ ହତ୍ୟା ଧମକ ଦେଇଛି BJP: ମନୀଷ ସିସୋସିଆ

author img

By

Published : Nov 25, 2022, 4:20 PM IST

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ (Deputy Chief Minister Manish Sisodia) କହିଛନ୍ତି ଅରବିନ୍ଦ କେଜ୍ରିୱାଲଙ୍କୁ ଜୀବନରୁ ମାରିଦେବାକୁ ଧମକକୁ ନେଇ ପୋଲିସ ନିକଟରେ FIR କରିବେ । ବିଜେପି ସାଂସଦ ମନୋଜ ତିୱାରୀ ଏହି ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି ।

Manish sisodia
କେଜ୍ରିୱାଲଙ୍କୁ ହତ୍ୟା ଧମକ ଦେଇଛି BJP, ପୋଲିସରେ ଅଭିଯୋଗ କରିବୁ: ସିସୋସିଆ

ଦିଲ୍ଲୀ: ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ (Deputy Chief Minister Manish Sisodia) ବିଜେପି ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସିସୋଦିଆ କହିଛନ୍ତି, "ମନୋଜ ତିୱାରୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଧମକ ଦେଇଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ ବିଜେପି(BJP) ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ (Delhi CM) ହତ୍ୟା କରିବାକୁ ଷଡଯନ୍ତ୍ର କରୁଛି ।"

  • अरविंद केजरीवाल जी की सुरक्षा को लेकर मैं चिंतित हुँ,क्योंकि लगातार भ्रष्टाचार,टिकिट बिक्री व जेल में बलात्कारी से दोस्ती व मसाज प्रकरण को लेकर AAP कार्यकर्ता व जनता ग़ुस्से में हैं।इनके MLA पिटे भी हैं। इसलिए दिल्ली के सीएम के साथ ऐसा ना हो.. सजा न्यायालय ही दे 🙏

    — Manoj Tiwari 🇮🇳 (@ManojTiwariMP) November 24, 2022 " class="align-text-top noRightClick twitterSection" data=" ">

ଏଥିସହ ସିସୋଦିଆ ଆହୁରି ମଧ୍ୟ କହିଛନ୍ତି ଯେ, "ଆମେ ଖୁବଶୀଘ୍ର ନିର୍ବାଚନ କମିଶନଙ୍କୁ ଭେଟି ଅଭିଯୋଗ କରିବୁ ଓ FIR ମଧ୍ୟ କରିବୁ ।" ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଏପରି ଅଭିଯୋଗ କରିବା ପରେ ଦିଲ୍ଲୀ ରାଜନୀତି ଆହୁରି ଉଷ୍ମ ହୋଇଛି । ସିସୋସିଆ ଅଭିଯୋଗ କରିଛନ୍ତି ଯେ, "ବିଜେପି ନେତା ମନୋଜ ତିୱାରୀ ଗୁରୁବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତି ଯେଉଁଭଳି ଶବ୍ଦର ବ୍ୟବହାର କରିଛନ୍ତି ତାହା ଏକ 'ଖୋଲା ଧମକ' (open threat) । ତାଙ୍କର ଶବ୍ଦ ବୟାନ କରୁଛି ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ରଚାଯାଉଛି । ଏପରି ଧମକପୂର୍ଣ୍ଣ କଥା ପାଇଁ ମନୋଜ ତିୱାରୀଙ୍କୁ ଗିରଫ କରିବାକୁ ଆମେ ଦାବି କରୁଛୁ ।"

ଗୁଜରାଟ ଓ MCD ନିର୍ବାଚନକୁ ନେଇ ଆମ ଆଦମୀ ପାର୍ଟି ଓ ବିଜେପି ମୁହାଁମୁହିଁ ସ୍ଥିତିରେ ରହିଛନ୍ତି । ଏପରି ସ୍ଥିତିରେ ସିସୋସିଆ, ମନୋଜ ତିୱାରୀଙ୍କ ଏକ ଟ୍ବିଟ୍‌ର ଉତ୍ତର ଦେବାକୁ ଯାଇ କେଜ୍ରିୱାଲଙ୍କୁ ହତ୍ୟା ଷଡଯନ୍ତ୍ର କରାଯାଉଥିବା କହିବା ସହ ସାଂସଦ ମନୋଜ ତିୱାରୀଙ୍କ ଏଥିରେ ପ୍ରତ୍ୟକ୍ଷ ସଂପୃକ୍ତି ଥିବା ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଫଳରେ ଦିଲ୍ଲୀ ରାଜନୀତି ଆହୁରି ଉଷ୍ମ ହୋଇଛି ।

ଏଠାରେ ସୂଚନାଯୋଗ୍ୟ ଯେ, ବିଜେପି ନେତା ମନୋଜ ତିୱାରୀ ଗୁରୁବାର ଏକ ଟ୍ବିଟ୍‌ କରିଥିଲେ, ଯେଉଁଥିରେ ସେ କେଜ୍ରିୱାଲଙ୍କ ସୁରକ୍ଷାକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ । ତିୱାରୀ ଟ୍ବିଟ୍‌ରେ ନିଜ ଅନ୍ଦାଜରେ ଆପ୍‌କୁ କଟାକ୍ଷ କରିବା ସହ ଲେଖିଥିଲେ, "ମୁଁ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷାକୁ ନେଇ ଚିନ୍ତିତ । କାରଣ, ଭଷ୍ଟ୍ରାଚାର, MCD ନିର୍ବାଚନରେ ଟିକେଟ ବିକ୍ରି ଓ ଦୁଷ୍କର୍ମୀଙ୍କ ସହ ଦୋସ୍ତି ଓ ମସାଜ କାରଣକୁ ନେଇ ଜନତା ଏବେ ରାଗରେ ରହିଛନ୍ତି । ବିଧାୟକ ମାଡ ମଧ୍ୟ ଖାଇସାରିଛନ୍ତି, ସେଥିପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ସହିତ ଏପରି ନହେଉ..ସଜା ନ୍ୟାୟାଳୟ ହିଁ ପ୍ରଦାନ କରନ୍ତୁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.