ETV Bharat / bharat

ଶାସନକୁ ଫେରିଲେ କାଶ୍ମୀରରେ ଧାରା 370କୁ ରିଷ୍ଟୋର କରିବାକୁ ବିଚାର କରିବୁ: ଦିଗବିଜୟ ସିଂ - ARTICLE 370

ସାମ୍ନାକୁ ଆସିଛି କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ଚାଞ୍ଚଲ୍ୟକର ବୟାନ । କଂଗ୍ରେସ ସରକାର କ୍ଷମତାକୁ ଆସିଲେ ଧାରା 370କୁ ପୁଣି ରିଷ୍ଟୋର କରିବାକୁ ଭାବିବ ବୋଲି କହିଛନ୍ତି ଦିଗବିଜୟ । ଅଧିକ ପଢନ୍ତୁ...

ଦିଗବିଜୟ ସିଂ
ଦିଗବିଜୟ ସିଂ
author img

By

Published : Jun 12, 2021, 12:35 PM IST

ହାଇଦ୍ରାବାଦ: ସାମ୍ନାକୁ ଆସିଛି କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ଚାଞ୍ଚଲ୍ୟକର ବୟାନ । କଂଗ୍ରେସ ସରକାର କ୍ଷମତାକୁ ଆସିଲେ ଧାରା 370କୁ ପୁଣି ରିଷ୍ଟୋର କରିବାକୁ ଭାବିବ ବୋଲି କହିଛନ୍ତି ଦିଗବିଜୟ । ପାକିସ୍ତାନ ସମ୍ବାଦଦାତାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଏପରି ବୟାନ ଦେଇଛନ୍ତି କଂଗ୍ରେସ ନେତା । ସେ କହିଛନ୍ତି, ‘ କାଶ୍ମୀରବାସୀଙ୍କ ବିନା ସମର୍ଥନରେ ଏହି ଧାରାକୁ ଉଚ୍ଛେଦ କରାଯାଇଛି ’ । ସେ ଏହା ମଧ୍ୟ କହିଛନ୍ତି ଯେ, ‘ସରକାରଙ୍କୁ ପଚାର..ଗୋଟେପଟେ ଚୀନ, ଆଉ ଗୋଟେପଟେ ଆଫଗାନିସ୍ତାନ ଓ ଅନ୍ୟପଟେ ପାକିସ୍ତାନ, ଏବେ ଭାରତକୁ ସରକାର କେଉଁ ସ୍ଥିତିରେ ପକାଇବାକୁ ଚାହୁଁଛନ୍ତି ’ ।

କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରରେ ସମସ୍ତ ସ୍ଥିତି ଠିକ୍ ଥିବା ଦର୍ଶାଉଛନ୍ତି ମାତ୍ର ଅସଲ ଚିତ୍ର ଅଲଗା ବୋଲି ସେ ମନ୍ତବ୍ୟ ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ‘ଧାରା 370 କୁ ବଜାୟ ରଖିବା ଦ୍ବାରା ଆତଙ୍କବାଦ ବୃଦ୍ଧି ପାଉଥିଲା ବୋଲି କଂଗ୍ରେସ ବିରୋଧରେ ଅଭିଯୋଗ ହୋଇଛି । କିନ୍ତୁ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଧାରା 35-ଏ ହେଉଛି 1927 ମସିହାରେ ଜାମ୍ମୁ କାଶ୍ମୀରର ପୂର୍ବତନ ଶାସକ ଦ୍ବାରା ପ୍ରସ୍ତୁତ ଆଇନ, ଯାହା ଲୋକଙ୍କୁ ଚାକିରି ତଥା ରାଜ୍ୟରେ ଜମି କିଣିବାକୁ ବାରଣ କରିଥିଲା ଏବଂ ତତ୍କାଳୀନ ଶାସକ କାଶ୍ମୀର ପଣ୍ଡିତଙ୍କ ଅନୁରୋଧ କ୍ରମେ ଏହା କରାଯାଇଥିଲା’।

ବର୍ତ୍ତମାନ ଜର୍ମାନୀରେ ରହୁଥିବା ପାକିସ୍ତାନୀ ସାମ୍ବାଦିକ ଶାହଜେବ ଜିଲାନି କହିଛନ୍ତି ଯେ ମୋଦିଙ୍କ ଶାସନ ସମୟରେ ରାଜନୀତି ଏବଂ ଭାରତୀୟ ସମାଜର ପରିବର୍ତ୍ତିତ ଦୃଶ୍ୟ ଦେଖି ସେ ଆଶ୍ଚର୍ଯ୍ୟ । ସେ ଅଭିଯୋଗ କରିଛନ୍ତି ଯେ ଭାରତରେ ଗଣମାଧ୍ୟମର ସ୍ବାଧୀନତା ହ୍ରାସ ପାଇଛି ଏବଂ ଧାରା 370 ଉଚ୍ଛେଦ ହେବା ଦ୍ବାରା ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଛି ।

ଜିଲାନି ପାକିସ୍ଥାନ, ବେରୁଟ, ୱାଶିଂଟନ୍ ଏବଂ ଲଣ୍ଡନରେ ବିସିସିଆଇର ଜଣେ ପୂର୍ବତନ ସମ୍ବାଦଦାତା ଥିଲେ । ସେ ବର୍ତ୍ତମାନ DW ସମ୍ବାଦ ସହିତ ମଧ୍ୟ ଜଡିତ ଥିଲେ। ଜିଲାନୀଙ୍କ କାଶ୍ମୀର ସମ୍ପର୍କିତ ପ୍ରଶ୍ନରେ ଉତ୍ତର ଦେଇ ଦିଗବିଜୟ କହିଥିଲେ, ‘ମୁଁ ବିଶ୍ବାସ କରେ ଯେ ସମାଜ ପାଇଁ ବିପଦଜନକ ହେଉଛି ଧାର୍ମିକ ମୌଳିକତା । ସେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଶିଖ କିମ୍ବା ଆଉ ଯାହା ବି ହେଉ। ଧାର୍ମିକ ମୌଳିକତା ଘୃଣାକୁ ଏବଂ ଘୃଣା ହିଂସାର ରୂପ ନେଇଥାଏ ’ ।

ଶେଷରେ ସେ କହିଛନ୍ତି, ‘ବାସ୍ତବରେ କାଶ୍ମୀରରେ ସଂରକ୍ଷଣ କାଶ୍ମୀର ପଣ୍ଡିତମାନଙ୍କୁ ଦିଆଯାଇଥିଲା। ତେଣୁ ଧାରା 370 ଉଚ୍ଛେଦ କରିବା ଏବଂ J&Kର ଷ୍ଟେଟ୍ ହୁଡ୍ କାଢିନେବା ଅତ୍ୟନ୍ତ ଦୁଃଖଦ ନିଷ୍ପତ୍ତି । ଆମକୁ (କଂଗ୍ରେସ ଦଳ) ନିଶ୍ଚିତ ଭାବରେ ଏହି ପ୍ରସଙ୍ଗରେ ଆଉ ଥରେ ଦୃଷ୍ଟି ଦେବାକୁ ପଡ଼ିବ’ ।

ତେବେ ଭିଡିଓର ସତ୍ୟାସତ୍ୟ ସମ୍ପର୍କରେ ଜଣାପଡିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.